ପୁଣି ବଢିଲା ତେଲ ଦାମ୍ । ଆଜି ପେଟ୍ରୋଲ ଓ ଡିଜେଲ ଲିଟର ପିଛା ୮୪ ପଇସା ବୃଦ୍ଧି ହୋଇଛି । ଗତ ୧୦ ଦିନରେ ୯ ଥର ବଢିଲାଣି ତୈଳ ଦର । ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଓ ଡିଜେଲ ଲିଟର ପିଛା ୮୦ ପଇସା ବୃଦ୍ଧି ହୋଇଛି । ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୧୦୧ .୮୧ ପଇସାରେ ପହଁଞ୍ଚି ଥିବା ବେଳେ ଡିଜେଲ ଦର ୯୩.୦୭ ହୋଇଛି । ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୮୬ ପଇସା ଓ ଡିଜେଲ ୮୫ ପଇସା ବୃଦ୍ଧି ହୋଇଛିା ଦର ବୃଦ୍ଧି ପରେ ଭୁବନେଶ୍ୱରରେ ପେଟ୍ରୋଲ ଦର ୧୦୮ ଟଙ୍କା ୬୫ ପଇସା ଓ ଡିଜେଲ ଦର ୯୮ ଟଙ୍କା ୪୨ ପଇସା ରହିଛି । ଆସନ୍ତୁ ଜାଣିବା କେଉଁଠି କେତେ ରହିଛି ତୈଳ ଦର?
ସ୍ଥାନ ପେଟ୍ରୋଲ ଡିଜେଲ
ଦିଲ୍ଲୀ ୧୦୧.୮୧ ୯୩.୦୭
ମୁମ୍ବ।ଇ ୧୧୬.୭୨ ୧୦୦.୯୪
ଚେନ୍ନାଇ ୧୦୭.୪୫ ୯୭.୫୨
କୋଲକାତା ୧୧୧.୩୫ ୯୬.୨୨
ମାର୍ଚ୍ଚ ୨୨ ତାରିଖରୁ କ୍ରମାଗତ ଭାବେ ଦେଶରେ ତୈଳ ଦର ବୃଦ୍ଧି ପାଉଛି । ୫ ରାଜ୍ୟର ବିଧାନସଭା ନିର୍ବାଚନ ପରେ ତୈଳ ଦର ଲଗାତର ବଢିବାରେ ଲାଗିଛି । କେବଳ ମାର୍ଚ୍ଚ ୨୪ରେ ତେଲ ଦର ସ୍ଥିର ଥିଲା । ୧୦ ଦିନରେ ୯ ଦିନ ତୈଳ ଦର ବୃଦ୍ଧି ହୋଇଛି । ଯାହା ଖାଉଟିଙ୍କୁ ଚିନ୍ତାରେ ପକାଇଦେଇଛି ।
ପ୍ରମୁଖ ଖବର
ସ୍ୱାୟତ୍ତ ଶାସନ ଦିବସରେ ବଡ଼ ଘୋଷଣା: ୨୮ ନୂଆ ସହରାଞ୍ଚଳ ପାଇଁ ୫୬୦ କୋଟି
ସିନ୍ଧୁ ଜଳ ଚୁକ୍ତି ମାମଲା: ହେଗ୍ ଅଦାଲତର ରାୟକୁ ମାନିଲା ନାହିଁ ଭାରତ
ପରଲୋକରେ ଓଡ଼ିଶା କ୍ୟାଡର ଆଇପିଏସ୍ ଶଫିନ୍ ଅହମ୍ମଦ
ଚଳନ୍ତା ସ୍ଲିପର୍ ବସ୍ରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ, ୨ ଗିରଫ
ଢେଙ୍କାନାଳରେ ଖୋଲିଲା ରାଜ୍ୟର ତୃତୀୟ ‘ଚାଉଳ ଏଟିଏମ୍
ନେପାଳ ବନ୍ୟାର ମୃତ୍ୟୁସଂଖ୍ୟା ୯୦୩, ନିଖୋଜ ୪,୨୪୭
ଏସ୍ସିଓ ଶିଖର ସମ୍ମିଳନୀ ପାଇଁ ବିଶକେକରେ ମୋଦୀ