ପ୍ରମୁଖ ଖବର

ପ୍ରେସର ବୋମା ବିସ୍ଫୋରଣରେ ଯବାନ ସହିଦ
କୋରାପୁଟ ଜିଲାପାଳ ପାଇଲେ ପ୍ରଧାନମନ୍ତ୍ରୀ ଆଓ୍ବାର୍ଡ
ଇସ୍ରାଏଲରେ ଚାକିରି ଦେବା ନାଁରେ ଠକେଇ, ନକଲି ସାକ୍ଷାତକାର ବେଳେ ୩ ଗିରଫ
ସମ୍ବଲପୁରରେ ଲୋକଙ୍କ ଅଭିଯୋଗ ଶୁଣିଲେ ମୁଖ୍ୟମନ୍ତ୍ରୀ
ଝାଡ଼ଖଣ୍ଡରେ ପୋଲିସ ଏନକାଉଣ୍ଟର, ୮ ନକ୍ସଲ ନିପାତ
ସରକାରଙ୍କୁ ଡାକ୍ତରଙ୍କ ଚେତାବନୀ; ୭ ଦଫା ଦାବି ପୂରଣ ନହେଲେ ସମୂହ ଇସ୍ତଫା

ମାଛ ଧରିବା ବେଳେ ବଜ୍ରାଘାତରେ ଜଣେ ମୃତ୍ୟୁ, ୨ ଗୁରୁତର

0

ଟାଙ୍ଗୀ : ଚିଲିକାରେ ମାଛ ଧରିବା ବେଳେ ବଜ୍ରାଘାତ। ଜଣେ ମତ୍ସ୍ୟଜିବୀଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି।

ସୂଚନାନୁଯାୟୀ, ଖୋର୍ଦ୍ଧା ଜିଲ୍ଲା ଚିଲିକାରେ ମାଛ ଧରୁଥିବା ବେଳେ ବଜ୍ରାଘାତ ମାରିଥିଲା। ଫଳରେ ଜଣେ ମତ୍ସ୍ୟଜିବୀଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି। ମୃତକ ଜଣଙ୍କ ଚିଲିକା ବ୍ଲକ ସାନ-ନଈରୀ ଗାଁର ନାରାୟଣ ବେହେରା ବୋଲି ଜଣାପଡିଛି। ସେହିପରି ଅନ୍ୟ ଦୁଇ ଭାଇ ଚିଲିକା କୂଳ ନଈରୀ ପେଣ୍ଠ ନିକଟରେ ମାଛ କିଣିବା ପାଇଁ ଡଙ୍ଗାକୁ ଅପେକ୍ଷା କରିଥିବା ବେଳେ ବଜ୍ରାଘାତ ଶିକାର ହୋଇଛନ୍ତି । ଆହତ ଦୁହେଁ ହେଉଛନ୍ତି ନିକଟସ୍ଥ ହରିକୁଣ୍ଡ-ବରଡି ଗାଁର ନବୀନ ବରାଳ ଓ ବିପିନ ବରାଳ । ସେମାନଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

Leave A Reply

Your email address will not be published.