ପ୍ରମୁଖ ଖବର

୧୯ ତାରିଖରୁ ଆରମ୍ଭ ହେବ ହବିଷ୍ୟାଳୀ ପଞ୍ଜିକରଣ
ମୟୁରଭଞ୍ଜ: ୩୧ ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ଶିକ୍ଷୟିତ୍ରୀ ନିଲମ୍ବିତ
ଗୁମା ଘାଟି ନିକଟରେ ତଳକୁ ଖସିଲା ବସ୍, ୮ ଯାତ୍ରୀ ଆହତ
ଶୁଭାରମ୍ଭ ହେଲା ସୁଭଦ୍ରା ଅଭିଯୋଗ ସମାଧାନ ମଡ୍ୟୁଲ
ନେପାଳରୁ ଯାଜପୁର ଫେରିଲେ ଓଡ଼ିଆ ପର୍ଯ୍ୟଟକ
ପୋଲିସ ଏନକାଉଣ୍ଟରରେ କୁଖ୍ୟାତ ମାଓବାଦୀ ନିହତ

ପୁଣି ବଢ଼ିଲା ସିଏନଜି ମୂଲ୍ୟ

0

ନୂଆଦିଲ୍ଲୀ; ନୂଆବର୍ଷ ପୂର୍ବରୁ ଦିଲ୍ଲୀବାସୀଙ୍କୁ ମହଙ୍ଗା ମାଡ଼ । ଦିଲ୍ଲୀ-ଏନସିଆରରେ ପୁଣି ବଢ଼ିଲା ସିଏନଜି ମୂଲ୍ୟ । ଶନିବାର ସକାଳ ୬ଟାରୁ ଲାଗୁ ହୋଇଛି ଏହି ନୂଆ ଦର । ଆଇଜିଏଲ୍ ଦିଲ୍ଲୀରେ ସିଏନଜି ମୂଲ୍ୟ ୭୮.୬୧ରୁ କିଲୋପ୍ରତି ୭୯.୫୬ ଟଙ୍କାକୁ ବୃଦ୍ଧି କରିଛି । ନୋଏଡା, ଗ୍ରେଟର ନୋଏଡା ଏବଂ ଗାଜିଆବାଦରେ ଏହାର ମୂଲ୍ୟ କିଲୋଗ୍ରାମ ପିଛା ୮୧.୧୭ରୁ ୮୨.୧୨ ଟଙ୍କାକୁ ବୃଦ୍ଧି କରାଯାଇଛି । ଗୁରୁଗ୍ରାମରେ ସିଏନଜି ମୂଲ୍ୟ ବର୍ତ୍ତମାନ କେଜି ପ୍ରତି ୮୭.୮୯ ଟଙ୍କା ଛୁଇଁଛି ।

ତେବେ ସିଏନଜି ବୃଦ୍ଧି ପରେ ଏହାର ସିଧାସଳଖ ପ୍ରଭାବ ଲୋକମାନଙ୍କ ଉପରେ ପଡ଼ିବ । କାରଣ ଲୋକଙ୍କୁ ଯାତାୟତରେ ସୁବିଧା ଯୋଗାଇ ଦେଉଥିବା ଓଲା ଏବଂ ଓବେର ସଂସ୍ଥାମାନେ ସେମାନଙ୍କ ଭଡ଼ାରେ ପରିବର୍ତ୍ତନ କରିବେ । ଉଭୟ ସଂସ୍ଥାର ଅଟୋ ଓ ବାଇମାନଙ୍କରେ ଭଡ଼ା ବୃଦ୍ଧି ହୋଇପାରେ। ଅକ୍ଟୋବରରେ ଦୀପାବଳି ପୂର୍ବରୁ ସିଏନଜିର ମୂଲ୍ୟ ବୃଦ୍ଧି କରାଯାଇଥିଲା। ସେତେବେଳେ ସିଏନଜି କିଲୋଗ୍ରାମ ପିଛା ୬ ଟଙ୍କା ବୃଦ୍ଧି ହୋଇଥିବା ବେଳେ ପାଇପ୍ ଯୋଗେ ଆସୁଥିବା ରନ୍ଧନ ଗ୍ୟାସ୍ ପିଏନଜିର ମୂଲ୍ୟ ୟୁନିଟ୍ ପିଛା ୪ ଟଙ୍କା ବୃଦ୍ଧି ହୋଇଥିଲା।

ଏହା ପୂର୍ବରୁ ଆକ୍ଟୋବର ୮ତାରିଖରେ ସିଏନଜି ଦରରେ ପରିବର୍ତ୍ତନ ଘଟିଥିଲା । ଆଇଜିଏଲ ଅନୁସାରେ ୨୦୨୨ ଅକ୍ଟୋବର ୮ତାରିଖରେ ସିଏନଜି ପିଛା ୩ଟଙ୍କା ବୃଦ୍ଧି ଘଟିଥିଲା । ଏହାପରେ ସିଏନଜି ଦର ୭୫.୬୧ ଟଙ୍କାରୁ ୭୮.୬୧ ଟଙ୍କାରେ ପହଁଚିଥିଲା ।

Leave A Reply

Your email address will not be published.