ପ୍ରମୁଖ ଖବର

ଭୁବନେଶ୍ୱର ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି
୩ ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି: ନୀଳଗିରିରୁ ସୁକାନ୍ତ ନାୟକ, କୋରେଇରୁ ସନ୍ଧ୍ୟାରାଣୀ ଦାସ ଓ ଖଣ୍ଡପଡାରୁ ସାବିତ୍ରୀ ପ୍ରଧାନଙ୍କୁ ଦଳ ପ୍ରାର୍ଥୀ କରିଛି
ସେହିଭଳି ଦେବଗଡ ଆସନରେ ପୂର୍ବରୁ ପ୍ରାର୍ଥୀ ଘୋଷଣା କରିଥିବା ଅରୁନ୍ଧତୀ ଦେବୀଙ୍କ ସ୍ଥାନରେ ରୋମାଞ୍ଚ ରଞ୍ଜନ ବିଶ୍ୱାଳଙ୍କୁ ବିଜେଡି ପ୍ରାର୍ଥୀ କରିଛି
ଆଦର୍ଶ ଆଚରଣ ଵିଧି ଉଲ୍ଲଂଘନ ଅଭିଯୋଗରେ ମିଶନଶକ୍ତିର ଦୁଇ ଜଣ ସିଆରପିଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୁର ବିକାଶ ନିଲମ୍ବିତ କରିଛନ୍ତି
କଣ୍ଟାବାଞ୍ଜି ବିଧାନସଭା ପାଇଁ ନାମାଙ୍କନ ଦାଖଲ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ବିଜେପିରେ ସାମିଲ ହେଲେ କ୍ୟାପଟେନ ଅମରିନ୍ଦର

0

ନୂଆଦିଲ୍ଲୀ : ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ବିଜେପିରେ ମିଶିଛନ୍ତି । ତାଙ୍କ ସହିତ ତାଙ୍କ ଝିଅ ଜୟ ଇନ୍ଦର କୌର ମଧ୍ୟ ବିଜେପିରେ ଯୋଗ ଦେଇଛନ୍ତି । ଗତ ବର୍ଷ କଂଗ୍ରେସ ଛାଡ଼ିବା ପରେ କ୍ୟାପଟେନ ଆରମ୍ଭ କରିଥିବା ନୂଆ ଦଳ ପଂଜାବ ଲୋକ କଂଗ୍ରେସର ବିଲୟ ବିଜେପିରେ ହୋଇଛି ।ନୂଆଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟରେ କେନ୍ଦ୍ର ଆଇନ ମନ୍ତ୍ରୀ କିରେନ ରିଜିଜୁ ଓ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କ ଉପସ୍ଥିତିରେ ଅମରିନ୍ଦର ବିଜେପିରେ ଯୋଗ ଦେଇଛନ୍ତି ।

ଅମରିନ୍ଦରଙ୍କ ପାଇଁ ଏକ ନୂଆ ଦଳ ଗଠନ କରି ଏକ ଜାତୀୟ ଦଳ ସହ ମିଶ୍ରଣ କରାଇବା ଏହା ଦ୍ବିତୀୟ ଘଟଣା ।୧୯୯୨ରେ ସେ ଅକାଳି ଦଳ ତ୍ୟାଗ କରି ଶିରୋମଣି ଅକାଳି ଦଳ (ପାନ୍ଥିକ) ଗଠନ କରିଥିଲେ । ତେବେ ଏହି ଦଳ ବିଧାନସଭା ନିର୍ବାଚନରେ କୌଣସି ସଫଳତା ହାସଲ କରିପାରନଥିଲା । ଫଳରେ ୧୯୯୮ରେ ସେ କଂଗ୍ରେସରେ ମିଶିବା ସହ ଏହି ଦଳର ବିଲୟ କଂଗ୍ରେସରେ ହୋଇଥିଲା । ଏଣୁ ପୁଣି ଏକ ନୂଆ ଦଳ ଗଠନ କରି ଏକ ଜାତୀୟ ଦଳ ବିଜେପିରେ ମିଶିଛନ୍ତି।

Leave A Reply

Your email address will not be published.