ପ୍ରମୁଖ ଖବର

ରାଉରକେଲା ବିମାନ ଦୁର୍ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ
ପ୍ରଥମଥର ପାଇଁ ଲାଲକିଲ୍ଲାରେ ଲାଗିବ କ୍ୟାମେରା, ୭ ବର୍ଷ ପରେ ମିଳିଲା ଅନୁମୋଦନ
ଭାରତର ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
ସୁରକ୍ଷାକର୍ମୀ-ମାଓବାଦୀ ଭିତରେ ଗୁଳିବିନିମୟ, ୨ ମାଓବାଦୀ ନିହତ
ଗୋ- ମାଫିଆଙ୍କ ଲିଙ୍କରେ ବିଭିନ୍ନ ଜିଲ୍ଲାରେ ରେଡ, ପୁଳାପୁଳା ଟଙ୍କା, ସୁନାଗହଣା ଜବତ

କର୍ଣ୍ଣାଟକ ହାଇକୋର୍ଟଙ୍କ ବଡ଼ ରାୟ, ଜରୁରୀ ନୁହେଁ ହିଜାବ

0

ହିଜାବ ବିବାଦ ମାମଲାରେ କର୍ଣ୍ଣାଟକ ହାଇକୋର୍ଟଙ୍କ ବଡ଼ ରାୟ । ହିଜାବ ମାମଲାରେ ହୋଇଥିବା ଆବେଦନକୁ ହାଇକୋର୍ଟ ଖାରଜ କରିଦେଇଛନ୍ତି ।
ହାଇକୋର୍ଟ କହିଛନ୍ତି ଯେ, ହିଜାବ ପିନ୍ଧିବା ଧର୍ମର ପ୍ରମୁଖ ଅଂଶ ନୁହେଁ । ଉଡୁପିର କିଛି ସ୍କୁଲର ଛାତ୍ରଛାତ୍ରୀ କର୍ଣ୍ଣାଟକରେ ହିଜାବ ବ୍ୟାନ ପରେ ଏହାକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ମାମଲା ଦାଏର କରିଥିଲେ । କୋର୍ଟ ଛାତ୍ରମାନଙ୍କ ଆବେଦନକୁ ଖାରଜ କରି କହିଛନ୍ତି ଯେ ଛ୍ରାତ୍ରମାନେ ସ୍କୁଲ ଡ୍ରେସ ପିନ୍ଧିବାକୁ ମନା କରିପାରିବେ ନାହିଁ ।

ହାଇକୋର୍ଟରେ ମାମଲା ଦାଏର ପରେ ଫେବୃଆରୀ ୯ରେ ପ୍ରଧାନବିଚାରପତି ଋତୁରାଜ ଅବସ୍ତି, ଜଷ୍ଟିସ କୃଷ୍ଣ ଏସ ଦୀକ୍ଷିତ ଓ ଜଷ୍ଟିସ ଜେଏମ ଖାଜିଙ୍କ ବେ ଗଠନ କରାଯାଇଥିଲା । ଛାତ୍ରୀମାନେ ସେମାନଙ୍କ ଆବେଦନରେ କହିଥିଲେ ଯେ, ସେମାନଙ୍କୁ କ୍ଲାସ ଭିତରେ ହିଜାବ ପିନ୍ଧିବାକୁ ଅନୁମତି ଦିଆଯାଉ । କାରଣ ଏହା ସେମାନଙ୍କ ଧର୍ମର ଏକ ଅଂଶ । ହେଲେ ଏହି ଆବେନକୁ ଆଜି ହାଇକୋର୍ଟର ତିନିଜଣିଆ ଖଣ୍ଡପୀଠ ଖାରଜ କରିଦେଇଛନ୍ତି । ଏଥିସହ ସ୍କୁଲ ପୋଷାକ ପିନ୍ଧିବାକୁ ମନା କରିପାରିବେ ନାହିଁ ବୋଲି କଡା ଭାଷାରେ କହିଛନ୍ତି କୋର୍ଟ ।

Leave A Reply

Your email address will not be published.