ପ୍ରମୁଖ ଖବର

ବିମାନରେ ପାୱାର ବ୍ୟାଙ୍କ ନେବା ମନା
ବିନା ଅନୁମୋଦନରେ ୟୁନିଟ୍ ନିର୍ମାଣ, ପାରାଦୀପ ଆଇଓସିଏଲ୍‌କୁ ସରକାରଙ୍କ ନୋଟିସ୍
ରେଳ କର୍ମଚାରୀଙ୍କୁ ୧୭,୯୫୧ ଟଙ୍କା ବୋନସ୍‌, କ୍ୟାବିନେଟ୍‌ର ମଞ୍ଜୁରି
୨୦୨୯ରେ ବିରୋଧୀଙ୍କ ପରାଜୟ ସୁନିଶ୍ଚିତ: ଅମିତ ଶାହା
ମମତା ବାନାର୍ଜୀଙ୍କୁ ଛୁରିରେ ଆକ୍ରମଣ ଉଦ୍ୟମ, ମହିଳା ଅଟକ
ବୋମା ଧମକ ପରେ ଜୟପୁରରେ ଏୟାର ଇଣ୍ଡିଆ ବିମାନର ଜରୁରୀ ଅବତରଣ
ବିହାରରେ ଡଙ୍ଗା ବୁଡ଼ି ଚାଲିଗଲା ୧୧ ଜୀବନ

ଭିଜିଲାନ୍ସ ଜାଲରେ ସରକାରୀ ବାବୁ

0

ଭୁବନେଶ୍ବର; ପୁଣି ଭିଜିଲାନ୍ସ କବ୍ଜାରେ ଆଉ ଜଣେ ସରକାରୀ ବାବୁ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଇଡକଲ ଆମ୍ପା ଭାଲି ଲାଇମ ଷ୍ଟୋନ୍ ମାଇନ୍ସର ଡେପୁଟି ମ୍ୟାନେଜର ଗୟା ସାଆନ୍ତରାଙ୍କ ଘରେ ରେଡ୍ କରିଛି ଭିଜିଲାନ୍ସ । ଗୟା ସାଆନ୍ତରାଙ୍କ ଘର ଓ ଅଫିସ ସମେତ ୭ଟି ସ୍ଥାନରେ ରେଡ୍ ଚାଲିଛି ।

ଭୁବନେଶ୍ବରର ୩ଟି ସ୍ଥାନ ଯଥା- ମଞ୍ଚେଶ୍ବର ସେକ୍ଟର-A , ଜୋନ୍ Dରେ ଥିବା ୩ ମହଲା ବିଲଡ଼ିଂର ପ୍ଲଟ୍‌ ନମ୍ବର ୬୩, ସମାନ ଅଞ୍ଚଳରେ ଥିବା ଗ୍ଲୋବାଲ ଇଞ୍ଜିନିୟର୍ସର ବ୍ୟବସାୟୀକ ଅଞ୍ଚଳ, ଜୟଦେବ ବିହାରରେ ନିର୍ମାଣାଧିକ ୪ମହଲା କୋଠାରେ ଚାଲିଛି ରେଡ୍ । , ସେହିପରି କୋରାପୁଟର ୨ଟି, ନୟାଗଡ଼ ଓ ରାୟଗଡ଼ାରେ ଭିଜିଲାନ୍ସ ଛାନଭିନ୍ କରୁଛି ।

ସେହିପରି କୋରାପୁଟ ସୁଙ୍କି ଗେଟ୍ ନିକଟରେ ଥିବା ଭଡ଼ା ଘର, ସିମାଗୋଡ଼ା ଆମ୍ପା ଭାଲିରେ ଥିବା ଅଫିସ ଚାମ୍ବରରେ ରେଡ୍ ଚାଲିଛି । ନୟାଗଡ଼ ଓଡ଼ଗାଁରେ ଥିବା ପୈତୃକ ଘର ଓ ରାୟଗଡ଼ା ମୁନିଗୁଡ଼ାରେ ଥିବା ଶ୍ବଶୁର ଘରେ ମଧ୍ୟ ଚାଲିଛି ଭିଜିଲାନ୍ସ ଛାପା । ତେବେ ରେଡ୍‌ରେ ୭ଡିଏସପି, ୪ ଇନସ୍ପେକ୍ଟର, ଜଣେ ସବ ଇନସ୍ପେକ୍ଟରଓ ୭ ଏଏସଆଇ ସାମିଲ ଅଛନ୍ତି

Leave A Reply

Your email address will not be published.