ପ୍ରମୁଖ ଖବର

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଆଣ୍ଡାମାନ ଛୁଇଁବ ମୌସୁମୀ: ଆଇଏମଡିର ପୂର୍ବାନୁମାନ
ଯୁଦ୍ଧ ବିରତି ପରେ ଖୋଲିଲା ୩୨ ବିମାନବନ୍ଦର
ଟେଷ୍ଟରୁ ଅବସର ଘୋଷଣା କଲେ ବିରାଟ
ହାଇକୋର୍ଟର ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ୍‌ କୃଷ୍ଣ ଶ୍ରୀପାଦ ଦୀକ୍ଷିତ
ସମ୍ମମରେ ୬ ବର୍ଷ ଶିଶୁପୁତ୍ରର ମୃତ୍ୟୁ ପରେ ଅଙ୍ଗଦାନ, ଶିଶୁର କିଡ଼ନୀ ବଂଚାଇଲା ଦୁଇ ଜୀବନ

ଆଖି ବୁଜିଲା ‘ପ୍ରେମା’

0

ଭୁବନେଶ୍ବର; ଆଖି ବୁଜିଲା ନନ୍ଦନକାନନର ବୟସ୍କା ହାତୀ ‘ପ୍ରେମା’ । ବର୍ଷ ବର୍ଷ ଧରି ପର୍ଯ୍ୟଟକଙ୍କୁ ଖୁସି କରି ଆସୁଥିବା ପ୍ରେମା ଆଜି ୬୭ ବର୍ଷ ବୟସରେ ଆଖି ବୁଜିଛି। ଏନେଇ ନନ୍ଦନକାନନ କର୍ତ୍ତୁପକ୍ଷ ସୂଚନା ଦେଇଛନ୍ତି । ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଦୀର୍ଘ ଦିନ ଧରି ମୃତ୍ୟୁ ସହ ସଂଗ୍ରାମ କରିଆସୁଥିଲା ପ୍ରେମା । ଶେଷରେ ଅପରାହ୍ନରେ ଅସୁସ୍ଥ ପ୍ରେମା ଆଖି ବୁଜିଛି ।

ସୂଚନା ଅନୁଯାୟୀ ଗତକାଲିଠାରୁ ହାତୀଶାଳର ଚଟାଣରେ ଶୋଇ ରହୁଥିଲା ପ୍ରେମା। ପ୍ରେମା ଗତ ଜୁଲାଇ ମାସରୁ ଅସୁସ୍ଥ ହୋଇଥିଲା। ତା ଆଗ ପାଖ ବାମ ଗୋଡ ପାଦର ନଖ ଫୁଲି ପୂଜ ଦେବାରୁ ତାକୁ ଚିକିତ୍ସା କରାଯାଉଥିଲା। ସେହି ମାସ ୨୩ ତାରିଖରେ ଏକ ଛୋଟ ଫଙ୍ଗସ ଟ୍ୟୁମରକୁ ଅସ୍ତ୍ରୋପଚାର କରି କଢ଼ାଯାଇଥିଲା । କିନ୍ତୁ କ୍ଷତ ସ୍ଥାନଟି ଭଲ ହେଉନଥିବାରୁ ପ୍ରେମାର ଅବସ୍ଥା ବାରମ୍ଵାର ବିଗିଡିବାରେ ଲାଗିଥିଲା । ପ୍ରେମାକୁ ୧୯୮୫ ମସିହାରେ ୨୧ ବର୍ଷ ବୟସ ହୋଇଥିବା ଅବସ୍ଥାରେ ଭନ୍ଦାଲୁରୁରୁ ନନ୍ଦନକାନନକୁ ଅଣାଯାଇଥିଲା। ପ୍ରେମାର ମୃତ୍ୟୁ ଫଳରେ ନନ୍ଦନକାନନର ହାତୀ ସଂଖ୍ୟା ୩କୁ ହ୍ରାସ ପାଇଛି। ଏବେ ବାସନ୍ତୀ, ହୀରା ଓ ମାମା କେବଳ ରହିଛନ୍ତି ।

Leave A Reply

Your email address will not be published.