ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୭ ବିଭାଗର ୧୨୯୪ ଜଣ ନବନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି
କଳାହାଣ୍ଡିର ଡେପୁଟି କଲେକ୍ଟର ଚିତ୍ତ ରଂଜନ ପିଲ୍ଲାଙ୍କୁ ଆଜି ରାଜ୍ୟ ସରକାର କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି
କରୋନା ଭଳି ଲକ୍ଷଣ ଥିଲେ ରଥଯାତ୍ରା ଯିବାକୁ ମନା, ସ୍ୱାସ୍ଥ୍ୟ ବିଭାଗ
ଲଗାତର ତୃତୀୟ ଥର ରେପୋ ରେଟ କମାଇଲା ରିଜର୍ଭ ବ୍ୟାଙ୍କ
ବର୍ଷା ପୂର୍ବରୁ ହେବ ଡ୍ରେନ୍‍ ସମସ୍ୟାର ସମାଧାନ: ନଗର ଉନ୍ନୟନ ମନ୍ତ୍ରୀ
ପରଲୋକରେ ପୂର୍ବତନ ବିଧାୟକ ମହମ୍ମଦ ରଫିକ୍‌
ଯୋଗାଣ ମନ୍ତ୍ରୀଙ୍କ ଗାଡ଼ିକୁ ମୁହାଁମୁହିଁ ଧକ୍କା ଦେଲା ଟ୍ରକ୍‌
ଅଗଷ୍ଟ ୩ରେ ନିଟ୍ ପିଜି ପରୀକ୍ଷା, ମଞ୍ଜୁରୀ ଦେଲେ ସୁପ୍ରିମକୋର୍ଟ

0

ଜମ୍ମୁ-କାଶ୍ମୀର ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଧାରା ୩୭୦ ହଟିବା ଏବଂ କେନ୍ଦ୍ରଶାସିତ ଅଞ୍ଚଳର ମାନ୍ୟତା ପାଇବା ପରେ ଏହା ହେଉଛି ମୋଦିଙ୍କ ପ୍ରଥମ ଜମ୍ମୁ-କାଶ୍ମୀର ଗସ୍ତ । ଜାତୀୟ ପଞ୍ଚାୟତିରାଜ ଦିବସ ଉପଲକ୍ଷେ ମୋଦୀ ଜମ୍ମୁ-କାଶ୍ମୀରର ପାଲ୍ଲି ପଞ୍ଚାୟତରୁ ଦେଶବ୍ୟାପୀ ପଞ୍ଚାୟତଗୁଡ଼ିକୁ ଉଦବୋଧନ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ଜମ୍ମୁ-କାଶ୍ମୀରର ୩୦ ହଜାରରୁ ଅଧିକ ପଂଚାୟତିରାଜ ଅନୁଷ୍ଠାନ ସଦସ୍ୟଙ୍କୁ ଉଦବୋଧନ ଦେଇଛନ୍ତି । ,

ଜମ୍ମୁ-କାଶ୍ମୀରର ସାମ୍ବା ଜିଲ୍ଲାସ୍ଥିତ ପଲ୍ଲୀ ଗ୍ରାମରେ ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତ କରାଯାଇଥିଲା। ଉପରାଜ୍ୟପାଳ ମନୋଜ ସିହ୍ନାଙ୍କ ଉପସ୍ଥିତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦୀ ସେଠାରେ ପ୍ରଦର୍ଶିତ ହୋଇଥିବା ‘ଇନ୍‌ଟାକ୍‌’ ଫଟୋ ଗ୍ୟାଲେରି ବୁଲି ଦେଖିଥିଲେ। ରାଲିରେ ଉଦ୍‌ବୋଧନ ଦେଇ ଉପରାଜ୍ୟପାଳ ମନୋଜ ସିହ୍ନା କହିଲେ, ଜମ୍ମୁ ଓ କଶ୍ମୀର ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ନୂଆ ଶିଳ୍ପ ଯୋଜନା ଦେଇଛନ୍ତି।

ଜମ୍ମୁ-କାଶ୍ମୀର ଗସ୍ତ ଅବସରରେ ମୋଦୀ ୨୦ ହଜାର କୋଟି ଟଙ୍କା ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି । ସାମ୍ବା ଜିଲ୍ଲାର ପାଲ୍ଲିରେ ୫୦୦ କିଲୋୱାଟରେ ଏକ ସୌର ଶକ୍ତି କେନ୍ଦ୍ରର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଏହା ଦେଶରେ ପ୍ରଥମ କାର୍ବନ୍ ନ୍ୟୁଟ୍ରାଲ ପଞ୍ଚାୟତ ହେବ । ଏହା ସହ ପ୍ରଧାନମନ୍ତ୍ରୀ ବନିହାଲ କାଜିଗଣ୍ଡ ରାସ୍ତା ସୁଡଙ୍ଗର ଉଦଘାଟନ ମଧ୍ୟ କରିଛନ୍ତି । ୮.୪୫ କିଲୋମିଟର ଲମ୍ବର ଏହି ସୁଡଙ୍ଗ ରାସ୍ତା ବନିହାଲ ଏବଂ କାଜିଗଣ୍ଡ ମଧ୍ୟରେ ରାସ୍ତା ଦୂରତା ୧୬ କିଲୋମିଟର କମିବ ।

Leave A Reply

Your email address will not be published.