ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୭ ବିଭାଗର ୧୨୯୪ ଜଣ ନବନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି
କଳାହାଣ୍ଡିର ଡେପୁଟି କଲେକ୍ଟର ଚିତ୍ତ ରଂଜନ ପିଲ୍ଲାଙ୍କୁ ଆଜି ରାଜ୍ୟ ସରକାର କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି
କରୋନା ଭଳି ଲକ୍ଷଣ ଥିଲେ ରଥଯାତ୍ରା ଯିବାକୁ ମନା, ସ୍ୱାସ୍ଥ୍ୟ ବିଭାଗ
ଲଗାତର ତୃତୀୟ ଥର ରେପୋ ରେଟ କମାଇଲା ରିଜର୍ଭ ବ୍ୟାଙ୍କ
ବର୍ଷା ପୂର୍ବରୁ ହେବ ଡ୍ରେନ୍‍ ସମସ୍ୟାର ସମାଧାନ: ନଗର ଉନ୍ନୟନ ମନ୍ତ୍ରୀ
ପରଲୋକରେ ପୂର୍ବତନ ବିଧାୟକ ମହମ୍ମଦ ରଫିକ୍‌
ଯୋଗାଣ ମନ୍ତ୍ରୀଙ୍କ ଗାଡ଼ିକୁ ମୁହାଁମୁହିଁ ଧକ୍କା ଦେଲା ଟ୍ରକ୍‌
ଅଗଷ୍ଟ ୩ରେ ନିଟ୍ ପିଜି ପରୀକ୍ଷା, ମଞ୍ଜୁରୀ ଦେଲେ ସୁପ୍ରିମକୋର୍ଟ

ପେନ୍‌ସନ୍‌ ଯୋଜନାକୁ ନେଇ ସୁପ୍ରିମ୍‌କୋର୍ଟଙ୍କ ବଡ଼ ରାୟ

0

ନୂଆଦିଲ୍ଲୀ; ୨୦୧୪ ମସିହାର କର୍ମଚାରୀଙ୍କ ପେନସନ୍ (ସଂଶୋଧନ) ଯୋଜନା ସଂପର୍କରେ ସୁପ୍ରିମକୋର୍ଟ ଆଜି ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଅର୍ଥାତ୍‌ ପେନ୍‌ସନ୍‌ ସ୍କିମ୍‌କୁ ନେଇ ୨୦୧୪ରେ ଯେଉଁ ନୂଆ ନିୟମ ଘୋଷଣା କରାଯାଇଥିଲା, ତାକୁ ରଦ୍ଦ କରିଛନ୍ତି ସୁପ୍ରିମ୍‌କୋର୍ଟ ।

ପ୍ରଧାନ ବିଚାରପତି ୟୁୟୁ ଲଳିତ, ବିଚାରପତି ଅନିରୁଦ୍ଦ ବୋଷ ଓ ବିଚାରପତି ସୁଧାଂଶୁ ଧୁଳିଆଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଶୁଣାଣୀ କରିଛନ୍ତି ଯେ, ଏଣିକି ୧୫ ହଜାର ଟଙ୍କାରୁ କମ୍‌ ଅର୍ଥାତ୍‌ ଅନ୍ୟୁନ ୬୫୦୦ ଟଙ୍କା ବେତନ ପାଉଥିବା କର୍ମଚାରୀ ବି ପେନ୍‌ସନ୍‌ ସ୍କିମ୍‌ରେ ସାମିଲ ହୋଇପାରିବେ । ତେବେ ଏହି ସ୍କିମ୍‌ରେ ସାମିଲ ହେବା ପାଇଁ ଯେଉଁ କର୍ମଚାରୀମାନେ ବିକଳ୍ପ ବ୍ୟବସ୍ଥା ବ୍ୟବହାର କରିପାରି ନାହାନ୍ତି, ସେମାନଙ୍କୁ ସାମିଲ ହେବା ପାଇଁ ୬ ମାସ ସମୟ ଦେବାକୁ କହିଛନ୍ତି ସୁପ୍ରିମ୍‌କୋର୍ଟ । ସେହି କର୍ମଚାରୀମାନେ ୬ ମାସ ମଧ୍ୟରେ ଆବେଦନ କରିପାରିବେ ।

ସୂଚନା ଅନୁଯାୟୀ ୨୦୧୪ ପୂର୍ବରୁ ୧୫ ହଜାର ଟଙ୍କାରୁ କମ୍‌ ଦରମା ପାଉଥିବା କର୍ମଚାରୀ ବି ପେନ୍‌ସନ୍‌ ସ୍ମିମ୍‌ରେ ସାମିଲ ହେଉଥିଲେ । ଯାହାକୁ ୨୦୧୪ ପରେ ରଦ୍ଦ କରାଯାଇଥିଲା । କିନ୍ତୁ ଏବେ ପୁଣି ସେହି ନିୟମକୁ ବୈଧ ବୋଲି କହିଛନ୍ତି ସୁପ୍ରିମ୍‌କୋର୍ଟ ।ତେବେ ବେତନ ୧୫ହଜାର ଟଙ୍କାରୁ ଅଧିକ ହେଲେ କର୍ମଚାରୀଙ୍କୁ ଅତିରିକ୍ତ ୧.୧୬ପ୍ରତିଶତ ଯୋଗଦାନ କରିବା ନେଇ ୨୦୧୪ ସଂଶୋଧନ ନିୟମରେ ଯେଉଁ ପ୍ରସ୍ତାବ ରହିଥିଲା ତାକୁ ରଦ୍ଦ କରିଛନ୍ତି ଖଣ୍ଡପୀଠ । ଏହା ଇଚ୍ଛାଧିନ ବୋଲି କହିଛନ୍ତି ସୁପ୍ରିମକୋର୍ଟ । ୨୦୧୪ସ୍କିମକୁ କେରଳ, ରାଜସ୍ଥାନ ଓ ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ ରଦ୍ଦ କରିଥିଲେ । କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ ବା ଇପିଏଫଓ ଏବଂ କେନ୍ଦ୍ର ସରକାର ଏହାକୁ ନେଇ ସୁପ୍ରମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।

Leave A Reply

Your email address will not be published.