ଭଦ୍ରକ ଧାମନଗର ଏନଏସିର ୬ଟି ବୁଥରେ ଆଜି ସାନି ମତଦାନ । ସକାଳ ୧୦ଟାରୁ ଦିନ ୪ଟା ଯାଏଁ ଚାଲିବ ଭୋଟ ଗ୍ରହଣ । ଶାନ୍ତିଶୃଙ୍ଖଳାର ସହ ମଦଦାନ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ୨ ନମ୍ବର ୱାର୍ଡର ୩ ନମ୍ବର ବୁଥ, ୫ ନମ୍ବର ୱାର୍ଡର ୮ ଓ ୯ ନମ୍ବର ବୁଥ୍,୯ ନମ୍ବର ୱାର୍ଡର ୧୬ ନମ୍ବର ବୁଥ ଓ ୧୦ ନମ୍ବର ୱାର୍ଡର ୧୭ ଓ ୧୮ ନମ୍ବର ବୁଥରେ ପୁନଃ ନିର୍ବାଚନ ଅନୁଷ୍ଠିତ ହେବ । ମାର୍ଚ୍ଚ ୨୪ ତାରିଖରେ ହିଂସାକାଣ୍ଡ ଯୋଗୁଁ ଏନଏସି ନିର୍ବାଚନ ବାଧାପ୍ରାପ୍ତ ହୋଇଥିଲାା ପରେ ଅଧିକ ଉତ୍ତେଜନା ସହ ବ୍ୟାପକ ଭଙ୍ଗାରୁଜା ଯୋଗୁଁ ମତଦାନ ସେଠାରେ ସମ୍ପୂର୍ଣ୍ଣ ବନ୍ଦ କରାଯାଇଥିଲା । ଆଜି ସେଠାରେ କଡ଼ା ସୁରକ୍ଷାରେ ମତଦାନ ପରେ ଆସନ୍ତାକାଲି ଭୋଟ ଗଣତି ହେବ । ସୁରକ୍ଷା ଦୃଷ୍ଟିରୁ ସେଠାରେ ଜଣେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ, ୩ଜଣ ଡିଏସପି ଇନ୍ସପେକ୍ଟର,ସବଇନ୍ସପେକ୍ଟର, ଏଏସଆଇ ଓ ମହିଳା ପୁଲିସ ମୁତୟନ କରାଯାଇଛି । ପ୍ରତ୍ୟେକ ବୁଥରେ ସିସିଟିଭି ଲଗାଯିବା ସହ ଭିଡିଓଗ୍ରାଫି ବ୍ୟବସ୍ଥା ହୋଇଛି ।
ପ୍ରମୁଖ ଖବର
ଏକକ ଶିକ୍ଷକ ସ୍କୁଲରେ ତୁରନ୍ତ ନିଯୁକ୍ତ ହେବେ ଶିକ୍ଷକ
ଜାତୀୟ ହସ୍ତତନ୍ତ ଦିବସ: ଦୁଇ ଓଡ଼ିଆ ବୁଣାକାରଙ୍କୁ ଜାତୀୟ ସମ୍ମାନ
ରାଜପଥରୁ ହଟିବେ ଗୋରୁଗାଈ, ପ୍ରତି ୧୦୦ କିମିରେ ହେବ ଗୋଶାଳା
ରୁଷ ସହ ବାଣିଜ୍ୟ କଲେ ଲାଗିପାରେ ୧୦୦% ଶୁଳ୍କ
ଅଗଷ୍ଟ ୯ରୁ ୧୭ ଯାଏଁ ଘରେ ଘରେ ତ୍ରିରଙ୍ଗା ଅଭିଯାନ
ୟୁପିଆଇ ପେମେଣ୍ଟରେ ଲାଗିବନି ଶୁଳ୍କ, ସ୍ପଷ୍ଟ କଲେ ସରକାର
ଦିଲ୍ଲୀରେ ଅଗଷ୍ଟ ୯ରୁ ବିଜେପିର ସ୍ୱାଧୀନତା ଦିବସ ସପ୍ତାହ
ସେପ୍ଟେମ୍ବର ୧ରୁ ତାମିଲନାଡୁର ପ୍ରମୁଖ ମନ୍ଦିରରେ ମୋବାଇଲ ନିଷେଧ
ଷ୍ଟାର୍ଟଅପ୍ ପାଇଁ ୫ ସଂସ୍ଥା ସହ ସରକାରଙ୍କ ରଣନୀତିକ ବୁଝାମଣା
ଆଇଆଇଟି ଦିଲ୍ଲୀ ସମାବର୍ତ୍ତନରେ ‘ବିକଶିତ ଭାରତ’ ପାଇଁ ପ୍ରଧାନମନ୍ତୀ ଦେଲେ ବଡ଼ ବାର୍ତ୍ତା