ଭୁବନେଶ୍ବର: ଶେଷରେ ଡ. ସସ୍ମିତ ପାତ୍ର ରାଜ୍ୟସଭାରେ ବିଜେଡି ନେତା ନିଯୁକ୍ତ ହେଲେ। ନବ ନିର୍ବାଚିତ ସାଂସଦ ସୁଲତା ଦେଓଙ୍କୁ ଚିଫ୍ ହ୍ବିପ୍ କରାଗଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶ କ୍ରମେ ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ନିର୍ଦେଶନାମାରେ ବିଜ୍ଞପ୍ତି ଜାରି କରାଯାଇଛି। ପ୍ରସନ୍ନ ଆଚାର୍ଯ୍ୟଙ୍କ କାର୍ଯ୍ୟକାଳ ଶେଷ ପରେ ଏହି ପଦବି ଖାଲି ପଡ଼ିଥିଲା। କାହାକୁ ଏହି ଗୁରୁତ୍ବପୂର୍ଣ୍ଣ ପଦବିରେ ନିଯୁକ୍ତି ଦିଆଯିବ, ସେ ନେଇ କଳ୍ପନାଜଳ୍ପନା ପ୍ରକାଶ ପାଉଥିଲା। ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ ଓ ଡ. ପାତ୍ରଙ୍କ ନାମ ନେଇ ଆଲୋଚନା ହୋଇଥିଲା। ହେଲେ ରାଜ୍ୟସଭାରେ ସ୍ବତନ୍ତ୍ର ପତିଆରା ସୃଷ୍ଚିରେ ସକ୍ଷମ ହୋଇଥିଲା ଡ. ପାତ୍ର ନବୀନଙ୍କ ମନବି ଜିଣିନେଇଛନ୍ତି, ଏକଥା ସ୍ପଷ୍ଟ ହୋଇଯାଇଛି। ପ୍ରଥମ ଥର ରାଜ୍ୟସଭାକୁ ଯାଇ ଡ. ପାତ୍ର ରାଜ୍ୟସଭାରେ ଅଧ୍ୟକ୍ଷତା କରିବାର ସୁଯୋଗ ପାଇଥିଲେ। ତାଙ୍କର ପ୍ରତିଭା ଏବେ ବିଭିନ୍ନ ମହଲରେ ଚର୍ଚ୍ଚାର ବିଷୟ ହୋଇଛି।
ପ୍ରମୁଖ ଖବର
ଏସ୍ଆଇ ପରୀକ୍ଷା ଘୋଟାଲା: ୧୧୯ ଜଣଙ୍କ ଜାମିନ୍ ଆବେଦନ ଖାରଜ
ଆଇପିଏସ୍ ଅଧିକାରୀ ଆତ୍ମହତ୍ୟା ମାମଲା, ଘରୁ ମିଳିଲା ୮ ପୃଷ୍ଠାର ସୁଇସାଇଡ୍ ନୋଟ
ରସାୟନ ବିଜ୍ଞାନରେ ନୋବେଲ ପାଇଁ ୩ ବୈଜ୍ଞାନିକଙ୍କ ନାମ ଘୋଷଣା
ଗ୍ରାନାଇଟ୍ ଖାଦାନରେ ବିସ୍ଫୋରଣ, ୩ ଶ୍ରମିକ ମୃତ
ଭିଜିଲାନ୍ସ ଜାଲରେ ଓଏଏସ୍ ଅଧିକାରୀ