ପ୍ରମୁଖ ଖବର

ୟୁପିଆଇ କାରବାରରେ ନୂଆ ଶୁଳ୍କ ଲାଗୁ ନେଇ ଅନିଶ୍ଚିତତା, ୨୦୨୭ ଯାଏଁ ଘୁଞ୍ଚିପାରେ ତାରିଖ
ନନ୍ଦିଗ୍ରାମରେ ବିଜେପିର ବଡ଼ ବିଜୟ, ୧.୨୨ ଲକ୍ଷ ଭୋଟରେ ଜିତିଲେ ହସିରାଣୀ
ମୋଦିଙ୍କ ନାମରେ ନାମିତ ହେବ ଜେୱର ଅନ୍ତର୍ଜାତୀୟ ବିମାନବନ୍ଦର
ଭାରତୀୟ ପାଇଲଟ୍ ସ୍ମିତ୍ ମଚ୍ଛରଙ୍କୁ ଇସ୍ରାଏଲର ସର୍ବୋଚ୍ଚ ବୀରତ୍ୱ ସମ୍ମାନ

‘ଅମ୍ଳାନ’ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

0

ଭୁବନେଶ୍ବର; ରାଜ୍ୟରେ ରକ୍ତହୀନତା ରୋଗକୁ ଦୂର କରିବା ଦିଗରେ ରାଜ୍ୟ ସରକାର ଆଉ ଏକ ପାଦ ଆଗକୁ ବଢାଇଛନ୍ତି । ଏଣିକି ରକ୍ତହୀନତା ରୋଗରୁ ମୁକ୍ତ ହେବ ଓଡିଶା । ରାଜ୍ୟରେ ଯେପରି କେହି ରକ୍ତହୀନତା ରୋଗୀ ରହିବେନି ସେଥିପାଇଁ ଆଜି ‘ଅମ୍ଳାନ’ ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଏହି ଯୋଜନାରେ ଲାଭବାନ ହେବେ ୧.୩୭ କୋଟି ଲୋକ । ଏଥିସହିତ ୫୫ ହଜାର ସରକାରୀ ସ୍କୁଲ ଓ ୭୪ ହଜାର ଅଙ୍ଗନଓ୍ବାଡିରେ ଲାଗୁହେବ ଏହି ଯୋଜନା ।ବିଶେଷ କରି ଯୋଜନାର ଫୋକସ୍ ରେ ରହିବେ ଶିଶୁ , ମହିଳା ଓ ଗର୍ଭବତୀ ମହିଳା। ପୂର୍ବରୁ ରାଜ୍ୟରେ କିଭଳି ଭାବେ ରକ୍ତ ଅଭାବ ରୁ କାହାରି ମୃତ୍ୟୁ ନଘଟେ ତାହାକୁ ଗୁରୁତ୍ୱ ଦେଇ ଆସିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏବେ ରାଜ୍ୟରେ ରକ୍ତହୀନତା ରୋଗକୁ ଦୂର କରିବା ଲକ୍ଷ୍ୟରେ ଏଭଳି ପଦକ୍ଷେପ ନେଇଛନ୍ତି ନବୀନ।

Leave A Reply

Your email address will not be published.