ପ୍ରମୁଖ ଖବର

ବିମାନରେ ପାୱାର ବ୍ୟାଙ୍କ ନେବା ମନା
ବିନା ଅନୁମୋଦନରେ ୟୁନିଟ୍ ନିର୍ମାଣ, ପାରାଦୀପ ଆଇଓସିଏଲ୍‌କୁ ସରକାରଙ୍କ ନୋଟିସ୍
ରେଳ କର୍ମଚାରୀଙ୍କୁ ୧୭,୯୫୧ ଟଙ୍କା ବୋନସ୍‌, କ୍ୟାବିନେଟ୍‌ର ମଞ୍ଜୁରି
୨୦୨୯ରେ ବିରୋଧୀଙ୍କ ପରାଜୟ ସୁନିଶ୍ଚିତ: ଅମିତ ଶାହା
ମମତା ବାନାର୍ଜୀଙ୍କୁ ଛୁରିରେ ଆକ୍ରମଣ ଉଦ୍ୟମ, ମହିଳା ଅଟକ
ବୋମା ଧମକ ପରେ ଜୟପୁରରେ ଏୟାର ଇଣ୍ଡିଆ ବିମାନର ଜରୁରୀ ଅବତରଣ
ବିହାରରେ ଡଙ୍ଗା ବୁଡ଼ି ଚାଲିଗଲା ୧୧ ଜୀବନ

ପୁଣି ବଢ଼ିଲା ସିଏନଜି ମୂଲ୍ୟ

0

ନୂଆଦିଲ୍ଲୀ; ନୂଆବର୍ଷ ପୂର୍ବରୁ ଦିଲ୍ଲୀବାସୀଙ୍କୁ ମହଙ୍ଗା ମାଡ଼ । ଦିଲ୍ଲୀ-ଏନସିଆରରେ ପୁଣି ବଢ଼ିଲା ସିଏନଜି ମୂଲ୍ୟ । ଶନିବାର ସକାଳ ୬ଟାରୁ ଲାଗୁ ହୋଇଛି ଏହି ନୂଆ ଦର । ଆଇଜିଏଲ୍ ଦିଲ୍ଲୀରେ ସିଏନଜି ମୂଲ୍ୟ ୭୮.୬୧ରୁ କିଲୋପ୍ରତି ୭୯.୫୬ ଟଙ୍କାକୁ ବୃଦ୍ଧି କରିଛି । ନୋଏଡା, ଗ୍ରେଟର ନୋଏଡା ଏବଂ ଗାଜିଆବାଦରେ ଏହାର ମୂଲ୍ୟ କିଲୋଗ୍ରାମ ପିଛା ୮୧.୧୭ରୁ ୮୨.୧୨ ଟଙ୍କାକୁ ବୃଦ୍ଧି କରାଯାଇଛି । ଗୁରୁଗ୍ରାମରେ ସିଏନଜି ମୂଲ୍ୟ ବର୍ତ୍ତମାନ କେଜି ପ୍ରତି ୮୭.୮୯ ଟଙ୍କା ଛୁଇଁଛି ।

ତେବେ ସିଏନଜି ବୃଦ୍ଧି ପରେ ଏହାର ସିଧାସଳଖ ପ୍ରଭାବ ଲୋକମାନଙ୍କ ଉପରେ ପଡ଼ିବ । କାରଣ ଲୋକଙ୍କୁ ଯାତାୟତରେ ସୁବିଧା ଯୋଗାଇ ଦେଉଥିବା ଓଲା ଏବଂ ଓବେର ସଂସ୍ଥାମାନେ ସେମାନଙ୍କ ଭଡ଼ାରେ ପରିବର୍ତ୍ତନ କରିବେ । ଉଭୟ ସଂସ୍ଥାର ଅଟୋ ଓ ବାଇମାନଙ୍କରେ ଭଡ଼ା ବୃଦ୍ଧି ହୋଇପାରେ। ଅକ୍ଟୋବରରେ ଦୀପାବଳି ପୂର୍ବରୁ ସିଏନଜିର ମୂଲ୍ୟ ବୃଦ୍ଧି କରାଯାଇଥିଲା। ସେତେବେଳେ ସିଏନଜି କିଲୋଗ୍ରାମ ପିଛା ୬ ଟଙ୍କା ବୃଦ୍ଧି ହୋଇଥିବା ବେଳେ ପାଇପ୍ ଯୋଗେ ଆସୁଥିବା ରନ୍ଧନ ଗ୍ୟାସ୍ ପିଏନଜିର ମୂଲ୍ୟ ୟୁନିଟ୍ ପିଛା ୪ ଟଙ୍କା ବୃଦ୍ଧି ହୋଇଥିଲା।

ଏହା ପୂର୍ବରୁ ଆକ୍ଟୋବର ୮ତାରିଖରେ ସିଏନଜି ଦରରେ ପରିବର୍ତ୍ତନ ଘଟିଥିଲା । ଆଇଜିଏଲ ଅନୁସାରେ ୨୦୨୨ ଅକ୍ଟୋବର ୮ତାରିଖରେ ସିଏନଜି ପିଛା ୩ଟଙ୍କା ବୃଦ୍ଧି ଘଟିଥିଲା । ଏହାପରେ ସିଏନଜି ଦର ୭୫.୬୧ ଟଙ୍କାରୁ ୭୮.୬୧ ଟଙ୍କାରେ ପହଁଚିଥିଲା ।

Leave A Reply

Your email address will not be published.