ପ୍ରମୁଖ ଖବର

କିସ୍‍ ବିଶ୍ୱବିଦ୍ୟାଳୟର ୫ମ ସମାବର୍ତ୍ତନ
୧୦ ଶିକ୍ଷକଙ୍କ ଦରମା ବନ୍ଦ କଲେ ବିଇଓ
ଓଡ଼ିଶାରେ ଗତ ୨ ବର୍ଷରେ ୧୧,୩୩୭ ଶିଶୁ ନିଖୋଜ
୪ ନମ୍ୱର ଆମିଷ ବଜାରରୁ ହଟିବ ସମସ୍ତ ଜବରଦଖଲ
ରୋଗୀସେବାରେ ସାମିଲ ହେବ ୨୦୦ଟି ନୂଆ ୧୦୮ ଆମ୍ବୁଲାନ୍ସ
ଅନେକ ପ୍ରେରଣା ଆଣିଛି ନଭେମ୍ବର ମାସ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ସ୍ତ୍ରୀକୁ କାଠ ଫାଳିଆରେ ମାରି ହତ୍ୟା କଲା ସ୍ବାମୀ

0

ସୋର: ସଇତାନ ସାଜିଲା ସ୍ବାମୀ। ନିଜ ସ୍ତ୍ରୀକୁ କାଠ ଫାଳିଆରେ ପିଟିପିଟି ହତ୍ୟା କରିବା ପରେ ଶବକୁ ୨୪ ଘଣ୍ଟା ଲୁଚାଇ ରଖିଥିଲା। ବାଲେଶ୍ଵର ଜିଲ୍ଲା ସିମୁଳିଆ ଥାନା କଇଁଷି ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା । ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଅଭିଯୁକ୍ତ ସ୍ଵାମୀକୁ ଅଟକ ରଖିଛି।

ସୂଚନାନୁଯାୟୀ, ସୋମବାର ରାତିରେ କଇଁଷି ଗ୍ରାମର ରାମ ମୁର୍ମୁ ମଦ୍ୟପାନ କରି ନିଶାସକ୍ତ ଅବସ୍ଥାରେ ଘରକୁ ଫେରିଥିଲେ। ଏହାପରେ ସ୍ତ୍ରୀ ଦେଉଳା ସହ ତାଙ୍କର ଝଗଡ଼ା ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ରାମ ତାଙ୍କ ସ୍ତ୍ରୀ ଦେଉଳାଙ୍କୁ କାଠ ଫାଳିଆରେ ପିଟିପିଟି ହତ୍ୟା କରିଥିଲେ। ଆଜି ଗ୍ରାମବାସୀମାନେ ଦେଉଳାଙ୍କ ମୃତଦେହ ଘର ଭିତରୁ ଉଦ୍ଧାର କରିବା ସହ ପୁଲିସକୁ ଖବର ଦେଇଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ଅଭିଯୁକ୍ତ ସ୍ଵାମୀକୁ ଅଟକ ରଖିଛି।

Leave A Reply

Your email address will not be published.