ପ୍ରମୁଖ ଖବର

ଖୁବ ଶୀଘ୍ର ୧୦ ଓ ୫୦୦ ଟଙ୍କା ନୂଆ ନୋଟ୍ ଆଣିବ ଆରବିଆଇ
ବଢ଼ିଲା ସଚିବ ଓ ବରିଷ୍ଠ ଅଧିକାରୀଙ୍କ ଜିଲ୍ଲା ଗସ୍ତ ଅବଧି
ଏପ୍ରିଲ ୧୧ରେ ଶୁଭାରମ୍ଭ ହେବ ଆୟୁଷ୍ମାନ୍ କାର୍ଡ
ଓଡିଶାର ୨ଟି ରେଳ ପ୍ରକଳ୍ପକୁ ମିଳିଲା କ୍ୟାବିନେଟ୍ ମଞ୍ଜୁରୀ
ମେଘନାଦ ପାଚେରୀରେ ମଗରମୁଣ୍ଡ ଭାଙ୍ଗିବା ଘଟଣାରେ ନିଆଯିବ କାର୍ଯ୍ୟାନୁଷ୍ଠାନ
ଭୁବନେଶ୍ୱରରେ ଦୁଇ ଲୁଟେରାଙ୍କୁ ଏନ୍‌କାଉଣ୍ଟର
ଭେଟେରାନ ଅଭିନେତା ମନୋଜ କୁମାରଙ୍କ ପରଲୋକ

୧୫୦୦ ଫୁଟ ତଳକୁ ଖସିପଡିଲେ ଯୁବକ

0

ଝାଡ଼ଖଣ୍ଡ ଦେଓଘରରେ ରୋପୱେ ଦୁର୍ଘଟଣାର ୪୦ ଘଣ୍ଟା ପରେ ବି ଉଦ୍ଧାର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇନାହିଁ । ରେସ୍କୁ ଅପରେସନ ସମୟରେ ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି । ତେବେ ଏବେ ବି ୯ ଜଣ ଫସିରହିଥିବା ବେଳେ ହୃଦୟ ଦୋହାଲାଇଦେଲା ଭଳି ଭିଡିଓ ସାମନାକୁ ଆସିଛି । ହେଲିକପ୍ଟରରେ ଉଦ୍ଧାର ବେଳେ ୧୫୦୦ ଫୁଟ ତଳକୁ ଖସିପଡିଛନ୍ତି ଜଣେ ଯୁବକ । ସୋସିଆଲ ମିଡିଆରେ ବିଚଳିତ କରିଦେଲା ଭଳି ଏହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି

ରୋପୱେ ଚଲାଉଥିବା ଦାମୋଦର ପ୍ରାଇଭେଟ ଲିମଟେଡ ଜେନେରାଲ ମ୍ୟାନେଜର ମହେଶ ମେହେଟ୍ଟାଙ୍କ କହିବା ଅନୁସାରେ, ରୋପୱେ ଦୁର୍ଘଟଣାଗ୍ରସ୍ତ ହେବାରୁ ୮ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଚିକିତ୍ସା ବେଳେ ଜଣଙ୍କର ମୃତ୍ୟୁ ହୋଇଛି । ଆଉ ଜଣେ ବ୍ୟକ୍ତିଙ୍କ ରେସ୍କୁ ଅପରେସନ ସମୟରେ ତଳେ ପଡି ମୃତ୍ୟୁ ହୋଇଛି । ଏବେ ଯାଏଁ ୩୮ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ସକାଳ ୬ଟାରୁ ଲଗାତର ଉଦ୍ଧାର କାମ ଚାଲିଛି ।

କିନ୍ତୁ ପ୍ରଶ୍ନ ଉଠୁଛି ଯେ, ଏତେ ବଡ଼ ଦୁର୍ଘଟଣା ହେଲା କେମିତି ? ଯେଉଁ ଟ୍ରଲିରେ ଏହି ଦୁର୍ଘଟଣା ଘଟିଥିଲା, ସେହି ଟ୍ରଲି ଜରିଆରେ ପ୍ରତିଦିନ ଶହ ଶହ ଲୋକ ଝାଡ଼ଖଣ୍ଡ ଦେଓଘରର ପାହାଡ଼ ଉପରେ ଥିବା ମନ୍ଦିରକୁ ଦର୍ଶନ ପାଇଁ ଯାଆନ୍ତି । ଗତ ରବିବାର ପାହାଡ ଉପରେ ଥିବା ମନ୍ଦିରକୁ ଏକା ସହ ୨୬ଟି ଟ୍ରଲି ବାହାରିଥିଲାା ଫଳରେ ରୋପୱେ କେବୁଲର ଭାର ବଢିଯାଇଥିଲା । ଏବଂ ଗୋଟିଏ ରୋଲର ଭାଙ୍ଗିଯାଇଥିଲା । ପ୍ରତ୍ୟେକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ଗୋଟିଏ ରୋଲର ଭାଙ୍ଗିବା ମାତ୍ରେ ୩ଟି ଟ୍ରଲି ପାହାଡରେ ଯାଇ ଧକ୍କା ହୋଇଥିଲା । ଏସବୁ ଏତେ ଦ୍ରୁତ ଗତିରେ ହେଲା ଯେ, କେହି କିଛି ବୁଝିପାରିନଥିଲେ, ଅନେକ ଭକ୍ତ ଟ୍ରଲିରୁ ଭୂମିରେ ପଡିଯାଇଥିଲେ ।

Leave A Reply

Your email address will not be published.