ପ୍ରମୁଖ ଖବର

୧୯ ତାରିଖରୁ ଆରମ୍ଭ ହେବ ହବିଷ୍ୟାଳୀ ପଞ୍ଜିକରଣ
ମୟୁରଭଞ୍ଜ: ୩୧ ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ଶିକ୍ଷୟିତ୍ରୀ ନିଲମ୍ବିତ
ଗୁମା ଘାଟି ନିକଟରେ ତଳକୁ ଖସିଲା ବସ୍, ୮ ଯାତ୍ରୀ ଆହତ
ଶୁଭାରମ୍ଭ ହେଲା ସୁଭଦ୍ରା ଅଭିଯୋଗ ସମାଧାନ ମଡ୍ୟୁଲ
ନେପାଳରୁ ଯାଜପୁର ଫେରିଲେ ଓଡ଼ିଆ ପର୍ଯ୍ୟଟକ
ପୋଲିସ ଏନକାଉଣ୍ଟରରେ କୁଖ୍ୟାତ ମାଓବାଦୀ ନିହତ

ନାବାଳକ ଗୁଳିମାଡରେ ପୁଲିସ ସମେତ ୫ଜଣଙ୍କର ମୃତ୍ୟୁ

0

ଉତ୍ତର ଆମେରିକା: ଗତକାଲି ଉତ୍ତର ଆମେରିକାରେ ଗୁଳିକାଣ୍ଡ ଘଟି ଜଣେ ପୁଲିସ ଅଧିକାରୀଙ୍କ ସମେତ ୫ଜଣଙ୍କର ମୃତ୍ୟୁ ଘଟିଥିବା କଥା ମେୟର୍‌ ମାରି-ଆନ୍‌ ବାଲ୍‌ଡ୍‌ୱିନ୍‌ କହିଛନ୍ତି। ଏହି ଅଘଟଣରେ ୪ଜଣ ଲୋକ ଆହତ ହୋଇଥିବା କଥା ମଧ୍ୟ ରାଲି ପୁଲିସ କହିଛି।ଆହତ ମାନଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି।

ସୂଚନାଯୋଗ୍ୟ: ଉତ୍ତର-ଆମେରିକାର କ୍ୟାରୋଲିନାରେ ଜଣେ ନାବାଳକର ଆଖିବୁଜା ଗୁଳିମାଡରେ ପୋଲିସ ଅଧିକାରୀଙ୍କ ସମେତ ୫ଜଣଙ୍କ ମୃତ୍ୟୁ ହୋଇଛି । ଫଳରେ ସ୍ଥାନୀୟ ଇଲାକାକୁ ସିଲ କରି ଯାଞ୍ଚ ଚଳାଇଛି ପୋଲିସ । ଆକ୍ରମଣକାରୀର ବୟସ ୧୩ରୁ ୧୬ ବର୍ଷ ମଧ୍ୟରେ ହେବ । ଅଭିଯୁକ୍ତକୁ ଗିରଫ କରାଯାଇଥିବା ଜଣାପଡିଛି ।

ପୋଲିସର ସୂଚନା ମୁତାବକ, ନାବାଳକ ଆକ୍ରମଣକାରୀ ସେନା ବର୍ଦ୍ଦି ପିନ୍ଧି ଜନଗହଳି ମଧ୍ୟକୁ ପ୍ରବେଶ କରିଥିଲା । ହାତରେ ତା’ର ଏକ ଲମ୍ବା ବନ୍ଧୁକ ଥିଲା । କେହି କିଛି ବିଝିବା ଆଗରୁ ଆଖି ବୁଜା ଗୁଳି ଚଳାଇଥିଲା । ଫଳରେ ଘଟଣାସ୍ଥଳରେ ଟଳିପଡିଥିଲେ ପୋଲିସ ଅଧିକାରୀଙ୍କ ସହ ୫ ନାଗରିକ । ଏକାଧିକ ଲୋକଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

Leave A Reply

Your email address will not be published.