ପ୍ରମୁଖ ଖବର

ରାଉରକେଲା ବିମାନ ଦୁର୍ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ
ପ୍ରଥମଥର ପାଇଁ ଲାଲକିଲ୍ଲାରେ ଲାଗିବ କ୍ୟାମେରା, ୭ ବର୍ଷ ପରେ ମିଳିଲା ଅନୁମୋଦନ
ଭାରତର ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
ସୁରକ୍ଷାକର୍ମୀ-ମାଓବାଦୀ ଭିତରେ ଗୁଳିବିନିମୟ, ୨ ମାଓବାଦୀ ନିହତ
ଗୋ- ମାଫିଆଙ୍କ ଲିଙ୍କରେ ବିଭିନ୍ନ ଜିଲ୍ଲାରେ ରେଡ, ପୁଳାପୁଳା ଟଙ୍କା, ସୁନାଗହଣା ଜବତ

ତୃତୀୟ ଥର ପାଇଁ କ୍ଷମତା ହାତେଇଲେ ଜିନ୍‌ପିଙ୍ଗ

0

ଚୀନ; ଚୀନ୍‌ରେ ପୁଣି ଆରମ୍ଭ ହେଲା ଜିନ୍‌ପିଙ୍ଗ ଯୁଗ । ବିରୋଧୀଙ୍କୁ ପଛରେ ପକାଇ ଜିନପିଙ୍ଗ ପୁଣି ଥରେ ଚୀନର କ୍ଷମତା ସମ୍ଭାଳିଛନ୍ତି । ତୃତୀୟ ଥର ପାଇଁ ସେ କମ୍ୟୁନିଷ୍ଟ ପାର୍ଟିର ସାଧାରଣ ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି । ତେବେ ଆଗାମୀ ୫ ବର୍ଷ ପାଇଁ ସେ ଏହି ଦାୟିତ୍ୱ ତୁଲାଇବେ । ଉଲ୍ଳେଖଯୋଗ୍ୟ, ଚୀନରେ କ୍ଷମତାର ଚାବି କମ୍ୟୁନିଷ୍ଟ ପାର୍ଟି ହାତରେ ରହିଥାଏ । ଏହି ପାର୍ଟି ହିଁ ଚୀନ ସେନାର ନେତୃତ୍ଵ କରିଥାଏ । ରବିବାର ଗ୍ରେଟ ହଲ ଅଫ୍ ଦ ପିପୁଲରେ ହେଉଥିବା ୨୦ ତମ ରାଷ୍ଟ୍ରୀୟ କଂଗ୍ରେସରେ ସେ କମ୍ୟୁନିଷ୍ଟ ପାର୍ଟିର ମହାସଚିବ ପଦ ଗ୍ରହଣ କରିଛନ୍ତି ।

ଅନ୍ୟପଟେ ଦଳର ପ୍ରତିଷ୍ଠାତା ମାଓ-ସେ-ତୁଙ୍ଗଙ୍କ ପରେ ପ୍ରଥମ ନେତା ଭାବେ ତୃତୀୟ ଥର ଦେଶର ସର୍ବୋଚ୍ଚ ପଦବୀରେ ରହିବେ ଜିନପିଙ୍ଗ । ମାଓ-ସେ-ତୁଙ୍ଗଙ୍କ ପରେ ୬୯ ବର୍ଷିୟ ସି’ ହେଉଛନ୍ତି ସବୁଠୁ କ୍ଷମତାଶୀଳ ନେତା । ୧୦ ବର୍ଷ କାର୍ଯ୍ୟକାଳ ପୂରଣ କରିବା ସହ ଔପଚାରିକ ଅବସର ଗ୍ରହଣ ବୟସ ୬୮ ବର୍ଷ ଅତିକ୍ରାନ୍ତ କରି ସାରିଥିଲେ ସୁଦ୍ଧା ସେ ଦିନକ ପୂର୍ବରୁ ମହାସଭାରେ ଶକ୍ତିଶାଳୀ କେନ୍ଦ୍ରୀୟ କମିଟିକୁ ନିର୍ବାଚିତ ହୋଇଥିଲେ। ଏହାଛଡ଼ା, ଦେଶ ଶାସନ ନିମନ୍ତେ ‘ଷ୍ଟାଣ୍ଡିଙ୍ଗ୍ କମିଟି’ ସଦସ୍ୟ ଚୟନ କରୁଥିବା ୨୫ ସଦସ୍ୟବିଶିଷ୍ଟ ‘ପଲିଟିକାଲ୍ ବ୍ୟୁରୋ’କୁ ମଧ୍ୟ ‘ସେଣ୍ଟ୍ରାଲ୍ କମିଟି’ର ସଦସ୍ୟମାନେ ନିର୍ବାଚିତ କରିଥିଲେ ।

Leave A Reply

Your email address will not be published.