ପ୍ରମୁଖ ଖବର

ଆୟଠୁ ଅଧିକ ସମ୍ପତ୍ତି ଠୁଳ କରି ମହାକାଳପଡା ତହସିଲଦାର୍‌ ଗିରଫ
୭.୬ ତୀବ୍ରତାର ଭୂମିକମ୍ପରେ ଥରିଲା ଫିଲିପାଇନ୍ସ,
ମାରିଆ କୋରିନାଙ୍କୁ ନୋବେଲ ଶାନ୍ତି ପୁରସ୍କାର
ସମୁଦ୍ରରେ ବୁଡ଼ିଲା ମାଛଧରା ଡଙ୍ଗା, ଅଳ୍ପକେ ବଞ୍ଚିଲେ ୮ ମତ୍ସ୍ୟଜୀବୀ
ଓଡିଶା ଫେରିଲେ ନବୀନ ପଟ୍ଟନାୟକ

ଏଣିକି ମହଙ୍ଗା ହେବ ଋଣ

0

ନୂଆଦିଲ୍ଲୀ; ପୁଣି ବଢିଲା ରେପୋ ରେଟ୍‌ । ଲଗାତାର ପଞ୍ଚମ ଥର ପାଇଁ ରିଜର୍ଭ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆ ଚଳିତ ବର୍ଷ ରେପୋ ରେଟ୍‌ ବୃଦ୍ଧି କରିଛି । ଲଗାତାର ତିନି ଥର ରେପୋ ରେଟ୍ ୫୦ ବେସିସ୍ ପଏଂଟ ବଢିବା ପରେ ଏଥର ୩୫ ବେସିସ୍ ପଏଂଟ ବଢାଇଛି ଭାରତୀୟ ରଜର୍ଭ ବ୍ୟାଙ୍କ । ରେପୋ ରେଟ୍ ୦.୩୫% ବୃଦ୍ଧି ହୋଇଛି । ଫଳରେ ରେପୋ ରେଟ୍‌ ୫.୯୦% ରୁ ୬.୨୫%କୁ ବୃଦ୍ଧି ପାଇଛି । ଏନେଇ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ସୂଚନା ଦେଇଛନ୍ତି ।

ଆରବିଆଇ ପକ୍ଷରୁ କୁହାଯାଇଛି କି ମୁଦ୍ରାସ୍ଫୀତିକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି । ଏମ୍‌ପିସି ବୈଠକ ପରେ ଆରବିଆଇ ଗଭର୍ଣ୍ଣର ରେପୋ ରେଟ୍ ବୃଦ୍ଧି ନେଇ ଘୋଷଣା କରିଛନ୍ତି । ଅନ୍ୟପକ୍ଷେ, ପୁଣି ରେପୋ ରେଟ୍‌ ବୃଦ୍ଧି ପରେ ଜନତାଙ୍କୁ ଝଟ୍‌କା ଲାଗିଛି । ରେପୋ ରେଟ୍ ବୃଦ୍ଧି ପରେ ମହଙ୍ଗା ହେବ ଋଣ । ୩୫ ପଏଂଟ୍ ରେପୋ ରେଟ୍ ତଥା ସୁଧ ହାର ବଢିବା ପରେ ହୋମ୍‌ ଲୋନ୍‌, ଗାଡ଼ି ଲୋନ୍‌ ସମେତ ସମସ୍ତ ପ୍ରକାରର ଋଣ ମହଙ୍ଗା ହେବ । ଏହାସହ ଏଣିକି ଅଧିକ ଇଏମଆଇ ଦେବାକୁ ମଧ୍ୟ ପଡ଼ିବ । ୩୫ ପଏଂଟ୍ ରେପୋ ରେଟ୍ ତଥା ସୁଧ ହାର ବଢିବା ପରେ ଏବେ ୬ ଦଶମିକ୍ ୨୫ ପ୍ରତିଶତ ଛୁଇଁଛି ସୁଧ ହାର । ଦେଶରେ ମୁଦ୍ରାସ୍ଫୀତି ହାରକୁ ୬% ଧାର୍ଯ୍ୟଠୁ କମ୍ କରିବା ଲକ୍ଷ୍ୟ ରହିଛି।

ସୂଚନାଯୋଗ୍ୟ, ସେପ୍ଟେମ୍ବର ମାସରେ ରିଜର୍ଭ ବ୍ୟାଙ୍କ୍‌ ରେପୋ ରେଟ୍‌ ୫୦ ବେସିସ୍‌ ପଏଣ୍ଟ୍‌ ବୃଦ୍ଧି କରି ୫.୯% କରିଥିଲା। ସେହିଭଳି, ନିୟମିତ ‘ମନିଟାରି ପଲିସି ରିଭ୍ୟୁ’ ବାହାରେ ମଧ୍ୟ ଗତ ଅଗଷ୍ଟ ମାସରେ ‘ରେପୋ ରେଟ୍‌’ ୫୦ ବେସିସ୍‌ ପଏଣ୍ଟ୍‌ ବୃଦ୍ଧି କରି ୫.୪% କରିଥିଲା।

Leave A Reply

Your email address will not be published.