ନିମାପଡା: ଉତ୍ତରା ଛକ ସ୍ଥିତ ରାମ ମନ୍ଦିର କେନାଲ ରୋଡରେ ପିପିଲି ଓ କୌଶଲ୍ୟାଗଙ୍ଗ ପୋଲିସ ମିଳିତ ଭାବରେ ଚଢାଉ କରି କୋଟିଏ ଟଙ୍କାର ବ୍ରାଉନସୁଗାର ଜବତ କରିଛି। ଏଥିସହ ୪ ଜଣଙ୍କୁ ଗିରଫ କରିଛି। ଏହି ଘଟଣାରେ ଜଣେ ନାବାଳକ ମଧ୍ୟ ଧରାପଡିଛି।
ପୁରୀ ଭୁବନେଶ୍ଵର ୩୧୬ ନମ୍ଵର ଜାତୀୟ ରାଜପଥ ଉତ୍ତରା ଛକ ସ୍ଥିତ ରାମ ମନ୍ଦିର କେନାଲ ରୋଡରେ ବ୍ରାଉନସୁଗାର ବେପାର ପାଇଁ ମୁଲଚାଲ ଚାଲିଥିଲା।ଖବର ପାଇ ପିପିଲି ଓ କୌଶଲ୍ୟାଗଙ୍ଗ ପୋଲିସ ମିଳିତ ଭାବରେ ଚଢାଉ କରି ୪ ଜଣକୁ ଗିରଫ କରିଥିଲା । ଏଥିସହ ଜଣେ ନାବାଳକ ଧରାପଡିଥିଲା। ସେମାନଙ୍କ ଠାରୁ ଏକ କୋଟି ଟଙ୍କାର ୯୭୮ ଗ୍ରାମର ବ୍ରାଉନ ସୁଗାର, ନଗଦ ୩ ହଜାର ୫ଶହ ଟଙ୍କା ସହିତ ଗୋଟିଏ ପ୍ଲେଜର ସ୍କୁଟି ଗୋଟିଏ ମେ।ଟର ସାଇକେଲ ଜବତ କରିଛି ପୋଲିସ ।
ମାଷ୍ଟର ମ।ଇଣ୍ଡ କୁହାଯାଉଥିବା ପିପିଲି ନରସିଂହପୁର ଅଂଚଳର ମୁରାସିଦ ଖାନ ଓରଫ ଜୁମା ଓ ତାର ସହଯୋଗୀ ଇମ୍ରାନ ସା ଓ ଜାବିଦ ସା,ବାଲେଶ୍ଵର ଅଂଚଳର ସେକ ସାଜିଦ ଅଲ୍ଲି ପୋଲିସ ଗିରଫ କରିଥିଲା। ଅ।ଗାମୀ ଘୋଷ ଯାତ୍ରା ସମୟରେ ଏହି କାରବାର ବୁଦ୍ଧି ପାଇବା ଅ।ଶା ରଖି ବ୍ୟାପକ ବ୍ୟବସ୍ଥା ଓ ଚଢାଉ ଜାରି ରହିଛି ବୋଲି ପୋଲିସ କହିଛି।