ପ୍ରମୁଖ ଖବର

ପ୍ରଚାର ବେଳେ ପୁରୀ କଂଗ୍ରେସ ବିଧାୟକ ପ୍ରାର୍ଥୀ ଉମାବଲ୍ଲଭ ରଥଙ୍କୁ ସଂଘବଦ୍ଧ ଆକ୍ରମଣ, ମୁଣ୍ଡରେ ଲାଗିଛି ଆଘାତ
୫ଟି ସ୍ଥାନରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ: ଜଳେଶ୍ୱର ସହ ବରୀ, ଆଠମଲ୍ଲିକ, ଆଠଗଡ଼ ଓ ପୁରୀରେ ବଦଳିଲେ କଂଗ୍ରେସ ପ୍ରାର୍ଥୀ
ଭୁବନେଶ୍ବରରେ ପ୍ରଧାନମନ୍ତ୍ରୀ: ରାଜଭବନରେ କରିବେ ରାତ୍ରିଯାପନ, କାଲି ବ୍ରହ୍ମପୁରରେ ଦେବେ ଉଦ୍‌ବୋଧନ, ନବରଙ୍ଗପୁରରେ ବିଜୟ ସଂକଳ୍ପ ସମାବେଶରେ ହେବେ ସାମିଲ

ଗୋଚାଲାଣକାରୀଙ୍କ ଗୁଳିମାଡରେ ଦୁଇ ଗୋସେବକ ଗୁରୁତର

0

ଯଶିପୁର: ଆଜି ଭୋର୍ ରୁ ଯଶିପୁର ଟୋଲଗେଟ୍ ନିକଟରେ ଗୋସେବକଙ୍କ ଉପରକୁ ଗୋଚାଲାଣକାରୀମାନେ ଗୁଳିମାଡ଼ କରିଥିବାର ଖବର ମିଳିଛି। ଏଥିରେ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି। ଗୋଚାଲାଣ ଲାଗି ଗୋରୁ ଗାଡ଼ିକୁ ନେଇ ଯାଉଥିବା ବେଳେ ଗୋସେବକମାନେ ଅଟକାଇବାରୁ ଗୋଚାଲାଣକାରୀ ଗୁଳି ଚଳାଇଥିଲେ।

ସୂଚନା ଅନୁଯାୟୀ, ଜାତୀୟ ରାଜପଥ ବେଗୁନିଆ ନିର୍ମାଣାଧୀନ ଟୋଲ ପ୍ଲାଜା ନିକଟରେ ଗୋରୁ ଚାଲାଣ ଗାଡ଼ିର ସୁରକ୍ଷା ଦେଉଥିବା ଏସକର୍ଟ  ପାର୍ଟି ସହିତ ମୁହାମୁହିଁ ହୋଇଥିଲେ ଦେବସେନା ବୋଲି କୁହାଯାଉଥିବା ବେଆଇନ୍ ଗୋ ଚାଲାଣ ବିରୋଧୀ ସଂଗଠନର କର୍ମୀ। ସେମାନେ ଗାଡ଼ିକୁ ଅଟକାଇବାରୁ ଗୋଚାଲାଣକାରୀ ଗୁଳି ଚଳାଇଥିଲେ। ଏଥିରେ ଦେବସେନାର ଦୁଇ କର୍ମୀ ଗୁଳିମାଡ଼ରେ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଗୋଟିଏ ଗୋରୁ ଗାଡ଼ି ଘଟଣା ସ୍ଥଳରେ ଅଟକି ରହିଛି। ଆଖପାଖର ଶତାଧିକ ଗ୍ରାମବାସୀ ପହଞ୍ଚିବାରୁ ଗୋଚାଲାଣକାରୀମାନେ ସେ ସ୍ଥାନ ଛାଡି ପଳାଇଯାଇଥିଲେ।। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ ଆରମ୍ଭ କରିଛି। ଏଣେ ୪୯ ନଂ ଜାତୀୟ ରାଜପଥ ସ୍ଥିତ ବିଶୋଇଠାରେ ମଧ୍ୟ ପୁଲିସ ଛାଉଣୀ ଅଛି। ଶତାଧିକ ଟ୍ରକକୁ ଅଟକ ରଖାଯାଇଛି।

Leave A Reply

Your email address will not be published.