ପ୍ରମୁଖ ଖବର

୧୯ ତାରିଖରୁ ଆରମ୍ଭ ହେବ ହବିଷ୍ୟାଳୀ ପଞ୍ଜିକରଣ
ମୟୁରଭଞ୍ଜ: ୩୧ ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ଶିକ୍ଷୟିତ୍ରୀ ନିଲମ୍ବିତ
ଗୁମା ଘାଟି ନିକଟରେ ତଳକୁ ଖସିଲା ବସ୍, ୮ ଯାତ୍ରୀ ଆହତ
ଶୁଭାରମ୍ଭ ହେଲା ସୁଭଦ୍ରା ଅଭିଯୋଗ ସମାଧାନ ମଡ୍ୟୁଲ
ନେପାଳରୁ ଯାଜପୁର ଫେରିଲେ ଓଡ଼ିଆ ପର୍ଯ୍ୟଟକ
ପୋଲିସ ଏନକାଉଣ୍ଟରରେ କୁଖ୍ୟାତ ମାଓବାଦୀ ନିହତ

ନିର୍ବାଚନ ପୂର୍ବରୁ ଆୟୋଗଙ୍କ ଛାଟ

0
  • ୫୧ଜଣ ଅଧିକାରୀଙ୍କ ବଦଳି ନିର୍ଦ୍ଦେଶ
  • ଆୟୋଗଙ୍କ ପକ୍ଷରୁ ମୁଖ୍ୟ ଶାସନ ସଚିବଙ୍କୁ ଚିଠି
  • ଅଧିକାରୀଙ୍କ ଲିଷ୍ଟରେ ୬ବରିଷ୍ଠ ଆଇପିଏସ୍

ଅହମଦାବାଦ; ଗୁଜୁରାଟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ନିର୍ବାଚନ ଆୟୋଗ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ୫୧ଜଣ ଅଧିକାରୀଙ୍କୁ ବଦଳି ନିର୍ଦ୍ଦେଶ ଦେଇଛନ୍ତି । ଆୟୋଗଙ୍କ ପକ୍ଷରୁ ମୁଖ୍ୟ ଶାସନ ସଚିବଙ୍କୁ ଏହି ସମ୍ବନ୍ଧରେ ଆଜି ସନ୍ଧ୍ୟା ୪ଟା ଭିତରେ ରିପୋର୍ଟ ଦେବାକୁ କୁହାଯାଇଛି । ଏହି ୫୧ଜଣ ଅଧିକାରୀଙ୍କ ଲିଷ୍ଟରେ ଛଅ ଜଣ ବରିଷ୍ଠ ଆଇପିଏସ ଅଧିକାରୀ ବି ସାମିଲ ଅଛନ୍ତି । ଏହା ପୂର୍ବରୁ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଏ ସମ୍ବନ୍ଧରେ ମଧ୍ୟ ସ୍ପଷ୍ଟୀକରଣ ମଗାଯାଇଥିଲା । ଏହାପରେ ଆୟୋଗଙ୍କ ନିର୍ଦ୍ଦେଶ ଉପରେ ରାଜ୍ୟରେ ବିଭିନ୍ନ ଗ୍ରେଡ ଏବଂ ସେବାର ୯୦୦ରୁ ଅଧିକ ଅଧିକାରୀଙ୍କୁ ସ୍ଥାନାନ୍ତର କରାଯାଇଥିଲା ଏବଂ ଏହାର ରିପୋର୍ଟ ମୁଖ୍ୟ ଶାସନ ସଚିବଙ୍କ ତରଫରୁ ପଠାଯାଇଥିଲା ।

ଏଏନଆଇ ସୂତ୍ରରୁ ଜଣାପଡ଼ିଛି କି ନିର୍ବାଚନ ଆୟୋଗ ଜାଣିବାକୁ ପାଇଛନ୍ତି ଯେ ସେ କହିଥିବା ୫୧ଅଧିକାରୀଙ୍କ ଟ୍ରାନ୍ସଫର କରାଯିବାରେ ବାକି ରହିଛି । ଏହା ଉପରେ ନିର୍ବାଚନ ଆୟୋଗ ଏହି ୬ଜଣ ବରିଷ୍ଠ ଆଇପିଏସ ଅଧିକାରୀଙ୍କ ସହ ସମସ୍ତ ୫୧ଅଧିକାରୀଙ୍କ ସମ୍ପର୍କରେ ମୁଖ୍ୟାଳୟକୁ ରିପୋର୍ଟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏବଂ ଗୁରୁବାର ଅପରାହ୍ନ ୪ଟା ଭିତରେ ଅନୁପାଳନ ରିପୋର୍ଟ ପଠାଇବାକୁ କୁହାଯାଇଛି ।

Leave A Reply

Your email address will not be published.