ପ୍ରମୁଖ ଖବର

ଓଡ଼ିଶାରେ ମତଦାତା ଯାଞ୍ଚ ଅଭିଯାନ ଶେଷ ପର୍ଯ୍ୟାୟରେ
ଫ୍ରାନ୍ସରେ ‘ଭାରତ ଇନୋଭେଟ୍ସ ୨୦୨୬’, ବିଶ୍ୱ ମଞ୍ଚରେ ଭାରତୀୟ ଷ୍ଟାର୍ଟଅପ୍
ଡ୍ରୋନ୍‌ରେ ଚିଠି ଓ ପାର୍ସଲ୍ ପରିବହନ: ୨ ଘଣ୍ଟାର କାମ ୭ ମିନିଟ୍‌ରେ
ଝାଡ଼ଖଣ୍ଡର ବନ୍ଦ କୋଇଲା ଖଣିରେ ବିଷାକ୍ତ ଗ୍ୟାସ ଲିକ୍; ୪ ଜଣଙ୍କ ମୃତ୍ୟୁ
ବୁର୍ଲାରେ ଏମସିଏଲ୍ ମହିଳା କର୍ମଚାରୀଙ୍କ ମୃତଦେହ ଉଦ୍ଧାର; ଆତ୍ମହତ୍ୟା ସନ୍ଦେହ
୨୦ରେ ରାଇରଙ୍ଗପୁର ଆସିବେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ
ଧୀରଜ ସେଠ୍‌ ହେବେ ପରବର୍ତ୍ତୀ ସ୍ଥଳସେନା ମୁଖ୍ୟ
ଆସାମର ଜୋରହାଟରେ IAF AN-32 ବିମାନ ଦୁର୍ଘଟଣା; ୫ ବାୟୁସେନା କର୍ମଚାରୀଙ୍କ ମୃତ୍ୟୁ
ଜାମିନ୍ ଖାରଜ ପରେ ଜେଲ୍ ଗଲେ ତିଖିରି ସରପଞ୍ଚ ଚାମେଲି ଓଝା
ଓଡ଼ିଆ ଉଚ୍ଚାରଣ ଅନୁଯାୟୀ ବଦଳିବ ୬୪ ସ୍ଥାନର ଇଂରାଜୀ ନାମ; ରାଜ୍ୟ କ୍ୟାବିନେଟ୍‌ର ମଞ୍ଜୁରି

ଆତ୍ମସମର୍ପଣ କରିବାକୁ ୭ଦିନ ସମୟ ମାଗିଲେ ସିଦ୍ଧୁ

0

ନୂଆଦିଲ୍ଲୀ: ଆଜି ଆତ୍ମସମର୍ପଣ କରିବେନି ନବଜୋତ୍ ସିଂ ସିଦ୍ଧୁ । ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ କୋର୍ଟଙ୍କୁ ଆହୁରି ସପ୍ତାହକର ସମୟ ମାଗିଛନ୍ତି ସିଦ୍ଧୁ । ଏଥିପାଇଁ ସେ କୋର୍ଟରେ କ୍ୟୁରେଟିଭ୍ ପିଟିସନ ଦାଏର କରିଥିବା ଜଣାପଡିଛି ।

