ପ୍ରମୁଖ ଖବର

କୋଟିପତି ଡେପୁଟି ରେଞ୍ଜର ଗିରଫ
ସ୍ୱତନ୍ତ୍ର ଓଟିଇଟି ପରୀକ୍ଷା ବାତିଲ୍ ଘଟଣାରେ; ବଦଳି ହେଲେ ୬ ଅଧିକାରୀ
ବିନା ସିସିଟିଭିରେ ଔଷଧ ବିକିପାରିବେନି ଦୋକାନୀ
ଏଫଏମ କଲେଜ ଛାତ୍ରୀ ମୃତ୍ୟୁ ଘଟଣା, ନିଲମ୍ବିତ ଅଧ୍ୟାପକଙ୍କ ଜେଲ୍ ଅବଧି ବୃଦ୍ଧି
ଲାଞ୍ଚ ଅଭିଯୋଗରେ ଡାକ୍ତରଙ୍କୁ ୫ ବର୍ଷ ଜେଲ

କାର୍‌ଗିଲରେ ଦୀପାବଳି ପାଳିଲେ ମୋଦି

0
  • ଯବାନଙ୍କ ସହ ପାଳିଲେ ଦୀପାବଳି
  • ସେନାର ଯବାନ ମୋ ପରିବାର ସଦସ୍ୟ
  • ସୀମାରେ ଦୀପାବଳି ପାଳିବା ସୌାଭାଗ୍ୟର କଥା
  • ଯବାନ ହେଉଛନ୍ତି ଦେଶର ସୁରକ୍ଷା କବଚ
  • ପ୍ରତିରକ୍ଷା କ୍ଷେତ୍ରରେ ଭାରତ ଆତ୍ମନିର୍ଭରଶୀଳ

ନୂଆଦିଲ୍ଲୀ; ଭାରତୀୟ ଯବାନଙ୍କ ସହ ଦୀପାବଳି ପାଳନ କରିଲେ ପ୍ରଧାନମନ୍ତ୍ରୀ । ଏଥିପାଇଁ କାର୍‌ଗିଲରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଲଗାତର ୯ ବର୍ଷ ଧରି ମୋଦି ଯବାନଙ୍କ ସହ ଦୀପାବଳି ପାଳନ କରି ଆସୁଛନ୍ତି ।

ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ହେବା ପରେ ୨୦୧୪ରେ ପ୍ରଥମ ଥର ପାଇଁ ସେ ସିଆଚିନରେ ଯବାନଙ୍କ ସହ ଦୀପାବଳି ପାଳନ କରିଥିଲେ । ୨୦୧୫ରେ ସେ ପଞ୍ଜାବ ଯାଇ ୧୯୬୫ ଯୁଦ୍ଧରେ ପାକିସ୍ତାନ ବିପକ୍ଷରେ ବିଜୟ ଲାଭର ୫୦ତମ ବାର୍ଷିକୀ ପାଳନ କରିଥିଲେ । ୨୦୧୬ରେ ସେ ହିମାଚଳର କିନୌରରେ କର୍ମଚାରୀଙ୍କ ଗହଣରେ ଏବଂ ୨୦୧୭ରେ ମଧ୍ୟ ସେ ଉତ୍ତର କଶ୍ମୀରର ଗୁରେଜ୍‌ ସେକ୍ଟର୍‌କୁ ଯାଇ ଯବାନଙ୍କ ସଙ୍ଗରେ ମିଶି ଦୀପାବଳି ପାଳିଥିଲେ।

ସେହିପରି, ସେହିପରି ୨୦୧୮ରେ ତିବ୍ଦତ ସୀମାରେ ପୁଲିସକର୍ମୀଙ୍କ ସହ ମୋଦି ଦୀପାବଳି ପାଳନ କରିଥିଲେ। ୨୦୧୯ରେ ଏଲ୍‌ଓସି ଓ ୨୦୨୦ରେ ଜୈସଲମେରର ଲୋଙ୍ଗେୱାଲା ପୋଷ୍ଟରେ ସେନା ଯବାନଙ୍କ ସହ ବାଣ ଫୁଟାଇ ଦୀପାବଳି ପାଳନ କରିଥିଲେ।

Leave A Reply

Your email address will not be published.