ପ୍ରମୁଖ ଖବର

ଆଇଇଡି ବୋମା ବିସ୍ଫୋରଣରେ ଯବାନ ଶହୀଦ, ଦୁଇ ଗୁରୁତର
ଓଲଟିଲା ଯାତ୍ରୀବାହୀ ବସ୍‌ : କଣ୍ଡକ୍ଟର ମୃତ, ୧୫ ଆହତ
ବିଜେପିରେ ମିଶିଲେ ଜୟ ଢୋଲକିଆ
ଓଡ଼ିଶାରେ ବଡ ମାଛ ମାର୍କେଟ ସହ ଧନ-ଧାନ୍ୟ କୃଷି ଯୋଜନା ଶୁଭାରମ୍ଭ କଲେ ମୋଦି

ଓସ୍କାର ରେସରେ ‘କନ୍ତାରା’

0

ବଡ ବଡ ଫିଲ୍ମକୁ ପଛରେ ପକାଇ ଥିବା ସାଉଥର ସ୍ବଳ୍ପ ବଜେଟ୍ ଫିଲ୍ମ ‘କନ୍ତାରା’ ଏବେ ଆଉ ଏକ ରେକର୍ଡ ମୁହାଁ ହୋଇଛି । ଓସ୍କାର ରେସରେ ସାମିଲ ହେବାକୁ ଯାଉଛି ଚଳିତ ବର୍ଷର ସବୁଠାରୁ ବଡ ବ୍ଲକବଷ୍ଟର ହିଟ୍ ଫିଲ୍ମ ‘କନ୍ତାରା’ । ନିଆରା କାହାଣୀ ଓ ବକ୍ସ ଅଫିସରେ ଦମଦାର ବ୍ୟବସାୟ କରି ପ୍ରତ୍ୟେକ କୋଣଅନୁକୋଶରୁ ଦର୍ଶକଙ୍କୁ ପ୍ରଭାବିତ କରିବା ପରେ ଏହି ଫିଲ୍ମ ଏବେ ଓସ୍କାର-୨୦୨୧ ଉପରେ ନଜର ପକାଇଛି । ଏନେଇ କନ୍ତାରା ଫିଲ୍ମର ନିର୍ମାତା ତଥା ଅଭିନେତା ରିଷଭ ଶେଟ୍ଟୀ ସୂଚନା ଦେଇଛନ୍ତି । ଏହି ଫିଲ୍ମକୁ ଓସ୍କାର ନମିନେସନ ପାଇଁ ପଠାଯାଇଛି ।

ଆର୍‌ଆର୍‌ଆର୍ ପରେ ଭାରତୀୟ ସିନେମା ତରଫରୁ କନ୍ତାରା ସବୁଠୁ ବଡ ପୁରସ୍କାର ଦ ଏକାଡେମୀ ଆୱାର୍ଡରେ ନିଜର ଭାଗ୍ୟ ପରୀକ୍ଷା କରିବ। ଫିଲ୍ମକୁ ନିଶ୍ଚିତ ପୁରସ୍କାର ମିଳିବ ବୋଲି ନିର୍ମାତା ଆଶା ରଖିଛନ୍ତି। ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିରେ ‘କନ୍ତାରା’ ଏକ ବଡ ହିଟ୍ ଫିଲ୍ମ ପ୍ରମାଣିତ ହୋଇଛି । ଏହା ବାହୁବଳି, କେଜିଏଫ୍‌, ଆର୍‌ଆର୍‌ଆର୍ ଓ ପୁଷ୍ପା ଭଳି ହିଟ୍ ଫିଲ୍ମ ଲିଗ୍ କ୍ଲବ୍‌ରେ ସାମିଲ ହୋଇଯାଇଛି । ଏହି ଫିଲ୍ମ ପ୍ରତିଟି କୋଣରେ ପହଞ୍ଚି ଦର୍ଶକଙ୍କୁ ପ୍ରଭାବିତ କରିଛି। କେବଳ ଦର୍ଶକ ନୁହନ୍ତି ବହୁ ସେଲିବ୍ରିଟି, କ୍ରିକେଟର ଓ ରାଜନେତାମାନେ ମଧ୍ୟ ଏହି ଫିଲ୍ମକୁ ନେଇ ପ୍ରଶଂସା କରିଛନ୍ତି ।

Leave A Reply

Your email address will not be published.