ନବଜୋତ୍ ସିଂ ସିଦ୍ଧୁ ରୋଡରେଜ୍ ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ଆଜି ପଟିଆଲା କୋର୍ଟରେ ଆତ୍ମସମର୍ପଣ କରିବାର ଥିଲା । କିନ୍ତୁ ଏବେ ସ୍ୱାସ୍ଥ୍ୟ ଖରାପ ଥିବା କାରଣ ଦର୍ଶାଇ କୋର୍ଟଙ୍କୁ ୧ ସପ୍ତାହର ସମୟ ମାଗିଛନ୍ତି । ଅନ୍ୟପଟେ ସୁପ୍ରିମ କୋର୍ଟରେ ସିଦ୍ଧୁ ଯେଉଁ କ୍ୟୁରେଟିଭ୍ ପିଟିସନ୍ ଦାଏର କରିଛନ୍ତି ତାହା ଉପରେ ଶୁଣାଣି କରିବା କ୍ରମରେ ଏହାକୁ ଚିଫ୍ ଜଷ୍ଟିସଙ୍କ ବେଞ୍ଚରେ ଉପସ୍ଥାପନ କରିବାକୁ କହିଛନ୍ତି । ସୂଚନା ମୁତାବକ, ୧୯୮୮ ରେ ଘଟିଥିବା ୧୯୮୮ ରୋଡରେଜ୍ ଘଟଣାରେ ଚଳିତ ମେ ମାସ ୧୯ ତାରିଖରେ ୧ ବର୍ଷର ଜେଲ ଦଣ୍ଡ ଶୁଣାଇଥିଲେ କୋର୍ଟ  । ଏନେଇ ଆଜି ତାଙ୍କୁ ଆତ୍ମସମର୍ପଣ କରିବାର ଥିଲା । ଆଜି ସିଦ୍ଧୁଙ୍କ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ସପ୍ତାହକର ସମୟ ମାଗିଛନ୍ତି।

ସୂଚନା ଥାଉକି ୧୯୮୮ ମସିହା ଏପ୍ରିଲ ୨୭ ତାରିଖରେ ସିଦ୍ଧୁ ତାଙ୍କ ବନ୍ଧୁ ରୂପିନ୍ଦର ସିଂ ପଟିଆଲାର ଶୋରାବଲ ମାର୍କେଟ ଗେଟ୍ ନିକଟରେ ପହଂଚିଥିଲେ । ସେଠାରେ କାର ପାର୍କିଂ କରିବାକୁ ନେଇ ଜଣେ ବୃଦ୍ଧଙ୍କ ସହ ତାଙ୍କର ଝଗଡା ହୋଇଥିଲା । ଏହାପରେ ସିଦ୍ଧୁ ସେହି ବୃଦ୍ଧଙ୍କୁ ମାଧ୍ୟମରେ ଆକ୍ରମଣ କରିଥିଲେ । ଏଥିରେ ବୃଦ୍ଧ ଜଣଙ୍କ ଗୁରୁତର ହୋଇପଡିଥିଲେ । ବୃଦ୍ଧଙ୍କୁ ମେଡିକାଲ ନିଆଯାଇଥିଲେ ବି ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା ।

ଏନେଇ ସିଦ୍ଧୁ ଓ ତାଙ୍କ ବନ୍ଧୁଙ୍କ ନାମରେ କୋତବାଲି ଥାନାରେ ହତ୍ୟା ମାମଲା ରୁଜୁ ହୋଇଥିଲା । ହେଲେ ୧୯୯୯ ମସିହାରେ ଏହି ମାମଲାକୁ ଖାରଜ କରିଦେଇଥିଲେ ସେଶନ କୋର୍ଟ । ଏହାପରେ ୨୦୦୨ ରେ ଏହି ମାମଲାକୁ ନେଇ ପଞ୍ଜାବ ସରକାର ହାଇକୋର୍ଟରେ ଆବେଦନ କରିଥିଲେ । ୨୦୦୬ ମସିହାରେ ପଞ୍ଜାବ ହାଇକୋର୍ଟ ଶୁଣାଣି କରି ସିଦ୍ଧୁ ଓ ତାଙ୍କ ବନ୍ଧୁଙ୍କୁ ୩ ବର୍ଷ ଲେଖାଏଁ ଜେଲଦଣ୍ଡରେ ଦଣ୍ଡିତ କରିଥିଲେ । ଏହି ପ୍ରସଙ୍ଗରେ ବିରୋଧୀ ସିଦ୍ଧୁଙ୍କୁ ଘେରିବା ପରେ ସେ ଲୋକସଭାରୁ ଇସ୍ତଫା ଦେଇଥିଲେ । ଏହାପରେ ହାଇକୋର୍ଟଙ୍କ ରାୟକୁ ସିଦ୍ଧୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ।

Leave A Reply

Your email address will not be published.