ପ୍ରମୁଖ ଖବର

ମହିଳା କବାଡିରେ ଭାରତକୁ ସ୍ୱର୍ଣ୍ଣ
ନାଗାଲାଣ୍ଡରେ ବିଷାକ୍ତ ମଦ ନେଲା ୧୯ ଜୀବନ
ପାରାଦୀପକୁ ମିଳିଲା ମେଗା ବନ୍ଦର ମାନ୍ୟତା
ଆଇଆଇଟି ଛାତ୍ର ମୃତ୍ୟୁ ଘଟଣା: ଡିନ୍‌ ପଦରୁ ନିଲମ୍ବିତ ପ୍ରଫେସର ସୂର୍ଯ୍ୟନାରାୟଣ ଡୁଲ୍ଲା
୭୦୦ ଗ୍ରାମ୍‌ ଓଜନ ପାଇଁ ଅଟକିଲା ଗୋଲ୍ଡ ସ୍ୱପ୍ନ, ସୁଚିକାଙ୍କୁ ଏସିଆନ୍ ଗେମ୍ସରେ ବ୍ରୋଞ୍ଜ
ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଧମକ
୩.୩୫ କେଜି ହେରୋଇନ୍‌ ସହ ପଞ୍ଜାବ ପୁଲିସ୍‌ ଇନ୍‌ସପେକ୍ଟର ଗିରଫ
ଓଡ଼ିଶାରେ ବେଦାନ୍ତର ୧ ଲକ୍ଷ କୋଟି ନିବେଶ ଯୋଜନା, ଢେଙ୍କାନାଳରେ ହେବ ସ୍ମେଲ୍ଟର ପ୍ଲାଣ୍ଟ
ପାକିସ୍ତାନରେ ଭୟଙ୍କର ଆତ୍ମଘାତୀ ବିସ୍ଫୋରଣ, ୧୧ ମୃତ; ୩୦ ଆହତ
ପାକିସ୍ତାନରେ ଭୟଙ୍କର ଆତ୍ମଘାତୀ ବିସ୍ଫୋରଣ, ୧୧ ମୃତ; ୩୦ ଆହତ

ରାଜ୍ୟସଭାକୁ ଯିବେ ଦୌଡରାଣୀ ପିଟି ଉଷା

0

ନୂଆଦିଲ୍ଲୀ : କେନ୍ଦ୍ର ସରକାର ରାଜ୍ୟସଭାକୁ ୪ ଜଣକୁ ମନୋନୀତ କରିଛନ୍ତି । ସେମାନେ ହେଲେ ଆଥଲେଟ୍ ପି.ଟି.ଉଷା, ସଂଗୀତଜ୍ଞ ଇଲୈୟା ରାଜା, ସମାଜସେବୀ ବୀରେନ୍ଦ୍ର ହେଗଡେ ଓ ଲେଖକ ବିଜୟେନ୍ଦ୍ର ପ୍ରସାଦ । ରାଜ୍ୟସଭାକୁ ମନୋନୀତ ହୋଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟୁଇଟ୍ କରି ସେମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ପିଏମ୍ ମୋଦି ପିଟି ଉଷାଙ୍କ ସମ୍ପର୍କରେ ସୂଚନା ଦେଇ କହିଛନ୍ତି କି ପିଟି ଉଷା ଖେଳରେ ନିଜ ଉପଲବ୍ଧି ପାଇଁ ବେଶ୍ ଜଣାଶୁଣା । କିନ୍ତୁ ଗତ କିଛି ବର୍ଷରେ ସେ ନୂଆ ଖେଳାଳୀଙ୍କୁ ମାର୍ଗଦର୍ଶନ କରିଛନ୍ତି ଯାହା କି ପ୍ରଶଂସାଯୋଗ୍ୟ । ତାଙ୍କୁ ରାଜ୍ୟସଭାକୁ ମନୋନୀତ କରାଯାଉଛି ଏବଂ ଏଥିପାଇଁ ତାଙ୍କୁ ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି ପିଏମ୍ । ଇଲାୟାରାଜାଙ୍କ ସମ୍ପର୍କରେ କହିଛନ୍ତି କି ସେ ପିଢି ପରେ ପିଢି ଲୋକଙ୍କୁ ମନ୍ତ୍ରମୁଗ୍ଧ କରିଆସିଛନ୍ତି । ସେ ଜଣେ ବିନମ୍ର ବ୍ୟକ୍ତି ଏବଂ ସେ ବହୁତ କିଛି ହାସଲ କରିଛନ୍ତି । ସେ ରାଜ୍ୟସଭାକୁ ମନୋନୀତ ହେବା ଅତି ଖୁସିର କଥା ବୋଲି ପିଏମ୍ କହିଛନ୍ତି ।

ଅନ୍ୟପକ୍ଷରେ ବୀରେନ୍ଦ୍ର ହେଗଡେ ସମାଜସେବା, ସ୍ବାସ୍ଥ୍ୟ, ଶିକ୍ଷା ଓ ସଂସ୍କୃତି କ୍ଷେତ୍ରରେ ଅନେକ କାର୍ଯ୍ୟ କରିଛନ୍ତି । ସେ ସଂସଦୀୟ କାର୍ଯ୍ୟପ୍ରଣାଳୀକୁ ସମୃଦ୍ଧ କରିବେ ବୋଲି ମୋଦୀ ଲେଖିଛନ୍ତି । ସେହିପରି ଭି.ବିଜୟେନ୍ଦ୍ର ପ୍ରସାଦ ବିଗତ କିଛି ଦଶନ୍ଧୀ ଧରି କଳାଜଗତରେ ସକ୍ରିୟ ଅଛନ୍ତି । ତାଙ୍କର ଲେଖା ଭାରତୀୟ ସଂସ୍କୃତିକୁ ଦର୍ଶାଇଥାଏ । ସେ ରାଜ୍ୟସଭାକୁ ମନୋନୀତ ହୋଇଥିବାରୁ ତାଙ୍କୁ ଅଭିନନ୍ଦନ ।

Leave A Reply

Your email address will not be published.