ପ୍ରମୁଖ ଖବର

ଜାପାନରୁ ନେତାଜୀଙ୍କ ଅସ୍ଥି ଭାରତ ଆଣିବାକୁ ଝିଅଙ୍କ ଆବେଦନ, କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନୋଟିସ୍
ବାଙ୍କୀ-ଡମପଡ଼ା ବ୍ଲକରେ BNSS ୧୬୩ ଲାଗୁ, ମେଳି ଓ ହରତାଳ ଉପରେ କଟକଣା
ଘରୋଇ ହସ୍ପିଟାଲ ଚିକିତ୍ସା ଖର୍ଚ୍ଚ କମିବ, ରୋଗୀଙ୍କ ପାଇଁ ସଂସଦୀୟ କମିଟିର ବଡ଼ ସୁପାରିସ୍
ଦୁଷ୍କର୍ମ ଅଭିଯୋଗରେ IPL କ୍ରିକେଟର ଅଭିଷେକ ପୋରେଲ ଗିରଫ
ଦୁଇ ବର୍ଷ ପରେ ଚଳଚଞ୍ଚଳ ଲୋକାୟୁକ୍ତ, ଅଧ୍ୟକ୍ଷ ଚୟନ ପାଇଁ ବସିଲା ହାଇପାୱାର କମିଟି
ଭାପୁର ଗୋଷ୍ଠୀସ୍ବାସ୍ଥ୍ୟକେନ୍ଦ୍ରରେ ଭୁଲ ଇଞ୍ଜେକ୍ସନ ନେଲା ଛାତ୍ରୀଙ୍କ ଜୀବନ, ମେଡିକାଲରେ ଉତ୍ତେଜନା
ଖଣି ଉପରେ ମନଇଚ୍ଛା ଟିକସ ଲଗାଇପାରିବେନି ରାଜ୍ୟ, କେନ୍ଦ୍ର ଆଣିଲା ନୂଆ MMDR ବିଲ୍‌
ଇରାନୀ ଧମକ ପରେ ଟ୍ରକ୍‌ରେ ଲୁଚି ତୁର୍କୀରୁ ବାହାରିଥିଲେ ଟ୍ରମ୍ପ!
ଧାନବିଲରେ କାମ ବେଳେ ବଜ୍ରାଘାତ, ୪ ମହିଳା ଶ୍ରମିକଙ୍କ ମୃତ୍ୟୁ
ଟିଏମ୍‌ସିର ୩ ବ୍ୟାଙ୍କ ଖାତା ଫ୍ରିଜ୍‌: ହସ୍ତକ୍ଷେପ କଲେନି ସୁପ୍ରିମକୋର୍ଟ

ଓମଫେଡ୍ କ୍ଷୀର: କେତେ ଥିଲା, କେତେ ହେବ?

0

ଭୁବନେଶ୍ବର: ମହଙ୍ଗା ମାଡ଼ରେ ସାଧାରଣ ଲୋକେ ଅସ୍ତବ୍ୟସ୍ତ> ଦିନକୁ ଦିନ ବିଭିନ୍ନ ସାମଗ୍ରୀର ମୂଲ୍ୟ ବଢିବାରେ ଲାଗିଛି। ବଢିବ ଓମଫେଡ୍ କ୍ଷୀର ଦର ଓମଫେଡ଼ କ୍ଷୀର ଲିଟର ପିଛା ଦୁଇ ଟଙ୍କା ବୃଦ୍ଧି ପାଇବ । ଆସନ୍ତା ୨୧ ତାରିଖରୁ ଏହି ନୂଆ ଦର ଲାଗୁ ହେବ। ଓମଫେଡ ଦର ବୃଦ୍ଧି ପରେ ୫ ଶହ ମିଲିଲିଟର କ୍ଷୀରର ଦାମ ୨୩ ଟଙ୍କାରୁ ବଢି ୨୪ ଟଙ୍କାରେ ବିକ୍ରି କରାଯିବ। ଚାଷୀଙ୍କ ଦାବି ଓ ଦୁଗ୍ଧ ଉତ୍ପାଦନ ଖର୍ଚ୍ଚକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି।

ଦୁଗ୍ଧ ଉତ୍ପାଦନ ସହିତ ଜଡିତ ବିଭିନ୍ନ ସାମଗ୍ରୀର ମୂଲ୍ୟ ମଧ୍ୟ ବୃଦ୍ଧି ପାଇଛି। ବିଜୁଳି,ପ୍ୟାକେଜିଂ,ପରିବହନ ଓ ଗାଈର ଦାନା ମୂଲ୍ୟ ମଧ୍ୟ ବଢିଛି। ତେଣୁ କ୍ଷୀର
ଦର ବଢାଯିବ ବୋଲି ସଂସ୍ଥା ପକ୍ଷରୁ କୁହାଯାଇଛି। ୨୦୨୦ ଓମଫେଡ କ୍ଷୀର ଲିଟର ପିଛା ଦୁଇ ଟଙ୍କା ବୃଦ୍ଧି ପାଇଥିଲା। ଓମଫେଡ ଗୋଲ୍ଡ ଓ ପ୍ରିମିୟମ କ୍ଷୀରର ଦର ୫ ଶହ ମିଲିଲିଟରକୁ ୨୪ ଟଙ୍କା ରଖାଯାଇଥିବା ବେଳେ ଟୋନ୍‌ଡ଼ କ୍ଷୀରର ମୂଲ୍ୟ ୨୧ ଟଙ୍କା ରଖାଯାଇଛି। ଉତ୍ପାଦନ ଖର୍ଚ୍ଚ ବୃଦ୍ଧି ସତ୍ୱେ ଦୁଇ ବର୍ଷ ହେଲା ଦର ବୃଦ୍ଧି କରାଯାଇନଥିବା ଓମଫେଡ ପକ୍ଷରୁ କୁହଯାଇଛି।

Leave A Reply

Your email address will not be published.