ପ୍ରମୁଖ ଖବର

ଭୁବନେଶ୍ୱର ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି
୬ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି, ନୀଳିଗିରି ପାଇଁ ସ୍ପଷ୍ଟ କଲାନି ଦଳ
ସମ୍ବଲପୁର ଲୋକସଭା ଆସନ ପାଇଁ ନାମାଙ୍କନ ଭରିଲେ ଧର୍ମେନ୍ଦ୍ର ପ୍ରଧାନ, ହଜାର ହଜାର ସମର୍ଥକଙ୍କ ସହ ଉପ ଜିଲ୍ଲାପାଳ କାର୍ଯ୍ୟାଳୟରେ ଭରିଲେ ନାମାଙ୍କନ
ବିଜେଡିରୁ ଇସ୍ତଫା ଦେଲେ ଅନୁଭବ ପଟ୍ଟନାୟକ
୩ ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି: ନୀଳଗିରିରୁ ସୁକାନ୍ତ ନାୟକ, କୋରେଇରୁ ସନ୍ଧ୍ୟାରାଣୀ ଦାସ ଓ ଖଣ୍ଡପଡାରୁ ସାବିତ୍ରୀ ପ୍ରଧାନଙ୍କୁ ଦଳ ପ୍ରାର୍ଥୀ କରିଛି
ସେହିଭଳି ଦେବଗଡ ଆସନରେ ପୂର୍ବରୁ ପ୍ରାର୍ଥୀ ଘୋଷଣା କରିଥିବା ଅରୁନ୍ଧତୀ ଦେବୀଙ୍କ ସ୍ଥାନରେ ରୋମାଞ୍ଚ ରଞ୍ଜନ ବିଶ୍ୱାଳଙ୍କୁ ବିଜେଡି ପ୍ରାର୍ଥୀ କରିଛି
ଆଦର୍ଶ ଆଚରଣ ଵିଧି ଉଲ୍ଲଂଘନ ଅଭିଯୋଗରେ ମିଶନଶକ୍ତିର ଦୁଇ ଜଣ ସିଆରପିଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୁର ବିକାଶ ନିଲମ୍ବିତ କରିଛନ୍ତି
କଣ୍ଟାବାଞ୍ଜି ବିଧାନସଭା ପାଇଁ ନାମାଙ୍କନ ଦାଖଲ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ସୃଷ୍ଟି ହେଲା ଲଘୁଚାପ, ୨୪ ଘଣ୍ଟା ମଧ୍ୟରେ ଓଡ଼ିଶା ର ଅଧିକାଂଶ ଅଞ୍ଚଳ ରେ ପ୍ରବଳ ବର୍ଷା

0
  • ଆଭ୍ୟନ୍ତର ଓ ପଶ୍ଚିମ ଓଡ଼ିଶା ରେ ଅତି ପ୍ରବଳ ବର୍ଷା ସମ୍ଭାବନା।
  • ଛତିଶଗଡ଼ ରେ ୪୮ ଘଣ୍ଟା ଯାଏଁ ପ୍ରବଳ ରୁ ଅତି ପ୍ରବଳ ବର୍ଷା ସମ୍ଭାବନା।

ଭୁବନେଶ୍ବର: ଗତ କାଲି ଉତ୍ତର ପଶ୍ଚିମ ବଙ୍ଗୋପସାଗର ରେ ରହିଥିବା ସଦୃଶ ଲଘୁଚାପ କ୍ଷେତ୍ର ଆଜି ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଅଗ୍ରସର ହୋଇ ଅବପାତରେ ପରିଣତ ହୋଇଛି। ଏହି କ୍ଷେତ୍ର ଏବେ ଦୀଘା ଠାରୁ ଦକ୍ଷିଣ ପୂର୍ବ ଦିଗ ରେ ୧୦ କିମି ଦୂର ରେ ଓ ବାଲେଶ୍ଵର ଠାରୁ ଉତ୍ତର ପୂର୍ବ ଦିଗ ରେ ୯୦ କିମି ଦୂରରେ କେନ୍ଦ୍ରୀଭୂତ ରହିଛି। ଏହି କ୍ଷେତ୍ର ଆସନ୍ତା ୦୬ ଘଣ୍ଟା ମଧ୍ୟ ରେ ଦୀଘା ନିକଟ ରେ ସ୍ଥଳଭାଗ ଅତିକ୍ରମ କରିବା ସହ ଆସନ୍ତା ୨୪ ଘଣ୍ଟା ଯାଏଁ ପଶ୍ଚିମ- ଉତ୍ତର ପଶ୍ଚିମ ଦିଗ ରେ ଗତି କରି ଡିପ୍ରେଶନ୍ ରୂପ ରେ ରହିବ।

ପ୍ରଭାବ ରେ ଆଜି ବି ଓଡ଼ିଶା ର ଅଧିକାଂଶ ସ୍ଥାନ ରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ପଶ୍ଚିମ ଓ ଆଭ୍ୟନ୍ତର ଓଡ଼ିଶା ରେ ବର୍ଷା ର ତୀବ୍ରତା ଅଧିକ ରହିବ। କିଛି ଅଞ୍ଚଳ ରେ ଅତ୍ୟନ୍ତ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗୀର, ବରଗଡ଼, ସୋନପୁର, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେଓଗଡ଼, କେଉଁଝର, ଅନୁଗୁଳ ଜିଲ୍ଲା ର କିଛି ଅଞ୍ଚଳ ରେ ୨୦ ସେମି ରୁ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି। ଉପକୂଳ ଓଡ଼ିଶା ରେ ବର୍ଷା ର ପ୍ରଭାବ ସହ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଅଗଷ୍ଟ ଠାରୁ ଓଡ଼ିଶା ରେ ବର୍ଷା ପରିମାଣ ଆସ୍ତେ ଆସ୍ତେ କମିବ କିନ୍ତୁ ବିଭିନ୍ନ ଅଞ୍ଚଳ ରେ ପ୍ରବଳ ବର୍ଷା ସମ୍ଭାବନା ରହିଛି।

ସେହିପରି ଛତିଶଗଡ଼ ରେ ଆସନ୍ତା ୪୮ ଘଣ୍ଟା ଯାଏଁ ପ୍ରବଳ ରୁ ଅତି ପ୍ରବଳ ବର୍ଷା ସମ୍ଭାବନା। ପ୍ରଭାବ ରେ ମହାନଦୀ ଉପରମୁଣ୍ଡ ରେ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା ୨୪ ଘଣ୍ଟା ଯାଏଁ ଓଡ଼ିଶା ଉପକୂଳ ସମୁଦ୍ର ଅଶାନ୍ତ ରହିବ ଓ ପବନ ର ବେଗ ଘଣ୍ଟା ପ୍ରତି ୪୫-୫୫ କିମି ରହିପାରେ ତେଣୁ ଏହି ସମୟ ରେ ସମୁଦ୍ର କୁ ଯିବା ମନା।

Leave A Reply

Your email address will not be published.