ପ୍ରମୁଖ ଖବର

୨୮ରୁ ବ୍ୟାଙ୍କ ଧର୍ମଘଟ, ୫ ଦିନ ପ୍ରଭାବିତ ହୋଇପାରେ ସେବା
ଜୟଶଙ୍କର, ଆଡଭାନି, ସିସୋଦିଆଙ୍କ ସମେତ ବହୁ ହାଇପ୍ରୋଫାଇଲ୍‌ ଭୋଟରଙ୍କୁ SIR ନୋଟିସ୍‌
ଇମ୍ରାନଙ୍କ ଭଉଣୀ ଅଲିମା ଗିରଫ
ଡ୍ୟୁଟି ସମୟରେ ପୋଲିସଙ୍କୁ ମୋବାଇଲ ମନା, ନମାନିଲେ ହେବ କାର୍ଯ୍ୟାନୁଷ୍ଠାନ
ଏସୀୟ କ୍ରୀଡ଼ାରେ ଭାରତର ଚମକ, ସୁଟିଂରେ ଦୁଇ ରୌପ୍ୟ
ଆମେରିକା ନିକଟରେ ଆତ୍ମସମର୍ପଣର ପ୍ରଶ୍ନ ନାହିଁ: କ୍ୟୁବା ରାଷ୍ଟ୍ରଦୂତ
ମହାନଦୀ ବିବାଦ ମଧ୍ୟରେ ଓଡ଼ିଶା ଗସ୍ତରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ

ସ୍ବାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କଲେ ରାଜୁ

0
  • ଶେଷରେ ରାଜୁ ଦାସ ପ୍ରାର୍ଥୀ ହେଲେ
  • ସ୍ବାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ
  • ରୋଚକ ମୋଡ଼ରେ ଧାମନଗର ଉପନିର୍ବାଚନ
  • ବିଜେଡି ନେତାଙ୍କ ବୁଝାସୁଝା କିଛି କାମଦେଲାନି

ଭଦ୍ରକ: ଧାମନଗର ଉପନିର୍ବାଚନରେ ଘଡ଼ିକେ ଘୋଡ଼ା ଛୁଟୁଛି। ଶେଷରେ ବିଜେଡିର ଅସନ୍ତୁଷ୍ଟ ନେତା ରାଜେନ୍ଦ୍ର ଦାସ ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବା ଲାଗି ପ୍ରକ୍ରିୟା ଆରମ୍ଭ କରିଛନ୍ତି। ନିଜ ସମର୍ଥକଙ୍କ ସହ ଯାଇ ସେ ସ୍ବାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି।

ସେପଟେ ଆଜି ନାମାଙ୍କନ ପତ୍ର ଦାଖଲର ଶେଷ ଦିନରେ ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସ ବି ପ୍ରାର୍ଥିପତ୍ର ଦାଖଲ କରିବେ। ପୂର୍ବରୁ କଂଗ୍ରେସରୁ ହରେକୃଷ୍ଣ ସେଠୀ ଓ ବିଜେପିରୁ ସୂରଜ ସୂର୍ଯ୍ୟବଂଶୀ ନାମାଙ୍କନ ପତ୍ର ଦାଖଲ କରିସାରିଛନ୍ତି। ଫଳରେ ଧାମନଗର ଉପନିର୍ବାଚନ ଏବେ ରୋଚକ ମୋଡ ନେଇଛି। ରାଜୁଙ୍କୁ ବିଜେଡି ନେତାମାନେ ମନେଇବାକୁ ଚେଷ୍ଟା କରି ବିଫଳ ହୋଇଛନ୍ତି। ତାଙ୍କ ସମର୍ଥକଙ୍କ ଜିଦ୍ ଆଗରେ ବିଜେଡି ନାଚାର। ଏଥିସହିତ ନିର୍ବାଚନ ପୂର୍ବରୁ ବିଜେଡି ଶିବିରରେ ବଡ ଧରଣର ଫାଟ ସୃଷ୍ଟି ହୋଇଛି ଓ କର୍ମୀ ଦୁଇଭାଗ ହୋଇଯାଇଛନ୍ତି। ଏବେ ବିଜେଡି ପାଇଁ ଚ୍ୟାଲେଞ୍ଜ ହେଉଛି, କେମିତି ଓ କେଉଁଭଳି ଭାବେ ଦଳ ନିଜ କର୍ମୀଙ୍କୁ ପକେଟକୁ ଆଣି ଏହି ନିର୍ବାଚନ ବୈତରଣୀରେ ଉତ୍ତୀର୍ଣ୍ଣ ହେବ।

ବିଜେପି ହାତରେ ଥିବା ଏହି ଆସନରୁ ବିଷ୍ଣୁ ସେଠୀ ବିଧାୟକମାନେ ଜିତିଥିଲେ। ତାଙ୍କ ଦେହାନ୍ତ କାରଣରୁ ଏଠାରେ ଉପନିର୍ବାଚନ ହେଉଛି। ତାଙ୍କ ପୁଅ ସୁରଜ ଏବେ ନିର୍ବାଚନରେ ଅବତୀର୍ଣ୍ଣ ହୋଇଛନ୍ତି ଓ ଅନୁକମ୍ପା ଭୋଟ ତାଙ୍କ ପାଖକୁ ଯିବା ସମ୍ଭାବନା ଅଧିକ। ହେଲେ ପଞ୍ଚାୟତ ଓ ପୌର ନିର୍ବାଚନରେ ବିଜେଡି ହାତକୁ ଅଧିକ ଭୋଟ ଆସିଥିବା ପରିପ୍ରେକ୍ଷୀରେ ଏହି ଆସନ କରାୟତ ଲାଗି ଦଳ ଆଶା କରିଥିଲେ। ମାତ୍ର ସ୍ଥାନୀୟ ନେତାଙ୍କ ଗୋଷ୍ଠୀ କନ୍ଦଳରୁ ପ୍ରାର୍ଥୀ ଚୟନ ବିବାଦକୁ ଆସିଥିଲା। ଯଦିଓ ଅବନ୍ତୀଙ୍କ ପ୍ରାର୍ଥୀତ୍ବ ଘୋଷଣା ବେଳେ ରାଜୁ ଉପସ୍ଥିତ ଥିଲେ, ପରବର୍ତ୍ତୀ ସମୟରେ କିନ୍ତୁ ସେ ନିଜର ଖୋଲା ଅସନ୍ତୋଷ ଜାହିର କରିଥିଲେ। ୩୬ ଘଣ୍ଟା ମଧ୍ୟରେ ବିଜେଡିର ସବୁ ପ୍ରକାର ସମାଧାନ ଉଦ୍ୟମକୁ ସେ ଟାଳି ଦେବା ସହିତ ସ୍ବାଧୀନ ଭାବେ ନିର୍ବାଚନ ଲଢ଼ିବାକୁ ମନସ୍ଥ କରିଛନ୍ତି।

Leave A Reply

Your email address will not be published.