ଭଦ୍ରକ ଧାମନଗର ଏନଏସିର ୬ଟି ବୁଥରେ ଆଜି ସାନି ମତଦାନ । ସକାଳ ୧୦ଟାରୁ ଦିନ ୪ଟା ଯାଏଁ ଚାଲିବ ଭୋଟ ଗ୍ରହଣ । ଶାନ୍ତିଶୃଙ୍ଖଳାର ସହ ମଦଦାନ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ୨ ନମ୍ବର ୱାର୍ଡର ୩ ନମ୍ବର ବୁଥ, ୫ ନମ୍ବର ୱାର୍ଡର ୮ ଓ ୯ ନମ୍ବର ବୁଥ୍,୯ ନମ୍ବର ୱାର୍ଡର ୧୬ ନମ୍ବର ବୁଥ ଓ ୧୦ ନମ୍ବର ୱାର୍ଡର ୧୭ ଓ ୧୮ ନମ୍ବର ବୁଥରେ ପୁନଃ ନିର୍ବାଚନ ଅନୁଷ୍ଠିତ ହେବ । ମାର୍ଚ୍ଚ ୨୪ ତାରିଖରେ ହିଂସାକାଣ୍ଡ ଯୋଗୁଁ ଏନଏସି ନିର୍ବାଚନ ବାଧାପ୍ରାପ୍ତ ହୋଇଥିଲାା ପରେ ଅଧିକ ଉତ୍ତେଜନା ସହ ବ୍ୟାପକ ଭଙ୍ଗାରୁଜା ଯୋଗୁଁ ମତଦାନ ସେଠାରେ ସମ୍ପୂର୍ଣ୍ଣ ବନ୍ଦ କରାଯାଇଥିଲା । ଆଜି ସେଠାରେ କଡ଼ା ସୁରକ୍ଷାରେ ମତଦାନ ପରେ ଆସନ୍ତାକାଲି ଭୋଟ ଗଣତି ହେବ । ସୁରକ୍ଷା ଦୃଷ୍ଟିରୁ ସେଠାରେ ଜଣେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ, ୩ଜଣ ଡିଏସପି ଇନ୍ସପେକ୍ଟର,ସବଇନ୍ସପେକ୍ଟର, ଏଏସଆଇ ଓ ମହିଳା ପୁଲିସ ମୁତୟନ କରାଯାଇଛି । ପ୍ରତ୍ୟେକ ବୁଥରେ ସିସିଟିଭି ଲଗାଯିବା ସହ ଭିଡିଓଗ୍ରାଫି ବ୍ୟବସ୍ଥା ହୋଇଛି ।
ପ୍ରମୁଖ ଖବର
କିସ୍ ବିଶ୍ୱବିଦ୍ୟାଳୟର ୫ମ ସମାବର୍ତ୍ତନ
୧୦ ଶିକ୍ଷକଙ୍କ ଦରମା ବନ୍ଦ କଲେ ବିଇଓ
ଓଡ଼ିଶାରେ ଗତ ୨ ବର୍ଷରେ ୧୧,୩୩୭ ଶିଶୁ ନିଖୋଜ
୪ ନମ୍ୱର ଆମିଷ ବଜାରରୁ ହଟିବ ସମସ୍ତ ଜବରଦଖଲ
ରୋଗୀସେବାରେ ସାମିଲ ହେବ ୨୦୦ଟି ନୂଆ ୧୦୮ ଆମ୍ବୁଲାନ୍ସ
ଅନେକ ପ୍ରେରଣା ଆଣିଛି ନଭେମ୍ବର ମାସ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି