ପ୍ରମୁଖ ଖବର

୧୯ ତାରିଖରୁ ଆରମ୍ଭ ହେବ ହବିଷ୍ୟାଳୀ ପଞ୍ଜିକରଣ
ମୟୁରଭଞ୍ଜ: ୩୧ ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ଶିକ୍ଷୟିତ୍ରୀ ନିଲମ୍ବିତ
ଗୁମା ଘାଟି ନିକଟରେ ତଳକୁ ଖସିଲା ବସ୍, ୮ ଯାତ୍ରୀ ଆହତ
ଶୁଭାରମ୍ଭ ହେଲା ସୁଭଦ୍ରା ଅଭିଯୋଗ ସମାଧାନ ମଡ୍ୟୁଲ
ନେପାଳରୁ ଯାଜପୁର ଫେରିଲେ ଓଡ଼ିଆ ପର୍ଯ୍ୟଟକ
ପୋଲିସ ଏନକାଉଣ୍ଟରରେ କୁଖ୍ୟାତ ମାଓବାଦୀ ନିହତ

୨୪ ରୁ ବଢିବ ଶୀତ ର ପ୍ରଭାବ

0

ଭୁବନେଶ୍ବର; ପଶ୍ଚିମ କେନ୍ଦ୍ରୀୟ ତତ୍ ସଂଲଗ୍ନ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ରେ ରହିଥିବା ଡିପ୍ରେଶନ ଏବେ ଦୁର୍ବଳ ହୋଇ ଉତ୍ତର ତାମିଲନାଡ଼ୁ ଓ ଦକ୍ଷିଣ ଆନ୍ଧ୍ର ପ୍ରଦେଶ ଉପକୂଳ ରେ ସଦୃଶ ଲଘୁଚାପ ରୂପ ରେ ରହିଛି ଏବଂ ୨୪ ଘଣ୍ଟା ମଧ୍ୟରେ ଏହି କ୍ଷେତ୍ର ପଶ୍ଚିମ ଉତ୍ତର ପଶ୍ଚିମ ଦିଗ ରେ ଅଗ୍ରସର ହୋଇ ଆହୁରି ଦୂର୍ବଳ ହୋଇଯିବ ।

ଆସନ୍ତା ୨୪ ଘଣ୍ଟା ଯାଏଁ ରାତି ତାପମାତ୍ରା ରେ ବିଶେଷ ପରିବର୍ତ୍ତନ ହେବନାହିଁ କିନ୍ତୁ ଆସନ୍ତା କାଲି ରାତି ରୁ ରାତି ତାପମାତ୍ରା ରାଜ୍ୟର ଅଧିକାଂଶ ଅଞ୍ଚଳ ରେ ସ୍ଵାଭାବିକ ଠାରୁ ୨-୩°ସି ଯାଏଁ କମିବାକୁ ଲାଗିବ। ତେଣୁ ପୁଣି ଶୀତ ଅନୁଭୂତ ହେବ। ୨୪ ତାରିଖ ଠାରୁ ରାଜ୍ୟ ର ଅଧିକାଂଶ ଅଞ୍ଚଳ ରେ ରାତି ତାପମାତ୍ରା ସ୍ଵାଭାବିକ ଠାରୁ ୩-୪°ସିଯାଏଁ କମିବାର ସମ୍ଭାବନା ରହିଥିବା ହେତୁ ଅଧିକ ଶୀତ ଅନୁଭୂତ ହେବ।

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ମାଲକାନଗିରି, କୋରାପୁଟ ଜିଲ୍ଲା ର ଗୋଟିଏ ଦୁଇଟି ସ୍ଥାନରେ ଅଳ୍ପ ବର୍ଷା ସମ୍ଭାବନା ରହିଛି । ଏହା ପରେ ରାଜ୍ୟ ରେ ପାଗ ମୁଖ୍ୟତଃ ଶୁଖିଲା ରହିବ।

ପୂର୍ବାନୁମାନ-ସାର୍ଥକ ମିଶ୍ର

Leave A Reply

Your email address will not be published.