ପ୍ରମୁଖ ଖବର

ମହାରାଷ୍ଟ୍ରର ପୁଣେରେ ବିଷାକ୍ତ ମଦ ପିଇ ଗତ ୨୪ ଘଣ୍ଟା ମଧ୍ୟରେ ୧୫ ଜଣଙ୍କର ମୃତ୍ୟୁ
ତେଲେଙ୍ଗାନା ହାଇକୋର୍ଟ ଆଇନଜୀବୀ ହତ୍ୟା ମାମଲାରେ କଂଗ୍ରେସ ନେତାଙ୍କ ସହ ୭ ଗିରଫ
ଆଇପିଏଲ୍ ଫାଇନାଲ୍ ପୂର୍ବରୁ ବେଙ୍ଗାଲୁରୁ ପୋଲିସର କଡ଼ା ନିର୍ଦ୍ଦେଶ
ସୁରଜିତ ନାଥ ମିତ୍ର ପଶ୍ଚିମବଙ୍ଗର ନୂଆ ଆଡଭୋକେଟ୍ ଜେନେରାଲ୍
‘ଅପରେସନ ସିନ୍ଦୂର’ ଉପରେ ସ୍ମାରକ ପୁସ୍ତକ ଉନ୍ମୋଚନ କଲେ ରାଜନାଥ ସିଂହ
ଆସନ୍ତା ୩ ଦିନ ଯାଏଁ ରାଜ୍ୟର ଅନେକ ସ୍ଥାନରେ କାଳବୈଶାଖୀ ବର୍ଷା, ପବନ ସମ୍ଭାବନା

କୃଷି ଅଧିକାରୀଙ୍କ ଘରେ ଭିଜିଲାନ୍ସ ରେଡ୍

0

ଲାଞ୍ଚୁଆ ଅଧିକାରୀଙ୍କ ଉପରେ ଭିଜିଲାନ୍ସ ଆଖି । ଗୋଟି ଗୋଟି କରି ସମସ୍ତଙ୍କୁ ଧରୁଛି ଭିଜିଲାନ୍ସ । ଗତକାଲି ଜଣେ ଯନ୍ତ୍ରୀଙ୍କ ଘରେ ରେଡ ପରେ ଆଜି ଜଣେ କୃଷି ଅଧିକାରୀଙ୍କ ଘରେ ଚଢାଉ କରିଛି ଭିଜିଲାନ୍ସ । କୃଷି ଅଧିକାରୀ ଜଣକ ହେଉଛନ୍ତି ମାଲକାନଗିରିରି ଏମ୍‌.ଆନନ୍ଦ ରାଓ । ଏମ.ଆନନ୍ଦ ରାଓଙ୍କ ଘରେ ସମେତ ବିଭିନ୍ନ ଜାଗାରେ ଏକକାଳୀନ ଚଢାଉ କରିଛି ଭିଜିଲାନ୍ସ । ନବରଙ୍ଗପୁରରେ ଥିବା ବାସଭବନ, ମାଲକାନଗିରି କାର୍ଯ୍ୟାଳୟ, ବିଶାଖପାଟଣା ସ୍ଥିତ ଘରେ ସମେତ ଏକକାଳୀନ ୬ଟି ସ୍ଥାନରେ ଚଢାଉ ଚାଲିଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ରେଡ ଚାଲିଛି । ଭିଜିଲାନ୍ସ ଏକକାଳୀନ ୬ଟି ସ୍ଥାନରେ ରେଡ୍ କରୁଛି । ଚଢାଉ ସମୟରେ କିଛି ନଗଦ ଟଙ୍କା ଓ ସୁନା ଗହଣା ଜବତ ହୋଇଥିବା ସୂଚନା ମିଳିଛି । ତେବେ ଏଯାଏଁ କେତେ ପରିମାଣର ସମ୍ପତ୍ତି ଜବତ ହୋଇଛି ତାହା ସୂଚନା ମିଳିନାର୍ହିଁ ।

Leave A Reply

Your email address will not be published.