ପ୍ରମୁଖ ଖବର

ଭୁବନେଶ୍ୱର ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି
୩ ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି: ନୀଳଗିରିରୁ ସୁକାନ୍ତ ନାୟକ, କୋରେଇରୁ ସନ୍ଧ୍ୟାରାଣୀ ଦାସ ଓ ଖଣ୍ଡପଡାରୁ ସାବିତ୍ରୀ ପ୍ରଧାନଙ୍କୁ ଦଳ ପ୍ରାର୍ଥୀ କରିଛି
ସେହିଭଳି ଦେବଗଡ ଆସନରେ ପୂର୍ବରୁ ପ୍ରାର୍ଥୀ ଘୋଷଣା କରିଥିବା ଅରୁନ୍ଧତୀ ଦେବୀଙ୍କ ସ୍ଥାନରେ ରୋମାଞ୍ଚ ରଞ୍ଜନ ବିଶ୍ୱାଳଙ୍କୁ ବିଜେଡି ପ୍ରାର୍ଥୀ କରିଛି
ଆଦର୍ଶ ଆଚରଣ ଵିଧି ଉଲ୍ଲଂଘନ ଅଭିଯୋଗରେ ମିଶନଶକ୍ତିର ଦୁଇ ଜଣ ସିଆରପିଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୁର ବିକାଶ ନିଲମ୍ବିତ କରିଛନ୍ତି
କଣ୍ଟାବାଞ୍ଜି ବିଧାନସଭା ପାଇଁ ନାମାଙ୍କନ ଦାଖଲ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ରାଜ୍ୟସଭାକୁ ଯିବେ ଦୌଡରାଣୀ ପିଟି ଉଷା

0

ନୂଆଦିଲ୍ଲୀ : କେନ୍ଦ୍ର ସରକାର ରାଜ୍ୟସଭାକୁ ୪ ଜଣକୁ ମନୋନୀତ କରିଛନ୍ତି । ସେମାନେ ହେଲେ ଆଥଲେଟ୍ ପି.ଟି.ଉଷା, ସଂଗୀତଜ୍ଞ ଇଲୈୟା ରାଜା, ସମାଜସେବୀ ବୀରେନ୍ଦ୍ର ହେଗଡେ ଓ ଲେଖକ ବିଜୟେନ୍ଦ୍ର ପ୍ରସାଦ । ରାଜ୍ୟସଭାକୁ ମନୋନୀତ ହୋଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟୁଇଟ୍ କରି ସେମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ପିଏମ୍ ମୋଦି ପିଟି ଉଷାଙ୍କ ସମ୍ପର୍କରେ ସୂଚନା ଦେଇ କହିଛନ୍ତି କି ପିଟି ଉଷା ଖେଳରେ ନିଜ ଉପଲବ୍ଧି ପାଇଁ ବେଶ୍ ଜଣାଶୁଣା । କିନ୍ତୁ ଗତ କିଛି ବର୍ଷରେ ସେ ନୂଆ ଖେଳାଳୀଙ୍କୁ ମାର୍ଗଦର୍ଶନ କରିଛନ୍ତି ଯାହା କି ପ୍ରଶଂସାଯୋଗ୍ୟ । ତାଙ୍କୁ ରାଜ୍ୟସଭାକୁ ମନୋନୀତ କରାଯାଉଛି ଏବଂ ଏଥିପାଇଁ ତାଙ୍କୁ ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି ପିଏମ୍ । ଇଲାୟାରାଜାଙ୍କ ସମ୍ପର୍କରେ କହିଛନ୍ତି କି ସେ ପିଢି ପରେ ପିଢି ଲୋକଙ୍କୁ ମନ୍ତ୍ରମୁଗ୍ଧ କରିଆସିଛନ୍ତି । ସେ ଜଣେ ବିନମ୍ର ବ୍ୟକ୍ତି ଏବଂ ସେ ବହୁତ କିଛି ହାସଲ କରିଛନ୍ତି । ସେ ରାଜ୍ୟସଭାକୁ ମନୋନୀତ ହେବା ଅତି ଖୁସିର କଥା ବୋଲି ପିଏମ୍ କହିଛନ୍ତି ।

ଅନ୍ୟପକ୍ଷରେ ବୀରେନ୍ଦ୍ର ହେଗଡେ ସମାଜସେବା, ସ୍ବାସ୍ଥ୍ୟ, ଶିକ୍ଷା ଓ ସଂସ୍କୃତି କ୍ଷେତ୍ରରେ ଅନେକ କାର୍ଯ୍ୟ କରିଛନ୍ତି । ସେ ସଂସଦୀୟ କାର୍ଯ୍ୟପ୍ରଣାଳୀକୁ ସମୃଦ୍ଧ କରିବେ ବୋଲି ମୋଦୀ ଲେଖିଛନ୍ତି । ସେହିପରି ଭି.ବିଜୟେନ୍ଦ୍ର ପ୍ରସାଦ ବିଗତ କିଛି ଦଶନ୍ଧୀ ଧରି କଳାଜଗତରେ ସକ୍ରିୟ ଅଛନ୍ତି । ତାଙ୍କର ଲେଖା ଭାରତୀୟ ସଂସ୍କୃତିକୁ ଦର୍ଶାଇଥାଏ । ସେ ରାଜ୍ୟସଭାକୁ ମନୋନୀତ ହୋଇଥିବାରୁ ତାଙ୍କୁ ଅଭିନନ୍ଦନ ।

Leave A Reply

Your email address will not be published.