ପ୍ରମୁଖ ଖବର

ମହାରାଷ୍ଟ୍ରର ପୁଣେରେ ବିଷାକ୍ତ ମଦ ପିଇ ଗତ ୨୪ ଘଣ୍ଟା ମଧ୍ୟରେ ୧୫ ଜଣଙ୍କର ମୃତ୍ୟୁ
ତେଲେଙ୍ଗାନା ହାଇକୋର୍ଟ ଆଇନଜୀବୀ ହତ୍ୟା ମାମଲାରେ କଂଗ୍ରେସ ନେତାଙ୍କ ସହ ୭ ଗିରଫ
ଆଇପିଏଲ୍ ଫାଇନାଲ୍ ପୂର୍ବରୁ ବେଙ୍ଗାଲୁରୁ ପୋଲିସର କଡ଼ା ନିର୍ଦ୍ଦେଶ
ସୁରଜିତ ନାଥ ମିତ୍ର ପଶ୍ଚିମବଙ୍ଗର ନୂଆ ଆଡଭୋକେଟ୍ ଜେନେରାଲ୍
‘ଅପରେସନ ସିନ୍ଦୂର’ ଉପରେ ସ୍ମାରକ ପୁସ୍ତକ ଉନ୍ମୋଚନ କଲେ ରାଜନାଥ ସିଂହ
ଆସନ୍ତା ୩ ଦିନ ଯାଏଁ ରାଜ୍ୟର ଅନେକ ସ୍ଥାନରେ କାଳବୈଶାଖୀ ବର୍ଷା, ପବନ ସମ୍ଭାବନା

କଳା ବୋଳିଥିଲେ, ତଡ଼ା ଖାଇଲେ

0

ଭୁବନେଶ୍ବର: ବହୁ ଚର୍ଚ୍ଚିତ ଭିଜିଲାନ୍ସ ଅଧିକାରୀ ମାନସୀ ଜେନାଙ୍କୁ ଆଜି ରାଜ୍ୟ ସରକାର ଚାକିରିରୁ ବହିଷ୍କାର କରିଛନ୍ତି। ପୁଲିସ ମହାନିର୍ଦେଶକ ସୁନୀଲ କୁମାର ବଂଶଲ ଏ ସଂକ୍ରାନ୍ତ ନିର୍ଦେଶନାମା ଜାରି କରିଛନ୍ତି। ଶ୍ରୀମତୀ ଜେନା ଭିଜିଲାନ୍ସ ହାତରେ ଧରାପଡ଼ିବା ପରେ ତାଙ୍କୁ ଗିରଫ କରାଯାଇଛି ଓ ସେ ନିଲମ୍ବିତ ଅଛନ୍ତି।

ସମ୍ବଲପୁରରେ ଗୋଟିଏ ମାମଲାର ରଫାଦଫା କରିବା ପାଇଁ ସେ ୨୦ଲକ୍ଷ ଟଙ୍କା ଦାବି କରିଥିଲେ। ମୁକେଶ ସାହୁ ନାମକ ଜଣେ ସହଯୋଗୀଙ୍କ ମାଧ୍ୟମରେ ଏହା କରାଯାଇଥିଲା। ଭିଜିଲାନ୍ସ ଜାଲରେ ପଡ଼ିବା ପରେ ମାମଲାକୁ ନେଇ ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିଲା। ଜଣେ ଭିଜିଲାନ୍ସ ଅଧିକାରୀ ହୋଇ ଦୁର୍ନୀତିରେ ଲିପ୍ତ ଥିବା ଜଣାପଡିବା ପରେ ସରକାର ବି ଚିନ୍ତାରେ ପଡ଼ିଯାଇଥିଲେ। ହେଲେ ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳ ନୀତି ଗ୍ରହଣ କରାଯାଉଥିବା ଆଧାରରେ ତାଙ୍କୁ ବହିଷ୍କାର କରାଯାଇଥିବା ଜଣାପଡିଛି। ସେ ଯେହେତୁ ସାଧାରଣ ଲୋକଙ୍କ ଆସ୍ଥା ହରାଇଛନ୍ତି ଏବଂ ଗର୍ହିତ କାର୍ଯ୍ୟରେ ଲିପ୍ତ ଥିବା ଜଣାପଡିଛି, ଏଣୁ ଚାକିରିରୁ ବହିଷ୍କାର କରାଯିବା ଏକମାତ୍ର ରାସ୍ତା ବୋଲି ସରକାର ବିଚାର କରିଛନ୍ତି।

Leave A Reply

Your email address will not be published.