ପ୍ରମୁଖ ଖବର

ଜାପାନରୁ ନେତାଜୀଙ୍କ ଅସ୍ଥି ଭାରତ ଆଣିବାକୁ ଝିଅଙ୍କ ଆବେଦନ, କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନୋଟିସ୍
ବାଙ୍କୀ-ଡମପଡ଼ା ବ୍ଲକରେ BNSS ୧୬୩ ଲାଗୁ, ମେଳି ଓ ହରତାଳ ଉପରେ କଟକଣା
ଘରୋଇ ହସ୍ପିଟାଲ ଚିକିତ୍ସା ଖର୍ଚ୍ଚ କମିବ, ରୋଗୀଙ୍କ ପାଇଁ ସଂସଦୀୟ କମିଟିର ବଡ଼ ସୁପାରିସ୍
ଦୁଷ୍କର୍ମ ଅଭିଯୋଗରେ IPL କ୍ରିକେଟର ଅଭିଷେକ ପୋରେଲ ଗିରଫ
ଦୁଇ ବର୍ଷ ପରେ ଚଳଚଞ୍ଚଳ ଲୋକାୟୁକ୍ତ, ଅଧ୍ୟକ୍ଷ ଚୟନ ପାଇଁ ବସିଲା ହାଇପାୱାର କମିଟି
ଭାପୁର ଗୋଷ୍ଠୀସ୍ବାସ୍ଥ୍ୟକେନ୍ଦ୍ରରେ ଭୁଲ ଇଞ୍ଜେକ୍ସନ ନେଲା ଛାତ୍ରୀଙ୍କ ଜୀବନ, ମେଡିକାଲରେ ଉତ୍ତେଜନା
ଖଣି ଉପରେ ମନଇଚ୍ଛା ଟିକସ ଲଗାଇପାରିବେନି ରାଜ୍ୟ, କେନ୍ଦ୍ର ଆଣିଲା ନୂଆ MMDR ବିଲ୍‌
ଇରାନୀ ଧମକ ପରେ ଟ୍ରକ୍‌ରେ ଲୁଚି ତୁର୍କୀରୁ ବାହାରିଥିଲେ ଟ୍ରମ୍ପ!
ଧାନବିଲରେ କାମ ବେଳେ ବଜ୍ରାଘାତ, ୪ ମହିଳା ଶ୍ରମିକଙ୍କ ମୃତ୍ୟୁ
ଟିଏମ୍‌ସିର ୩ ବ୍ୟାଙ୍କ ଖାତା ଫ୍ରିଜ୍‌: ହସ୍ତକ୍ଷେପ କଲେନି ସୁପ୍ରିମକୋର୍ଟ

ନୂଆ ଢ଼ାଞ୍ଚାରେ ସିବିଏସି ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା

0

ନୂଆଦିଲ୍ଲୀ; ଚଳିତ ଶିକ୍ଷାବର୍ଷ ୨୦୨୨-୨୩ରୁ ସିବିଏସି ନୂଆ ପାଟର୍ଣ୍ଣରେ ପରୀକ୍ଷା କରାଇବ । ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷାରେ ଏଥର ଆରମ୍ଭ ହେବ କମ୍ପିଟେନ୍ସି ପାଟର୍ଣ୍ଣ । ଜାତୀୟ ଶିକ୍ଷା ନୀତି ୨୦୨୩ ଅନୁସାରେ, ଦଶମ ଶ୍ରେଣୀ ପରୀକ୍ଷାର ୪୦ ପ୍ରତିଶତ ଓ ଦ୍ୱାଦଶ ପରୀକ୍ଷାର ୩୦ ପ୍ରତିଶତ ପ୍ରଶ୍ନ ରହିବ କମ୍ପିଟେନ୍ସି ପାଟର୍ଣ୍ଣ । ଲୋକସଭାରେ ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ କହିଛନ୍ତି ଯେ – ନୂଆ ପଦ୍ଧତିର ପରୀକ୍ଷାରେ ରହିବ ଅବଜେକ୍ଟିଭ ପ୍ରଶ୍ନ, ଗଠନମୂଳକ, ରିଜନିଂ ଓ କେସ୍ ଆଧାରିତ ପ୍ରଶ୍ନ । ଏହି ପରୀକ୍ଷା ପଦ୍ଧତିକୁ ଉତ୍ତମ ବୋଲି କୁହାଯାଉଛି ।

ଆସନ୍ତା ଫେବୃଆରୀରୁ ସିବିଏସ୍ଇର ଦଶମ ଓ ଦ୍ୱାଦଶ ପରୀକ୍ଷା ଆରମ୍ଭ ହେବାକୁ ଥିବା ବେଳେ ପରୀକ୍ଷାର କାର୍ଯ୍ୟସୂଚୀ ଏପର୍ଯ୍ୟନ୍ତ ବାହାରି ନାହିଁ । ସେପଟେ ଉଚ୍ଚ ଶିକ୍ଷା ବିଭାଗ ପାଇଁ ଷ୍ଟାର୍ଟ ଅପ୍ ପଲିସି ଆସିବ । ଷ୍ଟାର୍ଟ ଅପ୍ ଲାଗି ଛାତ୍ରଛାତ୍ରୀଙ୍କୁ ପ୍ରସ୍ତୁତ କରାଯିବ । ଯୁକ୍ତ ତିନି ଓ ପିଜି ସ୍ତରର ଛାତ୍ରଛାତ୍ରୀଙ୍କୁ ପ୍ରିଷ୍ଟାର୍ଟ ଅପ୍ କାର୍ଯ୍ୟକ୍ରମରେ ସାମିଲ କରାଯିବ । ଏହାଦ୍ୱାରା ପିଲାମାନେ ପଢା ସାରିବା ପରେ ରୋଜଗାରକ୍ଷମ ହୋଇପାରିବେ । ପ୍ରି ଷ୍ଟାର୍ଟ ଅପ୍ ପିରିୟଡ଼ରେ ପିଲାଙ୍କ ଦ୍ୱାରା ପ୍ରସ୍ତୁତ ପ୍ରଡକ୍ଟ ଗୁଡ଼ିକୁ ବଡ କମ୍ପାନୀ ଆଗରେ ଉପସ୍ଥାପିତ କରିବ ଉଚ୍ଚ ଶିକ୍ଷା ବିଭାଗ।

Leave A Reply

Your email address will not be published.