ପ୍ରମୁଖ ଖବର

ଏକକ ଶିକ୍ଷକ ସ୍କୁଲରେ ତୁରନ୍ତ ନିଯୁକ୍ତ ହେବେ ଶିକ୍ଷକ
ଜାତୀୟ ହସ୍ତତନ୍ତ ଦିବସ: ଦୁଇ ଓଡ଼ିଆ ବୁଣାକାରଙ୍କୁ ଜାତୀୟ ସମ୍ମାନ
ରାଜପଥରୁ ହଟିବେ ଗୋରୁଗାଈ, ପ୍ରତି ୧୦୦ କିମିରେ ହେବ ଗୋଶାଳା
ରୁଷ ସହ ବାଣିଜ୍ୟ କଲେ ଲାଗିପାରେ ୧୦୦% ଶୁଳ୍କ
ଅଗଷ୍ଟ ୯ରୁ ୧୭ ଯାଏଁ ଘରେ ଘରେ ତ୍ରିରଙ୍ଗା ଅଭିଯାନ
ୟୁପିଆଇ ପେମେଣ୍ଟରେ ଲାଗିବନି ଶୁଳ୍କ, ସ୍ପଷ୍ଟ କଲେ ସରକାର
ଦିଲ୍ଲୀରେ ଅଗଷ୍ଟ ୯ରୁ ବିଜେପିର ସ୍ୱାଧୀନତା ଦିବସ ସପ୍ତାହ
ସେପ୍ଟେମ୍ବର ୧ରୁ ତାମିଲନାଡୁର ପ୍ରମୁଖ ମନ୍ଦିରରେ ମୋବାଇଲ ନିଷେଧ
ଷ୍ଟାର୍ଟଅପ୍‌ ପାଇଁ ୫ ସଂସ୍ଥା ସହ ସରକାରଙ୍କ ରଣନୀତିକ ବୁଝାମଣା
ଆଇଆଇଟି ଦିଲ୍ଲୀ ସମାବର୍ତ୍ତନରେ ‘ବିକଶିତ ଭାରତ’ ପାଇଁ ପ୍ରଧାନମନ୍ତୀ ଦେଲେ ବଡ଼ ବାର୍ତ୍ତା

ମୁମ୍ବାଇ କ୍ରୁଜ ଡ୍ରଗ୍ସ ମାମଲା: ସାକ୍ଷୀ ପ୍ରଭାକରଙ୍କ ମୃତ୍ୟୁ

0

ମୁମ୍ବାଇରେ ଚର୍ଚ୍ଚିତ ଡ୍ରଗ୍ସ ମାମଲାରେ ସାକ୍ଷୀ ରହିଥିବା ପ୍ରଭାକର ସେଲ୍‌ଙ୍କ ମୃତ୍ୟୁ ହୋଇଛି । ତାଙ୍କ ଓକିଲ ତୁଷାର ଖଣ୍ଡାରେଙ୍କ ଅନୁସାରେ ଚେମ୍ବୁରର ମାହୁଲ ଅଞ୍ଚଳରେ ତାଙ୍କ ବାସଭବନରେ ହୃଦଘାତରେ ତାଙ୍କର ପରଲୋକ ହୋଇଛି । ପ୍ରଭାକର ସେଲ୍ ସମୀର ୱାଙ୍ଖଡେଙ୍କ ଉପରେ ମୁମ୍ବାଇ କ୍ରୁଜ ଡ୍ରଗ୍ସ ମାମଲାରେ କୋଟି କୋଟି ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗ କରିଥିଲେ । ଏହା ପରେ ୱାଙ୍ଖଡେଙ୍କ ବିରୋଧରେ ଯାଞ୍ଚ ଆରମ୍ଭ ହୋଇଥିଲା । ଏହି ମାମଲାର ତଦନ୍ତ କରୁଥିବା ଏନସିବି ଭିଜିଲାନ୍ସ ଟିମ ମଧ୍ୟ ପ୍ରଭାକରଙ୍କୁ ପଚରାଉଚରା ପାଇଁ ଡାକିଥିଲାା

ପ୍ରଭାକର ସେଲ ଦାବି କରିଥିଲେ ଯେ, କ୍ରୁଜ ପାର୍ଟି ରେଡ୍ ସମୟରେ ସେ ଗୋସାବିଙ୍କ ସାଥୀରେ ଥିଲେ । ପ୍ରଭାକର ଖୁଲାସା କରିଥିଲେ ଯେ, କେପି ଗୋସାବି ସୈମ ନାମକ ଏକ ବ୍ୟକ୍ତିଙ୍କ ସହ ଫୋନରେ ୨୫ କୋଟିରୁ କଥା ଆରମ୍ଭ କରି ୧୮ କୋଟିରେ ଡିଲ ଫିକ୍ସ କରାଯାଇଥିଲା । କେପି ଗୋସାବି ଏନସିବି ଜୋନାଲ ଡାଇରେକ୍ଟର ସମୀର ୱାଙ୍ଖଡେଙ୍କୁ ମଧ୍ୟ ଲାଞ୍ଚ ଦେବା କଥା କହିଥିଲେ । ଏହି ହାଇପ୍ରୋଫାଇଲ ମାମଲାରେ ବଲିଉଡର କିଙ୍ଗ ଖାନ୍ ଶାହାରୁଖଙ୍କ ପୁଅ ଆରୢନ ଖାନ ଗିରଫ ହୋଇଥିଲେ । ସମୀର ୱାଙ୍ଖଡେ ଅକ୍ଟୋବର ୨ ତାରିଖରେ ମୁମ୍ବାଇରୁ ଗୋଆ ଯାଉଥିବା କ୍ରୁଜ ସିପରେ ରେଡ କରିଥିଲେ । ଏହି ସମୟରେ ଆର‌୍ୟନ ଖାନ୍‌ଙ୍କ ସମେତ ୯ ଲୋକଙ୍କୁ ଡ୍ରଗ୍ସ ମାମଲାରେ ସାମିଲ ଅଭିଯୋଗରେ ଗିରଫ କରିଥିଲେ ।

Leave A Reply

Your email address will not be published.