ପ୍ରମୁଖ ଖବର

ବିଜେପି ଛାଡ଼ି ଆଜି କଂଗ୍ରେସରେ ଯୋଗ ଦେଇଛନ୍ତି ଦେବାଶିଷ ନାୟକ
ଅମିତ ଶାହାଙ୍କ ନକଲି ଭିଡିଓ ମାମଲାରେ ୩ ଦିନିଆ ପୁଲିସ ହେପାଜତରେ ଗଲେ କଂଗ୍ରେସ ନେତା ଅରୁଣ ରେଡ୍ଡୀ
ଆସନ୍ତାକାଲି ରାତି ସାଢ଼େ ୯ଟାରେ ଭୁବନେଶ୍ବରରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ସୋମବାର ବ୍ରହ୍ମପୁର ଏବଂ ନବରଙ୍ଗପୁରରେ ଆୟୋଜିତ ସଭାରେ ଉଦବୋଧନ ଦେବେ
ନବୀନଙ୍କ ୪ ଜିଲ୍ଲା ଗସ୍ତ: ପ୍ରଥମ ପର୍ଯ୍ୟାୟରେ କୋରାପୁଟ, ପରେ ନବରଙ୍ଗପୁର, ରାୟଗଡ଼ା ଓ ଗଜପତି ଜିଲ୍ଲାରେ ନିର୍ବାଚନ ଥିବାବେଳେ, ବିଜେଡି ପ୍ରାର୍ଥୀଙ୍କ ଲାଗି ଭୋଟ ଭିକ୍ଷା କରିବେ ନବୀନ
ଟିକେଟ ଫେରାଇ ଦେଲେ ପୁରୀ ଲୋକସଭା ପ୍ରାର୍ଥୀ; ମେଲରେ ଏଆଇସିସି କୁ ଲେଖିଲେ କଡ଼ା କଥା,ନିର୍ବାଚନ ଲଢ଼ିବା ପାଇଁ ଦଳ ଫଣ୍ଡିଂ ନ ଦେବାରୁ ଟିକେଟ୍ ଫେରାଇ ଦେଇଥିବା ସେ ମେଲ ଜରିଆରେ ଏଆଇସିସିକୁ ଜଣାଇଛନ୍ତି

ଆରପାରିରେ ବର୍ଷିଆନ୍ ଅଭିନେତ୍ରୀ ଝରଣା ଦାସ

0

କଟକ: ବିଶିଷ୍ଠ ଅଭିନେତ୍ରୀ ଝରଣା ଦାସଙ୍କ ପରଲୋକ ଘଟିଛି। କଟକ ଚଣ୍ଡି ରୋଡ୍ ସ୍ଥିତ ବାସଭବନରେ ଗତକାଲି ବିଳମ୍ବିତ ରାତିରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।  ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ବୟସ ହୋଇଥିଲା। ଝରଣା କିଛି ଦିନ ହେବ ଅସୁସ୍ଥ ଥିଲେ। ଗତକାଲି ବିଳମ୍ବିତ ରାତିରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡିଯାଇଥିଲା।

୧୯୪୫ରେ ଜନ୍ମଗ୍ରହଣ କରିଥିବା ଝରଣା ଓଡ଼ିଆ ସିନେମା ଜଗତରେ ସୃଷ୍ଟି କରିଥିଲେ ଏକ ସ୍ବତନ୍ତ୍ର ସ୍ଥାନ।ସେ ଏକ ଖ୍ରୀଷ୍ଟିଆନ ପରିବାରରେ ଜନ୍ମଗ୍ରହଣ କରିଥିଲେ। ସେ ଓଡ଼ିଶାର ଶାସ୍ତ୍ରୀୟ ନୃତ୍ୟର ଜଣେ ଜଣାଶୁଣା ପ୍ରଶିକ୍ଷକ ଗୁରୁ କେଲୁଚରଣ ମହାପାତ୍ରଙ୍କ ଠାରୁ ନୃତ୍ୟ ଅଧ୍ୟୟନ କରିଛନ୍ତି। ଏନେଇ ତାଙ୍କୁ ୨୦୧୬ରେ ଗୁରୁ କେଳୁଚରଣ ମହାପାତ୍ର ପାଇଛନ୍ତି। ସେ ପୁରସ୍କାର ପାଇବା ପୂର୍ବରୁ ରେଡିଓ ତଥା ଆକାଶବାଣୀରେ ମଧ୍ୟ ନିଜର କଳାର ନିଦର୍ଶନ ଦେଖାଇଛନ୍ତି।

୬୦ ଦଶକରେ ଝରଣା ଅତ୍ୟନ୍ତପ୍ରଭାବଶାଳୀ ଅଭିନେତ୍ରୀ ଥିଲେ। ତାଙ୍କୁ ଦେଖିବା ପାଇଁ ଅନେକ ଦର୍ଶକଙ୍କ ଭିଡ଼ ଜମୁଥିଲା। ଏବଂ ଶ୍ରୀ ଜଗନ୍ନାଥ, ନାରୀ, ପୂଜାଫୁଲ ଏବଂ ହିରା ନୀଲା ଭି ସିନେମାରେ ତାଙ୍କର ଅଭିନୟ ତାଙ୍କୁ ବେଶ୍‌ ଲୋକପ୍ରୀୟ କରିିଥିଲା। ଶିଶୁ କଳାକାର ସମୟରୁ ଆରମ୍ଭ ହୋଇଥିଲା ତାଙ୍କ ଅଭିନୟର ଯାତ୍ରା। ଅମଡ଼ା ବାଟ, ଅଭିନେତ୍ରୀ ଏବଂ ମଲାଜହ୍ନ ପରି ମେଲୋଡ୍ରାମାରେ ଅଭିନୟ କରିଥିଲେ ଝରଣା। ଝରଣା ଦାସଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଃଖ ପ୍ରକାଶ କରିଛନ୍ତି ଏବଂ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସଂପର୍ଣ୍ଣ ନେଇ ଘେଷେଣା କରିଛନ୍ତି।

Leave A Reply

Your email address will not be published.