ପ୍ରମୁଖ ଖବର

ମହାରାଷ୍ଟ୍ରର ପୁଣେରେ ବିଷାକ୍ତ ମଦ ପିଇ ଗତ ୨୪ ଘଣ୍ଟା ମଧ୍ୟରେ ୧୫ ଜଣଙ୍କର ମୃତ୍ୟୁ
ତେଲେଙ୍ଗାନା ହାଇକୋର୍ଟ ଆଇନଜୀବୀ ହତ୍ୟା ମାମଲାରେ କଂଗ୍ରେସ ନେତାଙ୍କ ସହ ୭ ଗିରଫ
ଆଇପିଏଲ୍ ଫାଇନାଲ୍ ପୂର୍ବରୁ ବେଙ୍ଗାଲୁରୁ ପୋଲିସର କଡ଼ା ନିର୍ଦ୍ଦେଶ
ସୁରଜିତ ନାଥ ମିତ୍ର ପଶ୍ଚିମବଙ୍ଗର ନୂଆ ଆଡଭୋକେଟ୍ ଜେନେରାଲ୍
‘ଅପରେସନ ସିନ୍ଦୂର’ ଉପରେ ସ୍ମାରକ ପୁସ୍ତକ ଉନ୍ମୋଚନ କଲେ ରାଜନାଥ ସିଂହ
ଆସନ୍ତା ୩ ଦିନ ଯାଏଁ ରାଜ୍ୟର ଅନେକ ସ୍ଥାନରେ କାଳବୈଶାଖୀ ବର୍ଷା, ପବନ ସମ୍ଭାବନା

ହାତୀ ପୋଡ଼ି ଘଟଣାରେ ବନ୍ଧା ହେଲେ ୩ ବନ କର୍ମଚାରୀ

0

ମୟୁରଭଞ୍ଜ; ମୟୂରଭଞ୍ଜ ଶିମିଳିପାଳରେ ହାତୀକୁ ପୋଡ଼ି ଦେବା ଘଟଣାରେ ହାଇକୋର୍ଟଙ୍କ ଭର୍ତ୍ସନାପରେ ନିଆଗଲା କାର୍ଯ୍ୟାନୁଷ୍ଠାନ । ନିଲମ୍ବନ ପରେ ବନ୍ଧା ହେଲେ ୩ ଜଣ ବନ କର୍ମଚାରୀ । ଗିରଫ ୩ ବନ କର୍ମଚାରୀ ହେଲେ ଜେନାବିଲ ରେଞ୍ଜ ଇନଚାର୍ଯ୍ୟ ଫରେଷ୍ଟର ଶିବଶଙ୍କର ସାମଲ, ଫରେଷ୍ଟର ଚନ୍ଦ୍ରଭାନୁ ବେହେରା ଓ ଫରେଷ୍ଟ ଗାର୍ଡ ବିନୋଦ କୁମାର ଦାସ ।

ସୂଚନା ଅନୁଯାୟୀ ଗତ ୧୦ ତାରିଖରେ ଶିମିଳିପାଳର ନଅଣା ରେଞ୍ଜରୁ ଏକ ହାତୀର ଜୀବାଶ୍ମ ଉଦ୍ଧାର ହୋଇଥିଲା। ଶିକାରୀଙ୍କ ହାତରେ ପ୍ରାଣ ହରାଇଥିବା ଏହି ଦନ୍ତାକୁ ଅଭିଯୁକ୍ତ ବନ କର୍ମଚାରୀମାନେ ପୋଡ଼ି ହାଡ଼ ଆଦିକୁ ନଦୀରେ ଭସାଇ ଦେଇଥିଲେ। ଏହା ପ୍ରାୟ ମାସେ ପୂର୍ବର ଘଟଣା ହୋଇଥିବା ବେଳେ ଗତ ୧୦ ତାରିଖରେ ଏହା ଲୋକଲୋଚନକୁ ଆସିଥିଲା। ସ୍ଥାନୀୟ ବନ କର୍ମଚାରୀଙ୍କୁ ଜେରା ପରେ ହାତୀ ମୃତ୍ୟୁ ଘଟଣା ଘଟିଥିବା ନେଇ ସୁରାକ୍ ମିଳିଥିଲା ।

କାର୍ଯ୍ୟାନୁଷ୍ଠାନ ଭୟରେ ବନ କର୍ମଚାରୀ ମୃତ ହାତୀକୁ ପୋଡ଼ିଥିବା ଜଣାପଡ଼ିଥିଲା ।ହାତୀକୁ ପୋଡ଼ିବା ପରେ ରହି ଯାଇଥିବା ଦେହାବଶେଷକୁ ନିକଟରେ ଥିବା ଏକ ଜଳ ପ୍ରପାତରେ ପକାଇଥିଲେ । ଏହି ଖବର ଜଣାପଡିବା ପରେ ୩ ଜଣ ବନ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଥିଲା । ତେବେ ଆସନ୍ତା ୨୨ ତାରିଖରେ ଏହି ମାମଲାର ପରବର୍ତ୍ତି ଶୁଣାଣି ହେବ ।

Leave A Reply

Your email address will not be published.