ପ୍ରମୁଖ ଖବର

ହର୍ମୁଜ ପ୍ରଣାଳୀକୁ ପୁନଃ ଖୋଲିବା ପାଇଁ ମିଶିଲେ ୩୫ ରାଷ୍ଟ୍ର
ଉଲ୍ଲେଖନୀୟ ସେବା ପାଇଁ ୭୮ ଜଣ ପୋଲିସ କର୍ମଚାରୀଙ୍କୁ ଡିଜିପି ପଦକ
ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ କାର୍ଯ୍ୟକ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ଏହି ପଦକ ପ୍ରଦାନ କରିଥିଲେ
ଆରମ୍ଭ ହେଲା ଡିଜିଟାଲ ଜନଗଣନା ୨୦୨୭
ଭୁବନେଶ୍ୱରରେ ଆରମ୍ଭ ହେଲା ଭିସା ସେବା କେନ୍ଦ୍ର
ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ୍ ପାରିତ
ଆଜି ଉତ୍କଳ ଦିବସ: ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

ନିର୍ବାଚନ ପୂର୍ବରୁ ଆୟୋଗଙ୍କ ଛାଟ

0
  • ୫୧ଜଣ ଅଧିକାରୀଙ୍କ ବଦଳି ନିର୍ଦ୍ଦେଶ
  • ଆୟୋଗଙ୍କ ପକ୍ଷରୁ ମୁଖ୍ୟ ଶାସନ ସଚିବଙ୍କୁ ଚିଠି
  • ଅଧିକାରୀଙ୍କ ଲିଷ୍ଟରେ ୬ବରିଷ୍ଠ ଆଇପିଏସ୍

ଅହମଦାବାଦ; ଗୁଜୁରାଟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ନିର୍ବାଚନ ଆୟୋଗ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ୫୧ଜଣ ଅଧିକାରୀଙ୍କୁ ବଦଳି ନିର୍ଦ୍ଦେଶ ଦେଇଛନ୍ତି । ଆୟୋଗଙ୍କ ପକ୍ଷରୁ ମୁଖ୍ୟ ଶାସନ ସଚିବଙ୍କୁ ଏହି ସମ୍ବନ୍ଧରେ ଆଜି ସନ୍ଧ୍ୟା ୪ଟା ଭିତରେ ରିପୋର୍ଟ ଦେବାକୁ କୁହାଯାଇଛି । ଏହି ୫୧ଜଣ ଅଧିକାରୀଙ୍କ ଲିଷ୍ଟରେ ଛଅ ଜଣ ବରିଷ୍ଠ ଆଇପିଏସ ଅଧିକାରୀ ବି ସାମିଲ ଅଛନ୍ତି । ଏହା ପୂର୍ବରୁ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଏ ସମ୍ବନ୍ଧରେ ମଧ୍ୟ ସ୍ପଷ୍ଟୀକରଣ ମଗାଯାଇଥିଲା । ଏହାପରେ ଆୟୋଗଙ୍କ ନିର୍ଦ୍ଦେଶ ଉପରେ ରାଜ୍ୟରେ ବିଭିନ୍ନ ଗ୍ରେଡ ଏବଂ ସେବାର ୯୦୦ରୁ ଅଧିକ ଅଧିକାରୀଙ୍କୁ ସ୍ଥାନାନ୍ତର କରାଯାଇଥିଲା ଏବଂ ଏହାର ରିପୋର୍ଟ ମୁଖ୍ୟ ଶାସନ ସଚିବଙ୍କ ତରଫରୁ ପଠାଯାଇଥିଲା ।

ଏଏନଆଇ ସୂତ୍ରରୁ ଜଣାପଡ଼ିଛି କି ନିର୍ବାଚନ ଆୟୋଗ ଜାଣିବାକୁ ପାଇଛନ୍ତି ଯେ ସେ କହିଥିବା ୫୧ଅଧିକାରୀଙ୍କ ଟ୍ରାନ୍ସଫର କରାଯିବାରେ ବାକି ରହିଛି । ଏହା ଉପରେ ନିର୍ବାଚନ ଆୟୋଗ ଏହି ୬ଜଣ ବରିଷ୍ଠ ଆଇପିଏସ ଅଧିକାରୀଙ୍କ ସହ ସମସ୍ତ ୫୧ଅଧିକାରୀଙ୍କ ସମ୍ପର୍କରେ ମୁଖ୍ୟାଳୟକୁ ରିପୋର୍ଟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏବଂ ଗୁରୁବାର ଅପରାହ୍ନ ୪ଟା ଭିତରେ ଅନୁପାଳନ ରିପୋର୍ଟ ପଠାଇବାକୁ କୁହାଯାଇଛି ।

Leave A Reply

Your email address will not be published.