ପ୍ରମୁଖ ଖବର

ବିମାନରେ ପାୱାର ବ୍ୟାଙ୍କ ନେବା ମନା
ବିନା ଅନୁମୋଦନରେ ୟୁନିଟ୍ ନିର୍ମାଣ, ପାରାଦୀପ ଆଇଓସିଏଲ୍‌କୁ ସରକାରଙ୍କ ନୋଟିସ୍
ରେଳ କର୍ମଚାରୀଙ୍କୁ ୧୭,୯୫୧ ଟଙ୍କା ବୋନସ୍‌, କ୍ୟାବିନେଟ୍‌ର ମଞ୍ଜୁରି
୨୦୨୯ରେ ବିରୋଧୀଙ୍କ ପରାଜୟ ସୁନିଶ୍ଚିତ: ଅମିତ ଶାହା
ମମତା ବାନାର୍ଜୀଙ୍କୁ ଛୁରିରେ ଆକ୍ରମଣ ଉଦ୍ୟମ, ମହିଳା ଅଟକ
ବୋମା ଧମକ ପରେ ଜୟପୁରରେ ଏୟାର ଇଣ୍ଡିଆ ବିମାନର ଜରୁରୀ ଅବତରଣ
ବିହାରରେ ଡଙ୍ଗା ବୁଡ଼ି ଚାଲିଗଲା ୧୧ ଜୀବନ

ପଦକ ପକ୍କା କରିବାରେ ଲାଗିଛନ୍ତି ଭାରତୀୟ ଆଥଲେଟ

0

ବର୍ମିଂହାମ: ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଗୋଟିଏ ପରେ ଗୋଟିଏ ପଦକ ହାସଲ କରିବାରେ ଲାଗିଛନ୍ତି ଭାରତୀୟ ଆଥଲେଟ। ପୁଣି ଭାରୋତ୍ତୋଳନରେ ଭାରତକୁ ମିଳିଛ ସଫଳତା । ଚତୁର୍ଥ ଦିବସରେ ହରଜିନ୍ଦର କୌର ମହିଳାଙ୍କ ୭୧ କେଜି ବର୍ଗରେ ବ୍ରୋଞ୍ଜ ପଦକ ଜିତିଛନ୍ତି । ଏଥିସହ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତର ପଦକ ସଂଖ୍ୟା ୯ରେ ପହଂଚିଛି । ସେହିପରି ଭାରୋତ୍ତୋଳନରେ ଭାରତ ୭ଟି ପଦକ ଜିତି ରେକର୍ଡ କରିଛି । ହରଜିନ୍ଦର ଫାଇନାଲରେ ମୋଟ ୨୧୨ କେଜି ଓଜନ ଉଠାଇଥିଲେ । ସେ ସ୍ନାଚରେ ୯୩ କେଜି ଏବଂ କ୍ଲିନ୍ ଆଣ୍ଡ ଜର୍କରେ ୧୧୯ କେଜି ଭାର ଉଠାଇଛନ୍ତି ।

ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଚତୁର୍ଥ ଦିବସରେ ଭାରତକୁ ଜୁଡୋରେ ଦୁଇଟି ପଦକ ମିଳିଛି । ଜୁଡୋରେ ସୁଶୀଲା ଦେବୀ ରୌପ୍ୟ ପଦକ ଜିତିଥିବା ବେଳେ ବିଜୟ କୁମାର ହାସଲ କରିଛନ୍ତି ବ୍ରୋଞ୍ଜ ପଦକ । ମହିଳାଙ୍କ ୪୮ କେଜି ବର୍ଗର ଜୁଡୋ ଫାଇନାଲରେ ସୁଶିଲା ଦେବୀଙ୍କୁ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା । ଯେଉଁ କାରଣରୁ ସେ ସ୍ୱର୍ଣ୍ଣ ପଦକରୁ ବଂଚିତ ହୋଇଛନ୍ତି । ସୁଶିଲା ସଂଘର୍ଷପୂର୍ଣ୍ଣ ଫାଇନାଲରେ ଦକ୍ଷିଣ ଆଫ୍ରିକୀୟ ପ୍ରତିଦ୍ୱନ୍ଦ୍ୱୀଙ୍କ ନିକଟରୁ ୪.୨୫ ମିନିଟରେ ହାରିଛନ୍ତି ।

Leave A Reply

Your email address will not be published.