ପ୍ରମୁଖ ଖବର

ଯୁକ୍ତ ଦୁଇ ଫର୍ମପୂରଣ ଅବଧି ବୃଦ୍ଧି
ସୁଦାନରେ ଓଡ଼ିଆ ଯୁବକଙ୍କୁ ଉଦ୍ଧାର ପାଇଁ ବୈଦେଶିକ ମନ୍ତ୍ରଣାଳୟକୁ ଅନୁରୋଧ କଲେ ନବୀନ
ଏସ୍‌ଆଇ ଜାଲିଆତି ମାମଲା: ୫ ଦିନିଆ ରିମାଣ୍ଡରେ ଯିବେ ଶଙ୍କର ଓ ସୁରେଶ
ମାଲବାହୀ ଟ୍ରେନ୍କୁ ଧକ୍କା ଦେଲା ଯାତ୍ରୀବାହୀ ଟ୍ରେନ୍, ୧୦ ମୃତ, ଅନେକ ଆହତ
୬୦ ହଜାର ଲାଞ୍ଚ ନେଇ ବନ୍ଧା ହେଲେ ଆରଆଇ
ଉତ୍କଳ ବିଲ୍‌ଡର୍ସରେ ଆୟକର ଚଢ଼ାଉ
କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଶ୍ରୀକ୍ଷେତ୍ରକୁ ଗଡ଼ିବ ୩ ସ୍ପେଶାଲ ଟ୍ରେନ୍‌
ବରମୁଣ୍ଡା ବସଷ୍ଟାଣ୍ଡରେ ମା’-ଝିଅଙ୍କୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଗିରଫ
୭ରେ ସ୍କୁଲ, କଲେଜରେ ଛାତ୍ରୀଛାତ୍ରୀ ଗାଇବେ ’ବନ୍ଦେ ମାତରମ’

ମାନସ ହତ୍ୟା ମାମଲା: ଆଜି ସରୁଛି ଅଭିଯୁକ୍ତଙ୍କ ରିମାଣ୍ଡ ଅବଧି

0

କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲାରେ ଆଜି ସରୁଛି ଅଭିଯୁକ୍ତଙ୍କ ରିମାଣ୍ଡ। ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ, ଝୁନା ଭୋଇ, ନିରଞ୍ଜନ, ରଞ୍ଜନଙ୍କୁ ୫ ଦିନିଆ ରିମାଣ୍ଡରେ ନେଇ ସେମାନଙ୍କଠାରୁ ସତ ଉଗାଳିଛି କ୍ରାଇମବ୍ରାଞ୍ଚ । ପଚରାଉଚରା ବେଳେ ସେମାନେ ମାନସଙ୍କୁ କେମିତି ଅପହରଣ କରିଥିଲେ ପରେ ହତ୍ୟା କରିଥିଲେ ତାହା ଗୋଟି ଗୋଟି କରି କହିଛନ୍ତି ।

ଗତକାଲି ଶର୍ମିଷ୍ଠା ରାଉତଙ୍କୁ ନେଇ କ୍ରାଇମସିନ୍ ରିକ୍ରିଏସନ କରିଥିଲା କ୍ରାଇମବ୍ରାଞ୍ଚ । ପ୍ରଥମେ ଚାନ୍ଦବାଲି ପଳାସପୁରକୁ ଅଭିଯୁକ୍ତଙ୍କୁ ନିଆଯାଇଥିଲା । ଯେଉଁଠାରେ ସେମାନେ ମାନସଙ୍କୁ ଅପହରଣ କରିଥିଲେ । ଏହାପରେ ଦୟାଲ ଆଶ୍ରମ ଓ ଋଣପୁର ନିଆଯାଇଥିଲା । ୩୬ ଘଣ୍ଟା ରେ ପାଖାପାଖି ୬୧୦ କିଲୋମିଟର ବୁଲିଥିବା ଅଭିଯୁକ୍ତ ମାନେ କ୍ରାଇମବ୍ରାଞ୍ଚ ଆଗରେ ମାନିଛନ୍ତି ଶର୍ମିଷ୍ଠା ରାଉତ ।

ଅପହରଣ କେମିତି କରିଥିଲେ , ଦୟାଲ ଆଶ୍ରମରେ କେମିତି ନିର୍ଯ୍ୟାତନା ଦେଇଥିଲେ । ରଣପୁରରେ ନୂଆ କାଟେଣୀରେ କିପରି ମୃତଦେହ ପୋତିଦେଲେ । ଏବଂ ହତ୍ୟାରେ ବ୍ୟବହୃତ ସାମଗ୍ରୀ କିପରି ପୋଡି ନଷ୍ଟ କରିଥିଲେ ସମସ୍ତ କଥା ଶର୍ମିଷ୍ଠା ରାଉତ ଗୋଟି ଗୋଟି କରି ମାନିଛି । ତେବେ ଏବେ ବି ଅନେକ ରହସ୍ୟ ଉପରୁ ପରଦା ଉଠିନି । ଅପହରଣ ଓ ହତ୍ୟା କରିଥିବା ଶର୍ମିଷ୍ଠା ରାଉତ ସ୍ୱୀକାର କରିଥିବା ବେଳେ କାହିଁକି ହତ୍ୟା କଲେ ତାହା ଏଯାଏଁ ସ୍ପଷ୍ଟ ହୋଇନି । ମେମୋରୀ ଚିପ୍ ପାଇଁ ହତ୍ୟା ନା ଏହା ପଛରେ ଆଉ କଣ କାରଣ ଅଛି?ମେମୋରୀ ଚିପ୍‌ରେ କଣ ଅଛି? ତାହା ଏଯାଏ ଅନ୍ଧାରରେ ରହିଛି । ୫ ଦିନିଆ ରିମାଣ୍ଡରେ ଅନେକ କିଛି ଜେରା ବେଳେ ଅଭିଯୁକ୍ତଙ୍କୁ କ୍ରାଇମବ୍ରାଂଚ ଆଦାୟ କରିଥିବା ବେଳେ ପୁଣି ଥରେ ରିମାଣ୍ଡରେ ନେଇପାରେ କ୍ରାଇମବ୍ରାଞ୍ଚ ।

Leave A Reply

Your email address will not be published.