ନୂଆଦିଲ୍ଲୀ: ପେଟ୍ରୋଲ ଡିଜେଲ ଭଳି ଗ୍ୟାସ ଦର ମଧ୍ୟ କମିବ । ଏନେଇ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । ଉଜ୍ୱଳା ହିତାଧିକାରୀଙ୍କ ପାଇଁ ଦର କମାଇଛନ୍ତି ସରକାର । ସିଲିଣ୍ଡର ପିଛା ଦର ୨ ଶହ ଟଙ୍କା କମାଇବାକୁ ନିଷ୍ପତ୍ତି ନିଆଯାଇଛି । ପ୍ରତି ହିତାଧିକାରୀଙ୍କୁ ବର୍ଷକୁ ୧୨ଟି ଗ୍ୟାସ ସିଲିଣ୍ଡରର ସବସିଡି ମିଳିବ । ପୂର୍ବରୁ କେନ୍ଦ୍ର ସରକାର ପେଟ୍ରୋଲ, ଡିଜେଲ ଉପରୁ ଏକସାଇଜ ଡ୍ୟୁଟି କମାଇଛନ୍ତି । ପେଟ୍ରୋଲ ଉପରୁ ୮ ଟଙ୍କା ଏକସାଇଜ ଡ୍ୟୁଟି ହଟିବା ପରେ ଲିଟର ପିଛ ଦର ୯ ଟଙ୍କା ୫୦ ପଇସା କମରେ ଲୋକଙ୍କ ପାଇଁ ଏହା ଉପଲବ୍ଧ ହେବ । ସେହିଭଳି ଡିଜେଲ ଉପରୁ ଏକସାଇଜ ଡ୍ୟୁଟି ୬ଟଙ୍କା କମିବ । ଏଣିକି ଡିଜେଲ ୭ ଟଙ୍କା କମରେ ମିଳିବ । ଏନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୂଚନା ଦେଇଛନ୍ତି ।
ପ୍ରମୁଖ ଖବର
ଅଣ ସେବାୟତଙ୍କୁ ରଥ ଉପର ମନା, ଚଢ଼ିଲେ ହେବେ ଗିରଫ
ଡିଏନଏରୁ ବିଜୟ ରୂପାନୀଙ୍କ ମୃତଦେହ ଚିହ୍ନଟ
ବିଦେଶ ଗସ୍ତରେ ପ୍ରଧାନମନ୍ତ୍ରୀ : ଜି-୭ ସମ୍ମିଳନୀରେ ଦେବେ ଯୋଗ
ଭୁଶୁଡିଲା ଇନ୍ଦ୍ରାୟଣୀ ନଦୀର ବ୍ରିଜ୍, ଭାସିଗଲେ ୨୦ ପର୍ଯ୍ୟଟକ
କେବଳ ଯାତ୍ରୀ ନୁହେଁ ମେଡ଼ିକାଲ ଛାତ୍ରଙ୍କ ପାଇଁ ମଧ୍ୟ ସହାୟତା ରାଶି ଘୋଷଣା କଲା ଟାଟା ଗ୍ରୁପ
କେଦାରନାଥରେ ହେଲିକପ୍ଟର ଦୁର୍ଘଟଣା, ୭ ମୃତ