ପ୍ରମୁଖ ଖବର

ଭୁବନେଶ୍ୱର ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି
୬ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି, ନୀଳିଗିରି ପାଇଁ ସ୍ପଷ୍ଟ କଲାନି ଦଳ
ସମ୍ବଲପୁର ଲୋକସଭା ଆସନ ପାଇଁ ନାମାଙ୍କନ ଭରିଲେ ଧର୍ମେନ୍ଦ୍ର ପ୍ରଧାନ, ହଜାର ହଜାର ସମର୍ଥକଙ୍କ ସହ ଉପ ଜିଲ୍ଲାପାଳ କାର୍ଯ୍ୟାଳୟରେ ଭରିଲେ ନାମାଙ୍କନ
ବିଜେଡିରୁ ଇସ୍ତଫା ଦେଲେ ଅନୁଭବ ପଟ୍ଟନାୟକ
୩ ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି: ନୀଳଗିରିରୁ ସୁକାନ୍ତ ନାୟକ, କୋରେଇରୁ ସନ୍ଧ୍ୟାରାଣୀ ଦାସ ଓ ଖଣ୍ଡପଡାରୁ ସାବିତ୍ରୀ ପ୍ରଧାନଙ୍କୁ ଦଳ ପ୍ରାର୍ଥୀ କରିଛି
ସେହିଭଳି ଦେବଗଡ ଆସନରେ ପୂର୍ବରୁ ପ୍ରାର୍ଥୀ ଘୋଷଣା କରିଥିବା ଅରୁନ୍ଧତୀ ଦେବୀଙ୍କ ସ୍ଥାନରେ ରୋମାଞ୍ଚ ରଞ୍ଜନ ବିଶ୍ୱାଳଙ୍କୁ ବିଜେଡି ପ୍ରାର୍ଥୀ କରିଛି
ଆଦର୍ଶ ଆଚରଣ ଵିଧି ଉଲ୍ଲଂଘନ ଅଭିଯୋଗରେ ମିଶନଶକ୍ତିର ଦୁଇ ଜଣ ସିଆରପିଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୁର ବିକାଶ ନିଲମ୍ବିତ କରିଛନ୍ତି
କଣ୍ଟାବାଞ୍ଜି ବିଧାନସଭା ପାଇଁ ନାମାଙ୍କନ ଦାଖଲ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଓହରିଲେ ଜନସନ୍, ରେସର ଆଗରେ ଭାରତୀୟ ବଂଶୋଦ୍ଭବ ସୁନକ

0

ବ୍ରିଟେନ; ବ୍ରିଟେନ୍‌ରେ ରାଜନୈତିକ ସଙ୍କଟ ଜାରି ରହିଥିବା ବେଳେ କିଏ ହେବ ବ୍ରିଟେନ୍‌ର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ତାକୁ ନେଇ ଚାଲିଛି ଛକାପଞ୍ଝା । ଏହାରି ଭିତରେ ପ୍ରଧାନମନ୍ତ୍ରୀ ଦୌଡରୁ ଓହରିଛନ୍ତି ପୂର୍ବତନ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ ଜନ୍‌ସନ୍ । ରବିବାର ଏନେଇ ସେ ଖୋଦ୍ ଘୋଷଣା କରିଛନ୍ତି । ବ୍ରିଟେନ୍‌ର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବାକୁ ସେ ମନା କରିଦେଇଛନ୍ତି । ଫଳରେ ଭାରତୀୟ ବଂଶୋଦ୍ଭବ ରୁଷି ସୁନକଙ୍କ ରାସ୍ତା ସଫା ହୋଇଯାଇଛି । ସେ ବ୍ରିଟେନର ପରବର୍ତ୍ତି ପ୍ରଧାନମନ୍ତ୍ରୀ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ତେବେ ଆଜି ଏହା ସ୍ପଷ୍ଟ ହୋଇଯିବ ।

ସୂଚନା ଅନୁଯାୟୀ, ସେପ୍ଟେମ୍ବରରେ ପ୍ରଧାନମନ୍ତ୍ରୀ ପଦ ରେସରେ ହାରିଥିବା ଭାରତୀୟ ବଂଶୋଦ୍ଧବ ଋଷି ସୁନକ ପୁଣିଥରେ ପ୍ରଧାନମନ୍ତ୍ରୀ ହେବା ରେସରେ ଆଗରେ ରହିଛନ୍ତି । ଚଳିତ ଥର ସେ ସବୁଠାରୁ ମଜବୁତ ପ୍ରାର୍ଥୀ ଭାବେ ଉଭା ହୋଇଛନ୍ତି । ମିଡିଆ ରିପୋର୍ଟ ମୁତାବକ, ସୁନକଙ୍କ ପାଖରେ ୧୫୦ ସାଂସଦଙ୍କର ସମର୍ଥନ ଥିବା କୁହାଯାଉଛି । ଟୋରୀରେ ୩୫୭ ସାଂସଦ ଥିବା ବେଳେ ବର୍ତ୍ତମାନ ସୁଦ୍ଧା ୧୮୦ ସାଂସଦ ସେମାନଙ୍କ ମତାମତକୁ ସାର୍ବଜନୀନ କରିଛନ୍ତି । ୫୦ରୁ ଅଧିକ ସାଂସଦ ରହିଛନ୍ତି ଯେଉଁମାନେ ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ସମର୍ଥନରେ ବାହାରିଛନ୍ତି । ତେବେ ସେ ରେସରୁ ବାଦ ପଡିସାରିଛନ୍ତି । ସେପଟେ ବ୍ରିଟେନର ପୂର୍ବତନ କ୍ୟାବିନେଟ୍ ମନ୍ତ୍ରୀ ପେନୀ ମୋର୍ଡାଣ୍ଟଙ୍କର ସୁନକଙ୍କ ସହିତ ଲଢେଇ ହେବ । ସେ ମଧ୍ୟ ଜିତିବା ନେଇ ପ୍ରବଳ ଦାବି କରୁଛନ୍ତି । ତେବେ ତାଙ୍କ ପାଖରେ ୨୪ ସାଂସଦଙ୍କ ସମର୍ଥନ ରହିଛି ବୋଲି ସୂଚନା ମିଳିଛି।

ତେବେ ପରବର୍ତ୍ତୀ ପର୍ଯ୍ୟାୟକୁ ଯିବା ପାଇଁ ହେଲେ ୩୫୭ ସାଂସଦଙ୍କ ମଧ୍ୟରୁ ଶହେ ସାଂସଦଙ୍କ ଭୋଟ ଜଣେ ପ୍ରାର୍ଥୀଙ୍କୁ ଆବଶ୍ୟକ ହୋଇଥାଏ । ଯିଏ ସର୍ବାଧିକ ସାଂସଦଙ୍କ ସମର୍ଥନ ହାସଲ କରିପାରିବେ ସେ ଆଗାମୀ ପ୍ରଧାନମନ୍ତ୍ରୀ ହେବେ ।

Leave A Reply

Your email address will not be published.