ପ୍ରମୁଖ ଖବର

ଖୁବଶୀଘ୍ର ଦକ୍ଷିଣ ଓଡ଼ିଶା ବିକାଶ ପରିଷଦ ଗଠନ ହେବ-ମୁଖ୍ୟମନ୍ତ୍ରୀ
ମହିଳାଙ୍କୁ ସରାକରଙ୍କ ରାକ୍ଷୀ ଭେଟି, ଆସିଲା ସୁଭଦ୍ରାର ୩ୟ କିସ୍ତି ଟଙ୍କା
ଚନ୍ଦ୍ରଶେଖରପୁର ଅଞ୍ଚଳରେ ଥିବା ଘରୋଇ ହସ୍ପିଟାଲରେ ଶୁକ୍ରବାର ଜଣେ ନର୍ସଙ୍କ ସନ୍ଦେହଜନକ ମୃତ୍ୟୁ
କୋରାପୁଟରେ ସ୍କୁଲ ଛାତ୍ରୀଙ୍କ ହାତରୁ ରାକ୍ଷୀ ବାନ୍ଧିଲେ ମୁଖ୍ୟମନ୍ତ୍ରୀ
ଆତଙ୍କବାଦୀଙ୍କ ଗୁଳିବିନିମୟରେ ୨ ଯବାନ ଶହିଦ, ୧୦ ଆହତ
ରାଜଧାନୀରେ ଅଘଟଣ: ୧୦୦ ଫୁଟ ଲମ୍ବା କାନ୍ଥ ଭୁଶୁଡ଼ି, ୭ ମୃତ
କ୍ରୀଡ଼ାର ପ୍ରସାର ପାଇଁ ଜିନ୍ଦଲ ଫାଉଣ୍ଡେସନକୁ ଫିକି ପକ୍ଷରୁ ସ୍ପେଶାଲ ଆପ୍ରିସିଏସନ ଆଓ୍ୱାର୍ଡ

ଭିଜିଲାନ୍ସ ଜାଲରେ ମୁଖ୍ୟଯନ୍ତ୍ରୀ ନିହାରରଂଜନ

0

ଭୁବନେଶ୍ବର: ଆଜି ଆରଡବ୍ଲୁଏସଏସର ଅତିରିକ୍ତ ମୁଖ୍ୟଯନ୍ତ୍ରୀ ନିହାରରଂଜନ ଦାସଙ୍କ ଘର ସମେତ ୬ଟି ସ୍ଥାନରେ ଏକକାଳୀନ ଭିଜିଲାନ୍ସ ଚଢାଉ ଜାରି ରହିଛି। ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଏହ ଭିଜିଲାନ୍ସ ଚଢାଉ କରାଯାଉଛି।ଭୁବନେଶ୍ୱର ଭିଜିଲାନ୍ସର ସ୍ୱତନ୍ତ୍ର ବିଚାରପତିଙ୍କ ଦ୍ବାରା ଜାରି ସର୍ଚ୍ଚ ୱାରେଣ୍ଟ ବଳରେ ୫ ଜଣ ଡିଏସପି, ୧୨ ଇନ୍ସପେକ୍ଟର, ଜଣେ ସବ୍ ଇନ୍ସପେକ୍ଟର,୧୧ ଜଣ ଏସଆଇ ଏବଂ ଅନ୍ୟ କର୍ମଚାରୀମାନେ ଏହି ଚଢାଉରେ ନିୟୋଜିତ ହୋଇଛନ୍ତି।

ଆଜି ଆରଡବ୍ଲୁଏସଏସ ଭୁବନେଶ୍ୱର ସର୍କଲର ଯୋଜନା, ମନିଟରିଂ, ଡିଜାଇନ୍ ଏବଂ ଅନୁସନ୍ଧାନ ଅତିରିକ୍ତ ମୁଖ୍ୟଯନ୍ତ୍ରୀ ନିହାରରଂଜନ ଦାସଙ୍କ ଘର ସମେତ ୬ଟି ସ୍ଥାନରେ ଏକକାଳୀନ ଭିଜିଲାନ୍ସ ଚଢାଉ କରାଯାଉଛି। ଖୋର୍ଦ୍ଧା, ସମ୍ବଲପୁର ଏବଂ ବରଗଡ଼ ଜିଲ୍ଲାର ନିମ୍ନଲିଖିତ ୬ଟି ସ୍ଥାନରେ ଚଢାଉ ଚାଲିଛି।

ଭୁବନେଶ୍ୱରର ଖାରବେଳ ନଗରର ଶ୍ରୀରାମ ମାନସନ୍ ଫ୍ଲାଟ ନଂ -୨୦ ଠାରେ ଅବସ୍ଥିତ ଶ୍ରୀ ଦାସଙ୍କ ଆବାସିକ ଘର, ସମ୍ବଲପୁରର ମୋଦୀପଡାଠାରେ ଅବସ୍ଥିତ ଶ୍ରୀ ଦାସଙ୍କ ଏକ ତିନିମହଲା ପୈତୃକ ଘର, ବରଗଡ଼ ଜିଲ୍ଲାର ରୋହିନିୟାଁ, ତାଙ୍କର ସରକାରୀ କାର୍ଯ୍ୟାଳୟ, ଖାରବେଳ ନଗର ଓ ଖୋର୍ଦ୍ଧାରେ ଥିବା ସଂପର୍କୀୟଙ୍କ ଘରେ ଏହି ଚଢାଉ ହେଉଛି।

Leave A Reply

Your email address will not be published.