ପ୍ରମୁଖ ଖବର

ସୁଜାତାଙ୍କୁ ଅର୍ଥ ବିଭାଗକୁ ବଦଳି, ମିଶନଶକ୍ତି ବିଭାଗ ଦାୟିତ୍ୱରେ ଶାଳିନୀ ପଣ୍ଡିତ
ସୁଜାତାଙ୍କ ପାଖରେ ଥିବା ଦୁଇ ବିଭାଗର ଦାୟିତ୍ୱ ଶାଳିନୀ ପଣ୍ଡିତଙ୍କୁ ଦିଆଯାଇଛି
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସଚିବ ତଥା କମିଶନର ୨୦୦୧ ବ୍ୟାଚ୍ ଆଇଏଏସ୍ ଶାଳିନୀ ପଣ୍ଡିତ ମିଶନ ଶକ୍ତି ବିଭାଗର ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ
ଆସନ୍ତା ୧୪ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାରଣାସୀରୁ ପ୍ରାର୍ଥିପତ୍ର ପତ୍ର ଦାଖଲ କରିବେ
ଶନିବାର ପ୍ରଚାର ମଇଦାନକୁ ଓହ୍ଲାଇବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ
ଘସିପୁରା ବିଧାନସଭା ଆସନରେ ସ୍ୱାଧିନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବେ ବୋଲି ଘୋଷଣା କରିଛନ୍ତି ସୌମ୍ୟରଞ୍ଜନ ପଟ୍ଟନାୟକ

ଆସନ୍ତା ୧୫ରୁ ମାଗଣାରେ ମିଳିବ କରୋନା ବୁଷ୍ଟର ଡୋଜ୍

0

ନୂଆଦିଲ୍ଲୀ: ଦେଶରେ ଏବେ ଲଗାତାର କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ସେଥିପାଇଁ କେନ୍ଦ୍ର ସରକାର ୧୮-୫୯ ବର୍ଷ ବୟସର ସମସ୍ତ ନାଗରିକଙ୍କୁ କୋଭିଡ ନିରୋଧୀ ଟିକାର ବୁଷ୍ଟର ଡୋଜ ମାଗଣା ଯୋଗାଇ ଦେବାକୁ ଘୋଷଣା କରିଛନ୍ତି। ଆସନ୍ତା ୧୫ ତାରିଖରୁ ୧୮ ବର୍ଷରୁ ଅଧିକ ବୟସ୍କଙ୍କୁ ମାଗଣାରେ ଦିଆଯିବ କରୋନାର ବୁଷ୍ଟର ଡୋଜ୍‌। ଏବେ ଲୋକମାନଙ୍କୁ ଟଙ୍କା ଦେଇ ବୁଷ୍ଟର ଡୋଜ୍‌ ନେବାକୁ ପଡ଼ୁଛି। ହେଲେ ବୁଷ୍ଟର ଡୋଜ୍‌ ନେବାକୁ କେହି ବି ଆଗ୍ରହ ଦେଖାଉ ନାହାନ୍ତି। ଏପରି ସ୍ଥିତିରେ ଦେଶରେ ପୁଣିଥରେ କରୋନା ସଂକ୍ରମଣ ବୃଦ୍ଧି ପାଇବା ଆରମ୍ଭ କରିଛି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ସମସ୍ତଙ୍କୁ ମାଗଣାରେ ବୁଷ୍ଟର ଡୋଜ୍‌ ଦେବାକୁ ନିଷ୍ପତ୍ତି ନେଇଥିବା କୁହାଯାଉଛି। ୧୮ ବର୍ଷରୁ ଅଧିକ ବୟସ୍କ ମାଗଣାରେ ବୁଷ୍ଟର ଡୋଜ୍‌ ନେଇପାରିବେ ବୋଲି ଆଜି ଆଜି କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର ସୂଚନା ଦେଇଛନ୍ତି।

କେନ୍ଦ୍ରମନ୍ତ୍ରୀ ଶ୍ରୀ ଠାକୁର କହିଛନ୍ତି, “ଭାରତ ଏବେ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ପାଳନ କରୁଛି। ଆଜାଦୀର ଏହି ଅମୃତ କାଳରେ ଜୁଲାଇ ୧୫ରୁ ୧୮ ବର୍ଷରୁ ଅଧିକ ବୟସ୍କଙ୍କୁ ମାଗଣାରେ କରୋନା ବିରୋଧୀ ବୁଷ୍ଟର ଡୋଜ ଦିଆଯିବାକୁ ନିଷ୍ପତ୍ତି ହୋଇଛି। ଆଗାମୀ ୭୫ ଦିନ ଯାଏ ଏହି ଅଭିଯାନ ଚାଲିବ। ଲୋକମାନେ ସରକାରୀ ଟିକାକରଣ କେନ୍ଦ୍ରକୁ ଯାଇ ମାଗଣାରେ ପ୍ରିକସନ ଡୋଜ ନେଇପାରିବେ।

କରୋନା ଟିକାର ଦ୍ୱିତୀୟ ଡୋଜ୍ ନେବାର ୯ ମାସ ପରେ ଜଣେ ବ୍ୟକ୍ତି ପ୍ରିକସନ ଡୋଜ୍ ନେବାକୁ ଯୋଗ୍ୟତା ଅର୍ଜନ କରୁଥିଲେ। ହେଲେ କେନ୍ଦ୍ର ସରକାର ଏହାକୁ କୋହଳ କରିଛନ୍ତି। ଏଣିକି ୧୮ ବର୍ଷରୁ ଅଧିକ ବୟସ୍କମାନେ ଦ୍ୱିତୀୟ ଡୋଜ୍ ନେବାର ୬ ମାସ ପରେ ବୁଷ୍ଟର ଡୋଜ ନେଇପାରିବେ।

Leave A Reply

Your email address will not be published.