ପ୍ରମୁଖ ଖବର

ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ଅଳ୍ପକେ ବର୍ତ୍ତିଲେ ମନ୍ତ୍ରୀ
ୟୁନିଟ୍-୧ ହାଟରେ ଲାଗିବ ଅତ୍ୟାଧୁନିକ ଫାୟାର ଫାଇଟିଂ ସିଷ୍ଟମ, ଅଗ୍ନିକାଣ୍ଡ ରୋକିବାକୁ ବିଏମସିର ମେଗା ପ୍ଲାନ
ଆଇଏସ୍‌ଆଇ ସହ ଲିଙ୍କ୍‌: ଦିଲ୍ଲୀରେ ଆଉ ୫ ଆତଙ୍କବାଦୀ ଗିରଫ
ପ୍ରବଳ ଖରା ପାଇଁ ଖୋର୍ଦ୍ଧାରେ ୧୯ରୁ ୨୫ ଜୁନ୍ ପର୍ଯ୍ୟନ୍ତ ସକାଳୁଆ ସ୍କୁଲ
ଦୀର୍ଘକାଳୀନ ଅନୁପସ୍ଥିତ ଡାକ୍ତରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
୨୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ ଡେଲାଙ୍ଗ ଫରେଷ୍ଟର୍
ବିଜେପି ନେତାଙ୍କ ସହ ୩ ଜଣଙ୍କୁ ଜୀଅନ୍ତା ପୋଡ଼ିଦେଲେ ଦୁର୍ବୃତ୍ତ

୩୧ ଦିନରେ ଧ୍ୱଂସବିଧ୍ୱସ୍ତ ହୋଇଗଲା ଖାରକିଭ୍‌, ଖାଦ୍ୟ,ପାଣି ପାଇଁ ଡହଳବିକଳ ଲୋକ

0

ଋଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ଗତ ୩୧ ଦିନରୁ ଜାରି ରହିଛି । ଋଷ ପକ୍ଷରୁ ୟୁକ୍ରେନ ଉପରେ ପ୍ରଚଣ୍ଡ ଆକ୍ରମଣ କରାଯାଇଛି । ୟୁକ୍ରେନର ବହୁ ସହର ଧ୍ୱଂସବିଧ୍ୱସ୍ତ ହୋଇଯାଇଛି। ୟୁକ୍ରେନର ଅଧିକାରୀଙ୍କ ତରଫର ଦାବି କରାଯାଇଛି ଯେ, ଋଷ ସେନା ନିକଟରେ ମାରିୟୁପୋଲ ଥିଏଟର ଉପରେ ଏୟାର ଷ୍ଟ୍ରାଇକ କରିଛନ୍ତି। ଥିଏଟର ଉପରେ ହୋଇଥିବା ଏହି ଆକ୍ରମଣରେ ପାଖାପାଖି ୩୦୦ ଲୋକଙ୍କ ମୃତ୍ୟୁ ହୋଇଛି । ଥିଏଟରରେ ୮୦୦ରୁ ୧୩୦୦ ଲୋକ ଆଶ୍ରୟ ନେଇଥିଲେ । ଏହି ଥିଏଟରକୁ ଲୋକେ ଆଶ୍ରୟ ସ୍ଥଳ ଭାବେ ବ୍ୟବହାର କରୁଥିଲେ ।

ଏତିକି ହିଁ ନୁହେଁ ଏବେ ୟୁକ୍ରେନରେ ଖାଦ୍ୟ ସଙ୍କଟ ବି ଦେଖାଦେଲାଣି । ୟୁକ୍ରେନ ରାଷ୍ଟ୍ରପତି ବୋଲଡିମିର ଜେଲେନସ୍କି କହିଛନ୍ତି, ମାରିୟୁପୋଲରେ ଏବେ ପ୍ରାୟ ୧ ଲକ୍ଷ ଲୋକ ଏବେ ଖାଦ୍ୟ ଓ ପାଣି ବିନା ପଡିରହିଛନ୍ତି । ଭୋକରେ ଆଉଟପାଉଟ ହେଉଛନ୍ତି । କିନ୍ତୁ ଋଷ ସେମାନଙ୍କ ନିକଟରେ ମାନବୀୟ ସହାୟତା ପହଞ୍ଚାଇବାକୁ ଦେଉନାହିଁ ।

ଏଜେନ୍ସିର ରିପୋର୍ଟ ଅନୁସାରେ, ଋଷ ପକ୍ଷରୁ ସବୁଠୁ ଅଧିକ ଆକ୍ରମଣ କିଭ୍ ଓ ଖାରକିଭ୍ ଉପରେ କରାଯାଇଛି । ଖାରକିଭ୍‌ର ସ୍ଥିତି ବହୁତ ଦୟନୀୟ ହୋଇପଡିଛି । ଏଠାରେ ଏବେ ଖାଦ୍ୟ ଅଭାବ ଦେଖାଦେଇଛି । ଖାଇବା ପାଇଁ ଲୋକ ଲମ୍ବା ଧାଡିରେ ଛିଡା ହେଉଛନ୍ତି । ଖାରକିଭରେ ଲଗାତର ଆକ୍ରମଣ ଯୋଗୁଁ ଲୋକ ମେଟ୍ରୋରେ ଶରଣ ନେଇଛନ୍ତି ।

Leave A Reply

Your email address will not be published.