ପ୍ରମୁଖ ଖବର

ୟୁପିଆଇ କାରବାରରେ ନୂଆ ଶୁଳ୍କ ଲାଗୁ ନେଇ ଅନିଶ୍ଚିତତା, ୨୦୨୭ ଯାଏଁ ଘୁଞ୍ଚିପାରେ ତାରିଖ
ନନ୍ଦିଗ୍ରାମରେ ବିଜେପିର ବଡ଼ ବିଜୟ, ୧.୨୨ ଲକ୍ଷ ଭୋଟରେ ଜିତିଲେ ହସିରାଣୀ
ମୋଦିଙ୍କ ନାମରେ ନାମିତ ହେବ ଜେୱର ଅନ୍ତର୍ଜାତୀୟ ବିମାନବନ୍ଦର
ଭାରତୀୟ ପାଇଲଟ୍ ସ୍ମିତ୍ ମଚ୍ଛରଙ୍କୁ ଇସ୍ରାଏଲର ସର୍ବୋଚ୍ଚ ବୀରତ୍ୱ ସମ୍ମାନ

ୟୁକ୍ରେନର ଶରଣାର୍ଥୀଙ୍କୁ ଦେଖି ଭାବୁକ ହେଲେ ବାଇଡେନ, ଋଷକୁ ଦେଲେ ଚେତାବନୀ

0

ପୋଲାଣ୍ଡ ଗସ୍ତରେ ଥିବା ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ, ଋଷକୁ କଡ଼ା ଭାଷାରେ ନିନ୍ଦା କରିଛନ୍ତି । ବାଇଡେନ ପୋଲାଣ୍ଡରେ ଶରଣାର୍ଥୀଙ୍କୁ ଭେଟିବା ପରେ ନିଜର ୩୦ ମିନିଟ ଭାଷଣରେ ଋଷ ଉପରେ ବର୍ଷିଛନ୍ତି । ସିଏନଏନ ରିପୋର୍ଟ ଅନୁସାରେ, ଯେତେବେଳେ ବାଇଡେନଙ୍କୁ ପଚରାଗଲା ଯେ, ୟୁକ୍ରେନ ଶରଣାର୍ଥୀଙ୍କୁ ଦେଖିବା ପରେ ତାଙ୍କୁ କଣ ଲାଗୁଛି । ବାଇଡେନ କହିଥିଲେ ଯେ, ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ହେଉଛନ୍ତି ଜଣେ କଂସେଇ । ୟୁକ୍ରେନ ଉପରେ ଋଷର ଆକ୍ରମଣକୁ ସେ ଅମାନବୀୟ କହିଛନ୍ତି । ଏପିର ଏକ ରିପୋର୍ଟ ଅନୁସାରେ, ଶରଣାର୍ଥୀଙ୍କ ଭାବୁକ କରିଦେବା ଭଳି ଦୃଶ୍ୟ ଦେଖି ବାଇଡେନ ପୁଟିନଙ୍କୁ ନେଇ କହିଥିଲେ ଯେ , ଭଗବାନଙ୍କ ପାଇଁ ଏହି ବ୍ୟକ୍ତି କ୍ଷମତାରେ ରହିପାରିବେ ନାହିଁ ।

ଗତ ସପ୍ତାହରେ ବାଇଡେନ ପୁଟିନଙ୍କୁ ଯୁଦ୍ଧ ଅପରାଧୀ ବା ଏକଛାତ୍ରବାଦୀ ଶାସକ କହିଥିଲେ । ୩୦ ମିନିଟର ଭାଷଣରେ ବାଇଡେନ କହିଥିଲେ ଯେ, ନାଟୋ ଏକଜୁଟ ଅଛି । ତାହାକୁ ଅଲଗା କରିହେବ ନାହିଁ । ଋଷ ଗଣତନ୍ତ୍ର ଅଡୁଆରେ ପକାଉଛି । ୟୁକ୍ରେନ ଆଜି ନିଜ ସ୍ୱାଧୀନତା ପାଇଁ ଲଢେଇ କରୁଛି । ୟୁକ୍ରେନ ସହିତ ଆମେ ପୁରା ସାମର୍ଥ୍ୟ ସହିତ ଛିଡା ହେଉଛି ବୋଲି କହିଛନ୍ତି ବାଇଡେନ । ୟୁକ୍ରେନକୁ ସବୁ ପ୍ରକାର ସହାୟତା କରିବ ଆମେରିକା ।ଏହା ଛଡା ସାମରିକ ସହାୟତା ପାଇଁ ଆମରିକୀୟ ସୈନ୍ୟ ପୋଲାଣ୍ଡରେ ରହିବେ ବୋଲି ବାଇଡେନ କହିଛନ୍ତି । ସେ ପୁଟିନଙ୍କୁ ସ୍ପଷ୍ଟ ଭାବେ ଚେତାବନୀ ଦେଇ କହିଛନ୍ତି ଯେ, ସେମାନେ ନାଟୋ ରାଷ୍ଟ୍ରର ଏକ ଇଂଚ ମଧ୍ୟରେ ପ୍ରବେଶ କରିବାକୁ ଚେଷ୍ଟା କରନ୍ତୁ ନାହିଁ । ବାଇଡେନଙ୍କ ଭାଷଣ ଶୁଣିବାକୁ ଜନ ସମାଗମ ଦେଖିବାକୁ ମିଳିଥିଲା ।ବାଇଡେନ କହିଛନ୍ତି ୟୁକ୍ରେନ ଉପରେ ଋଷ ଆକ୍ରମଣ କରିବାର କୌଣସି ଯର୍ଥାଥତା ନାହିଁ। ଏଣିକି ଲମ୍ବା ସମୟ ପାଇଁ ଲଢେଇ କରିବାକୁ ପ୍ରସ୍ତୁତ ରହିବାକୁ ପଡିବ ବୋଲି ବାଇଡେନ କହିଛନ୍ତି ।

Leave A Reply

Your email address will not be published.