ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୭ ବିଭାଗର ୧୨୯୪ ଜଣ ନବନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି
କଳାହାଣ୍ଡିର ଡେପୁଟି କଲେକ୍ଟର ଚିତ୍ତ ରଂଜନ ପିଲ୍ଲାଙ୍କୁ ଆଜି ରାଜ୍ୟ ସରକାର କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି
କରୋନା ଭଳି ଲକ୍ଷଣ ଥିଲେ ରଥଯାତ୍ରା ଯିବାକୁ ମନା, ସ୍ୱାସ୍ଥ୍ୟ ବିଭାଗ
ଲଗାତର ତୃତୀୟ ଥର ରେପୋ ରେଟ କମାଇଲା ରିଜର୍ଭ ବ୍ୟାଙ୍କ
ବର୍ଷା ପୂର୍ବରୁ ହେବ ଡ୍ରେନ୍‍ ସମସ୍ୟାର ସମାଧାନ: ନଗର ଉନ୍ନୟନ ମନ୍ତ୍ରୀ
ପରଲୋକରେ ପୂର୍ବତନ ବିଧାୟକ ମହମ୍ମଦ ରଫିକ୍‌
ଯୋଗାଣ ମନ୍ତ୍ରୀଙ୍କ ଗାଡ଼ିକୁ ମୁହାଁମୁହିଁ ଧକ୍କା ଦେଲା ଟ୍ରକ୍‌
ଅଗଷ୍ଟ ୩ରେ ନିଟ୍ ପିଜି ପରୀକ୍ଷା, ମଞ୍ଜୁରୀ ଦେଲେ ସୁପ୍ରିମକୋର୍ଟ

ଆଜି ଭାରତ ଓ ନେଦରଲ୍ୟାଣ୍ଡ ମୁହାଁମୁହିଁ

0

ସିଡନି; ଆଜି ଟି-୨୦ ବିଶ୍ବକପରେ ମୁହାଁମୁହିଁ ହେବେ ଭାରତ ଓ ନେଦରଲ୍ୟାଣ୍ଡ। ସିଡନିରେ ୧୨ଟା ୩୦ରେ ପରସ୍ପରକୁ ଭେଟିବେ ଦୁଇ ଦଳ । ପ୍ରଥମ ମ୍ୟାଚରେ ପାରମ୍ପରିକ ପ୍ରତିନ୍ଦ୍ୱନ୍ଦ୍ୱୀ ପାକିସ୍ତାନକୁ ହରାଇ ଦୃଢ ମନୋବଳ ସହ ଟିମ ଇଣ୍ଡିଆ ପଡିଆକୁ ଓହ୍ଲାଇବ । ତେବେ ସେମି ଫାଇନାଲ୍ ରାସ୍ତା ସହଜ କରିବା ପାଇଁ ଭାରତ ଏହି ମ୍ୟାଚ୍କୁ ବଡ ବ୍ୟବଧାନରେ ଜିତିବାକୁ ଲକ୍ଷ୍ୟ ରଖିଛି ।

ସେପଟେ ଭାରତ ବିପକ୍ଷରେ କୌଣସି ଟି-୨୦ ଖେଳିନଥିବାରୁ ପ୍ରଥମ ମ୍ୟାଚକୁ ହାତେଇବାକୁ ଚେଷ୍ଟା କରିବ ନେଦରଲ୍ୟାଣ୍ଡ। ପୂର୍ବରୁ ୨୦୦୩ ଓ ୨୦୧୧ ବିଶ୍ୱକପରେ ଦୁଇ ଦଳ ମୁହାଁମୁହିଁ ହୋଇଥିଲେ । ଆଉ ଦୁଇଟି ମ୍ୟାଚରେ ଭାରତ ବାଜିମାତ କରିଥିଲା । ତେଣୁ ନେଦରଲାଣ୍ଡକୁ ହରାଇବା ପାଇଁ ଭାରତ ପାଇଁ ଚାଲେଞ୍ଜ ନୁହେଁ, ବରଂ ବଡ ବ୍ୟବଧାନରେ ବିଜୟ ଅବଶ୍ୟକ । ଆଗାମୀ ମ୍ୟାଚରେ ଦକ୍ଷିଣ ଆଫ୍ରିକାଠାରୁ ପରାଜିତ ହେଲେ ମଧ୍ୟ ସେମିଫାଇନାଲ ଦୌଡରେ ରହିବ ଭାରତ । ମେଲବର୍ଣ୍ଣ ପରି ସିଡନିରେ ବି ମ୍ୟାଚ୍ ଉପରେ ବର୍ଷା ସାଜିପାରେ ବାଧକ।

Leave A Reply

Your email address will not be published.