ପ୍ରମୁଖ ଖବର

୨୦୩୬ ସୁଦ୍ଧା ୫୦୦ ବିଲିୟନ ଡଲାର ଛୁଇଁବ ଓଡ଼ିଶାର ଅର୍ଥନୀତି: ମୁଖ୍ୟମନ୍ତ୍ରୀ
ଭୁବନେଶ୍ଵରରେ ମହାକାଶଚାରୀ ଶୁଭାଂଶୁ ଶୁକ୍ଳା
ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଏଆରଆଇ
ଶ୍ରୀରାମ ମନ୍ଦିରରେ ଉଡ଼ିଲା ଧର୍ମଧ୍ୱଜା

ଓମଫେଡ୍ କ୍ଷୀର: କେତେ ଥିଲା, କେତେ ହେବ?

0

ଭୁବନେଶ୍ବର: ମହଙ୍ଗା ମାଡ଼ରେ ସାଧାରଣ ଲୋକେ ଅସ୍ତବ୍ୟସ୍ତ> ଦିନକୁ ଦିନ ବିଭିନ୍ନ ସାମଗ୍ରୀର ମୂଲ୍ୟ ବଢିବାରେ ଲାଗିଛି। ବଢିବ ଓମଫେଡ୍ କ୍ଷୀର ଦର ଓମଫେଡ଼ କ୍ଷୀର ଲିଟର ପିଛା ଦୁଇ ଟଙ୍କା ବୃଦ୍ଧି ପାଇବ । ଆସନ୍ତା ୨୧ ତାରିଖରୁ ଏହି ନୂଆ ଦର ଲାଗୁ ହେବ। ଓମଫେଡ ଦର ବୃଦ୍ଧି ପରେ ୫ ଶହ ମିଲିଲିଟର କ୍ଷୀରର ଦାମ ୨୩ ଟଙ୍କାରୁ ବଢି ୨୪ ଟଙ୍କାରେ ବିକ୍ରି କରାଯିବ। ଚାଷୀଙ୍କ ଦାବି ଓ ଦୁଗ୍ଧ ଉତ୍ପାଦନ ଖର୍ଚ୍ଚକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି।

ଦୁଗ୍ଧ ଉତ୍ପାଦନ ସହିତ ଜଡିତ ବିଭିନ୍ନ ସାମଗ୍ରୀର ମୂଲ୍ୟ ମଧ୍ୟ ବୃଦ୍ଧି ପାଇଛି। ବିଜୁଳି,ପ୍ୟାକେଜିଂ,ପରିବହନ ଓ ଗାଈର ଦାନା ମୂଲ୍ୟ ମଧ୍ୟ ବଢିଛି। ତେଣୁ କ୍ଷୀର
ଦର ବଢାଯିବ ବୋଲି ସଂସ୍ଥା ପକ୍ଷରୁ କୁହାଯାଇଛି। ୨୦୨୦ ଓମଫେଡ କ୍ଷୀର ଲିଟର ପିଛା ଦୁଇ ଟଙ୍କା ବୃଦ୍ଧି ପାଇଥିଲା। ଓମଫେଡ ଗୋଲ୍ଡ ଓ ପ୍ରିମିୟମ କ୍ଷୀରର ଦର ୫ ଶହ ମିଲିଲିଟରକୁ ୨୪ ଟଙ୍କା ରଖାଯାଇଥିବା ବେଳେ ଟୋନ୍‌ଡ଼ କ୍ଷୀରର ମୂଲ୍ୟ ୨୧ ଟଙ୍କା ରଖାଯାଇଛି। ଉତ୍ପାଦନ ଖର୍ଚ୍ଚ ବୃଦ୍ଧି ସତ୍ୱେ ଦୁଇ ବର୍ଷ ହେଲା ଦର ବୃଦ୍ଧି କରାଯାଇନଥିବା ଓମଫେଡ ପକ୍ଷରୁ କୁହଯାଇଛି।

Leave A Reply

Your email address will not be published.