ପ୍ରମୁଖ ଖବର

ଏସ୍‌ଆଇ ପରୀକ୍ଷା ଘୋଟାଲା: ୧୧୯ ଜଣଙ୍କ ଜାମିନ୍ ଆବେଦନ ଖାରଜ
ଆଇପିଏସ୍‍ ଅଧିକାରୀ ଆତ୍ମହତ୍ୟା ମାମଲା, ଘରୁ ମିଳିଲା ୮ ପୃଷ୍ଠାର ସୁଇସାଇଡ୍ ନୋଟ
ରସାୟନ ବିଜ୍ଞାନରେ ନୋବେଲ ପାଇଁ ୩ ବୈଜ୍ଞାନିକଙ୍କ ନାମ ଘୋଷଣା
ଗ୍ରାନାଇଟ୍ ଖାଦାନରେ ବିସ୍ଫୋରଣ, ୩ ଶ୍ରମିକ ମୃତ
ଭିଜିଲାନ୍ସ ଜାଲରେ ଓଏଏସ୍‌ ଅଧିକାରୀ

ମହିଳାଙ୍କୁ ଏସିଡ୍ ମାଡ, ଗୁରୁତର ଅବସ୍ଥାରେ ଏସସିବି ସ୍ଥାନାନ୍ତର

0

ଆଠଗଡ; ସୁଧ କାରବାରକୁ ନେଇ ମହିଳାଙ୍କୁ ଏସିଡ୍ ମାଡ । ଆଠଗଡ ତିଗିରିଆରେ ଜଣେ ୩୬ ବର୍ଷୀୟ ମହିଳାଙ୍କ ଉପରକୁ ଦୁର୍ବୃତ୍ତ ଏସିଡ୍ ଫିଙ୍ଗିଛନ୍ତି । ମହିଳାଙ୍କ ଶରୀରର ୫୦ ପ୍ରତିଶତ ପୋଡି ଯାଇଥିବା ସୂଚନା ରହିଛି । ଗୁରୁତର ମହିଳା ଜଣଙ୍କୁ କଟକ ଏସସିବିକୁ ସ୍ଥାନାନ୍ତରିତ କରାଯାଇଛି । ଭୋର ୪ଟା ସମୟରେ ମହିଳା ଜଣଙ୍କ ଘରୁ ବାହାରକୁ ବାହାରିଥିଲେ ।

ଏହି ସମୟରେ ପୂର୍ବ ଯୋଜନା ମୁତାବକ ଛକି ବସିଥିବା ଦୁର୍ବୃତ୍ତ ଆସି ମହିଳାଙ୍କ ଉପରକୁ ଏସିଡ୍ ଫିଙ୍ଗି ଦେଇଥିଲା । ଆଠଗଡ ନିକଟସ୍ଥ ତିଗିରିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଗୁରୁତର ମହିଳାଙ୍କୁ ପ୍ରଥମେ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କୁ ଏସସିବିକୁ ସ୍ଥାନାନ୍ତର କରାଯାଇଛି । ପୋଲିସ ଏହି ମାମଲାର ତଦନ୍ତ କରୁଛି । ତେବେ ମହିଳା ଜଣଙ୍କ ସୁଧରେ ଟଙ୍କା ନେଇ ଫେରାଉ ନଥିବାରୁ ତାଙ୍କ ଉପରକୁ ଏସିଡ୍ ପକାଯାଇଥିବା ସନ୍ଦେହ କରାଯାଉଛି ।

Leave A Reply

Your email address will not be published.