ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୭ ବିଭାଗର ୧୨୯୪ ଜଣ ନବନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି
କଳାହାଣ୍ଡିର ଡେପୁଟି କଲେକ୍ଟର ଚିତ୍ତ ରଂଜନ ପିଲ୍ଲାଙ୍କୁ ଆଜି ରାଜ୍ୟ ସରକାର କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି
କରୋନା ଭଳି ଲକ୍ଷଣ ଥିଲେ ରଥଯାତ୍ରା ଯିବାକୁ ମନା, ସ୍ୱାସ୍ଥ୍ୟ ବିଭାଗ
ଲଗାତର ତୃତୀୟ ଥର ରେପୋ ରେଟ କମାଇଲା ରିଜର୍ଭ ବ୍ୟାଙ୍କ
ବର୍ଷା ପୂର୍ବରୁ ହେବ ଡ୍ରେନ୍‍ ସମସ୍ୟାର ସମାଧାନ: ନଗର ଉନ୍ନୟନ ମନ୍ତ୍ରୀ
ପରଲୋକରେ ପୂର୍ବତନ ବିଧାୟକ ମହମ୍ମଦ ରଫିକ୍‌
ଯୋଗାଣ ମନ୍ତ୍ରୀଙ୍କ ଗାଡ଼ିକୁ ମୁହାଁମୁହିଁ ଧକ୍କା ଦେଲା ଟ୍ରକ୍‌
ଅଗଷ୍ଟ ୩ରେ ନିଟ୍ ପିଜି ପରୀକ୍ଷା, ମଞ୍ଜୁରୀ ଦେଲେ ସୁପ୍ରିମକୋର୍ଟ

ଏଣିକି ଏଟିଏମ୍ରୁ ବାହାରିବ ସୁନା

0

ହାଇଦ୍ରାବାଦ; ଏଣିକି ATMରୁ କେବଳ କ୍ୟାସ୍ ନୁହେଁ, ବାହାରିବ ସୁନା । ଭାରତରେ ଖୋଲିଲା ବିଶ୍ୱର ପ୍ରଥମ ରିଅଲ ଟାଇମ୍ ଗୋଲ୍ଟ ଏଟିଏମ୍ । ଭାରତର ହାଇଦ୍ରାବାଦର ପ୍ରକାଶ ନଗର ମେଟ୍ରୋ ଷ୍ଟେସନ ବେଗମପେଟରେ ଖୋଲିଛି ଏହି ଏଟିଏମ୍ । ତେବେ ହାଇଦ୍ରାବାଦରେ ଖୋଲିଥିବା ବିଶ୍ୱର ପ୍ରଥମ ରିଅଲ ଟାଇମ୍ ଗୋଲ୍ଡ ଏଟିଏମରୁ ଆପଣମାନେ ସୁନାର ସିକ୍କା କାଢ଼ି ପାରିବେ । ଏହି ଏଟିଏମକୁ ସୁନା କ୍ରୟ-ବିକ୍ରୟ କରୁଥିବା ଗୋଲ୍ଡ ସିକ୍କା କମ୍ପାନୀ ସ୍ଥାପନ କରିଛି । ଏହି ଏଟିଏମରୁ ୦.୫ ଗ୍ରାମରୁ ଆରମ୍ଭ କରି ୧୦୦ ଗ୍ରାମ ପର୍ଯ୍ୟନ୍ତ ସିକ୍କା କାଢ଼ି ହେବ । ଡେବିଟ୍ କାର୍ଡ ଏବଂ କ୍ରେଡିଟ୍ କାର୍ଡ ବ୍ୟବହାର କରି ଏହି ATM ରୁ ସୁନା ପ୍ରତ୍ୟାହାର କରାଯାଇପାରିବ ।

ଏହି ପ୍ରୟାସରେ ଜନସାଧାରଣ ସୁନାରେ ଅଧିକ ନିବେଶ କରିବାକୁ ଆକୃଷ୍ଟ ହେବେ ବୋଲି କମ୍ପାନୀ ଲକ୍ଷ୍ୟ ରଖିଛି । ସୂଚନାନୁସାରେ, ଗୋଲ୍ଡ କଏନ୍ କମ୍ପାନୀ ଦାବି କରିଛି ଯେ ଏହା ହେଉଛି ବିଶ୍ୱର ପ୍ରଥମ ରିଅଲ୍ ଟାଇମ୍ ସୁନା ଏଟିଏମ୍ । ଏହି ଗୋଲ୍ଡ ଏଟିଏମରେ ସୁନାର ମୂଲ୍ୟ ଲାଇଭ୍ ଅପଡେଟ୍ ଜାରି ରହିବ ।

ଚଳିତ ମାସ ପହିଲାରେ ସୁନାର ମୂଲ୍ୟ ୧୦ ଗ୍ରାମ ପିଛା ପାଖାପାଖି ୫୪,୬୪୦ ଟଙ୍କାରେ ପହଞ୍ଚି ଯାଇଛି । ଏହାପରେ ସୁନାର ଚାହିଦା ବଢ଼ିବାରେ ଲାଗିଛି । ଗ୍ରାହକଙ୍କୁ ୨୪ ଘଣ୍ଟିଆ ସୁନା କିଣିବା ନେଇ ସୁବିଧା ପ୍ରଦାନ କରିବା ହେଉଛି ଏହି ଗୋଲ୍ଡ ଏଟିଏମର ଉଦ୍ଦେଶ୍ୟ । ଏହି ଏଟିଏମରୁ ଗ୍ରାହକଙ୍କୁ ଶୁଦ୍ଧ ସୁନା ମିଳିବା ସହ ସିକ୍କାଗୁଡ଼ିକ ୨୪ କ୍ୟାରେଟ ବିଶିଷ୍ଟ ହେବ । କୌଣସି ବ୍ୟକ୍ତି ୦.୫ ଗ୍ରାମରୁ କମ୍ ବା ୧୦୦ ଗ୍ରାମରୁ ଅଧିକ ସୁନା କିଣିପାରିବେ ନାହିଁ

Leave A Reply

Your email address will not be published.