ପ୍ରମୁଖ ଖବର

ଶ୍ରୀଜଗନ୍ନାଥ ଦର୍ଶନ ଯୋଜନାର ଶୁଭାରମ୍ଭ, ପୁରୀ ଗଲେ ୭୪ ଶ୍ରଦ୍ଧାଳୁ
ସେବାତୀର୍ଥ ଓ କର୍ତ୍ତବ୍ୟ ଭବନ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ
ଓଡିଶାର ଏହି ୪ ସହର ହେବ କମନ ଇକୋନୋମିକ୍‌ ଜୋନ୍‌
ବାଂଲାଦେଶ ନିର୍ବାଚନ: ବିଏନପିର ସଫଳତାରେ ତାରିକଙ୍କୁ ମୋଦୀଙ୍କ ଅଭିନନ୍ଦନ
ପୂର୍ବତନ କେନ୍ଦ୍ରମନ୍ତ୍ରୀ କାହ୍ନୁଚରଣ ଲେଙ୍କାଙ୍କ ପରଲୋକ
ଆଜିଠୁ ପରୀକ୍ଷା ପରିଚାଳନା ହବ୍‌କୁ ଯିବ +୨ ପ୍ରଶ୍ନପତ୍ର

କରୋନା ସଂକ୍ରମଣକୁ ନେଇ କଣ କହିଲେ ବିଜୟ

0

ଦିଲ୍ଲୀ ସମେତ ଅନ୍ୟ ରାଜ୍ୟ ଗୁଡ଼ିକରେ ଏବେ କରୋନା ସଂକ୍ରମଣ ବୃଦ୍ଧି ପାଇଥିବା ବେଳେ, ଓଡିଶାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ଵାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର। ସେ କହିଛନ୍ତି ଯେ, ବର୍ତ୍ତମାନ ଓଡ଼ିଶାରେ ଉଦ୍‌ବେଗଜନକ ସ୍ଥିତି ନାହିଁ । ତଥାପି ଆଗାମୀ ୩ ରୁ ୪ ସପ୍ତାହ ଆମମାନଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ପୂର୍ବ ଲହର ଗୁଡିକରେ ଦିଲ୍ଲୀରେ ସଂକ୍ରମଣ ବଢିବାର ମାସକ ପରେ ଆମ ରାଜ୍ୟରେ ସଂକ୍ରମଣ ବଢିଥିବା ଦେଖିବାକୁ ମିଳିଥିଲା। ତେଣୁ ଏହି ସମୟ ଆମ ପାଇଁ ଖୁବ୍ ଗୁରୁତ୍ଵପୂର୍ଣ୍ଣ।

ଯେଉଁମାନେ ଟିକା ନେଇନାହାଁନ୍ତି ସେମାନେ ଖୁବ୍ ଶୀଘ୍ର ଟିକା ନିଅନ୍ତୁ ବୋଲି ସ୍ଵାସ୍ଥ୍ୟ ନିର୍ଦ୍ଦେଶକ ଅପିଲ୍ କରିଛନ୍ତି। ସେ କହିଛନ୍ତି ଯେ, ଯଦି ସଂକ୍ରମଣ ବଢିବା ଆରମ୍ଭ କରେ ତେବେ ଚିକିତ୍ସା ଷ୍ଟ୍ରାଟେଜିରେ ପରିବର୍ତ୍ତନ କରାଯିବ। ନିହାତି କାମ ନଥିଲେ ଭିଡ଼ ସ୍ଥାନଠୁ ଦୂରରେ ରୁହନ୍ତୁ। ଗହଳି ସ୍ଥାନକୁ ଗଲେ ମାସ୍କ ନିହାତି ପିନ୍ଧନ୍ତୁ। କିଛି ରାଜ୍ୟରେ ସଂକ୍ରମଣ ବଢିବା ଆରମ୍ଭ କରିଛି। ତେଣୁ ସଂକ୍ରମଣ ବଢିବା ସହ ଆର୍ ଭାଲ୍ୟୁ ମଧ୍ୟ ବଢିବ।

Leave A Reply

Your email address will not be published.