ପ୍ରମୁଖ ଖବର

ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି: ସରକାରୀ ଅଫିସ୍‌ରେ ସିଙ୍ଗଲ ୟୁଜ୍‌ ପ୍ଲାଷ୍ଟିକ ବ୍ୟବହାର ମନା
ଇତିହାସ ରଚିଲା ଇସ୍ରୋ; ସଫଳତାର ସହ ଲଞ୍ଚ ହେଲା ବିଶ୍ବର ମହଙ୍ଗା ସାଟେଲାଇଟ୍‌ ‘ନିସାର’
ରୁଷର କାମଚଟକା ଉପଦ୍ୱୀପରେ ୮.୮ ତୀବ୍ରତାର ଏକ ସୁପରପାୱାର ଭୂମିକମ୍ପ ଅନୁଭୂତ
ଜମ୍ମୁକାଶ୍ମୀରରେ ଏନ୍‌କାଉଣ୍ଟର; ୨ ଆତଙ୍କବାଦୀ ନିପାତ
ଓଟିଇଟି ପ୍ରଶ୍ନପତ୍ର ଲିକ୍‌ ଘଟଣାରେ ୬ ଜଣ ଡାଟା ଏଣ୍ଟ୍ରି ଅପେରଟର ଗିରଫ
ଡାକ ବିଭାଗର ବଡ ନିଷ୍ପତ୍ତି, ସେପ୍ଟେମ୍ବର ୧ରୁ ବନ୍ଦ ହେବ ରେଜିଷ୍ଟର୍ଡ ପୋଷ୍ଟ
ଜମ୍ମୁକାଶ୍ମୀର: ନଦୀକୁ ଖସିଲା ସୁରକ୍ଷା କର୍ମୀଙ୍କୁ ନେଇ ଯାଉଥିବା ବସ୍

ବରିଷ୍ଠ ଅଫିସରଙ୍କୁ ଗୁରୁଦାୟିତ୍ବ ଧରାଇଲେ ନବୀନ

0
  • ୩୧ରେ ଜିଭିଭି ଶର୍ମା ଓ ମଧୁସୂଦନ ଅବସର ନେବେ
  • କେନ୍ଦ୍ରୀୟ ଡେପୁଟେସନରେ ଯିବେ ସଂଜୀବ ଚୋପ୍ରା
  • ରାଜକୁମାର ରାଜସ୍ବ ପର୍ଷଦ ସଭ୍ୟ, ପ୍ରଦୀପଙ୍କୁ ଏପିସି ଦାୟିତ୍ବ
  • ଦେଓରଂଜନ ଗୃହ ସଚିବ ନିଯୁକ୍ତ, ସତ୍ୟବ୍ରତଙ୍କୁ ଭାଷା ସଂସ୍କୃତି
  • ରୁପାରୋଶନ ଓ ଶାଶ୍ବତ ମିଶ୍ରଙ୍କୁ ବି ଅଧିକ ଦାୟିତ୍ବ ମିଳିଲା

ଭୁବନେଶ୍ବର: ରାଜ୍ୟ ସରକାର ଆଜି ଆଇଏଏସ୍ ସ୍ତରରେ ଅଦଳବଦଳ କରିଛନ୍ତି। ବରିଷ୍ଠ ଆଇଏଏସ୍ ଅଫିସର ତଥା ଅତିରିକ୍ତ ମୁଖ୍ୟ ସଚିବ ପାହ୍ୟାର ଅଧିକାରୀ ରାଜ କୁମାର ଶର୍ମାଙ୍କୁ ରାଜସ୍ବ ପରିଷଦର ସଭ୍ୟ ଭାବେ ନିଯୁକ୍ତି ଦିଆଯାଇଛି। ସେ ଗୋପବନ୍ଧୁ ପ୍ରଶାସନିକ ଏକାଡେମିର ମହାନିର୍ଦେଶକ ଥିଲେ। ସେଠାରେ ଥିବା ବରିଷ୍ଠ ଅଫିସର ଜି ଭି ଭି ଶର୍ମା ଆସନ୍ତା ୩୧ ତାରିଖ ଦିନ ଅବସର ନେଉଛନ୍ତି।

ସେହିଭଳି ଉନ୍ନୟନ କମିସନର ପ୍ରଦୀପ କୁମାର ଜେନାଙ୍କୁ ଅତିରିକ୍ତ ଭାବେ କୃଷି ଉତ୍ପାଦନ କମିସନର ଦାୟିତ୍ବ ଦିଆଯାଇଛି। ଅତିରିକ୍ତ ମୁଖ୍ୟ ସଚିବ ସଂଜୀବ ଚୋପ୍ରା କେନ୍ଦ୍ରକୁ ଡେପୁଟେସନରେ ଏହି ପଦବି ଖାଲି ପଡ଼ିବ। ସେହିଭଳି ଅତିରିକ୍ତ ମୁଖ୍ୟ ସଚିବ ସତ୍ୟବ୍ରତ ସାହୁ ଓଡ଼ିଆ ଭାଷା ଓସଂସ୍କୃତି ବିଭାଗ ଦାୟିତ୍ବ ଅତିରିକ୍ତ ଭାବେ ତୁଲାଇବେ। ଏହି ପଦବିରେ ଥିବା ଅତିରିକ୍ତ ମୁଖ୍ୟ ସଚିବ ମଧୁସୂଦନ ପାଢୀ ଆସନ୍ତା ୩୧ ତାରିଖ ଦିନ ଅବସର ନେଉଛନ୍ତି।

ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ ପଦବି ଭାବେ ଗୃହ ସଚିବ ଭାବେ ଦେଓରଂଜନ ସିଂହ ଦାୟିତ୍ବ ତୁଲାଇବେ। ସେ ପୂର୍ବଭଳି ଇସ୍ପାତ ଓ ଖଣି ବିଭାଗ ସମେତ ଓଏମ୍‌ସି ଓ ଇଡ଼କଲ୍ ଆଦି ଦାୟିତ୍ବରେ ରହିବେ। ରାଜ୍ୟ ସରକାର ରାଜ୍ୟପାଳଙ୍କ ସଚିବ ଶାଶ୍ବତ ମିଶ୍ରଙ୍କୁ ଅତିରିକ୍ତ ଭାବେ ଏମଏସ୍‌ଏମ୍ଇ ବିଭାଗ ଦାୟିତ୍ବ ଦେଇଛନ୍ତି। ଏହି ଦାୟିତ୍ବ ଶ୍ରୀ ସାହୁଙ୍କ ହାତରେ ଥିଲା। ସେହିଭଳି ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ରୁପାରୋଶନ ସାହୁଙ୍କୁ ଅନୁସୂଚିତ ଜାତି ଓ ଜନଜାତି ବିଭାଗର ଅତିରିକ୍ତ ଦାୟିତ୍ବ ମିଳିଛି। ଉଭୟ ଶ୍ରୀ ମିଶ୍ର ଓ ଶ୍ରୀମତୀ ସାହୁଙ୍କ ହାତରେ ଥିବା ଅନ୍ୟ ଗୁରୁତ୍ବପୂର୍ଣ୍ଣ ପଦବି ପୂର୍ବଭଳି ରହିବ।

Leave A Reply

Your email address will not be published.