ପ୍ରମୁଖ ଖବର

ହର୍ମୁଜ ପ୍ରଣାଳୀକୁ ପୁନଃ ଖୋଲିବା ପାଇଁ ମିଶିଲେ ୩୫ ରାଷ୍ଟ୍ର
ଉଲ୍ଲେଖନୀୟ ସେବା ପାଇଁ ୭୮ ଜଣ ପୋଲିସ କର୍ମଚାରୀଙ୍କୁ ଡିଜିପି ପଦକ
ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ କାର୍ଯ୍ୟକ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ଏହି ପଦକ ପ୍ରଦାନ କରିଥିଲେ
ଆରମ୍ଭ ହେଲା ଡିଜିଟାଲ ଜନଗଣନା ୨୦୨୭
ଭୁବନେଶ୍ୱରରେ ଆରମ୍ଭ ହେଲା ଭିସା ସେବା କେନ୍ଦ୍ର
ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ୍ ପାରିତ
ଆଜି ଉତ୍କଳ ଦିବସ: ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

କରୋନା ମୁକାବିଲା ପାଇଁ ଦେଶ କେତେ ପ୍ରସ୍ତୁତ ?

0

ନୂଆଦିଲ୍ଲୀ; ବିଦେଶରେ ହୁ ହୁ ହୋଇ ବଢୁଛି କରୋନା ସଂକ୍ରମଣ । ଏହାକୁ ନେଇ ସତର୍କ ହେଲାଣି ଭାରତ । କରୋନା ମୁକାବିଲା ପାଇଁ ଦେଶ କେତେ ପ୍ରସ୍ତୁତ, ତାହା ପରିଖିବାକୁ ଆଜି ଦେଶବ୍ୟାପୀ ହୋଇଛି ମକଡ୍ରିଲ୍ । ଏହି ମକଡ୍ରିଲରେ ହସ୍ପିଟାଲ ଓ ମେଡିକାଲ କଲେଜ ଗୁଡ଼ିକରେ କରୋନା ମୁକାବିଲା ପାଇଁ ଆଇସୋଲେସନ୍ ବେଡ୍, ଆଇସିୟୁ, ଅକ୍ସିଜେନ୍, ଟେଷ୍ଟିଂ କିଟ୍, ଔଷଧ, ଭେଣ୍ଟିଲେଟରର ତଥ୍ୟ ଦେଇଛନ୍ତି ଜିଲ୍ଲା ପ୍ରଶାସନ । ଏସବୁ ତଥ୍ୟ କେନ୍ଦ୍ର ସରକାରଙ୍କ କୋଭିଡ୍ ପୋର୍ଟାଲରେ ଅପଲୋଡ୍ ହୋଇଛି । ଯଦି ସଂକ୍ରମଣ ବଢ଼େ, ତାହେଲେ ସମ୍ଭାବ୍ୟ ସ୍ଥିତିର କିଭଳି ମୁକାବିଲା କରାଯିବ, ଏନେଇ ଏଥିରେ ଆକଳନ କରାଯିବ ।

ସେପଟେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ କହି ସାରିଛନ୍ତି, ଚୀନ୍, ଜାପାନ, ଦକ୍ଷିଣ କୋରିଆ, ହଂକଂ ଓ ଥାଇଲାଣ୍ଡରୁ ଆସୁଥିବା ଯାତ୍ରୀମାନଙ୍କ ଆରଟିପିସିଆର ଟେଷ୍ଟ ବାଧ୍ୟତାମୂଳକ । ଅନ୍ୟପଟେ ବୁଷ୍ଟର ଡୋଜ୍ ଉପରେ ଗୁରୁତ୍ୱ ଦିଆଯାଉଛି । ମାସ୍କ ପିନ୍ଧିବା, ଭିଡ ସ୍ଥାନରୁ ଦୂରେଇ ରହିବା, ସାମାଜିକ ଦୂରତା ରକ୍ଷା କରିବା ଭଳି ସତର୍କତା ପାଳନ ପାଇଁ ଜନସାଧାରଣଙ୍କୁ ପରାମର୍ଶ ଦିଆଯାଉଛି।

ଏପଟେ କରୋନାକୁ ନେଇ ରାଜ୍ୟରେ ମଧ୍ୟ ଚିନ୍ତା ବଢିଛି । ଏନେଇ ରାଜ୍ୟରେ ଆଜି ଅପରାହ୍ଣରେ କୋଭିଡ୍ ସ୍ଥିତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସ୍ବାସ୍ଥ୍ୟ ମନ୍ତ୍ରୀ, ସ୍ବାସ୍ଥ୍ୟ ସଚିବ ଓ ସ୍ବାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଜିଲ୍ଲାସ୍ତରରେ କୋଭିଡ୍ ମୁକାବିଲା ପ୍ରସ୍ତୁତିର ତଦାରଖ କରାଯାଇଛି। ରାଜ୍ୟରେ ବୁଷ୍ଟର ଡୋଜ୍ ଟୀକା ଯୋଗାଇ ଦେବାକୁ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଛି ରାଜ୍ୟ ।

ସ୍ବାସ୍ଥ୍ୟ ବିଭାଗ କହିଛି ଯେ, ଯେତେ ଶୀଘ୍ର କେନ୍ଦ୍ର ଟୀକା ଦେବ, ସେତେ ଶୀଘ୍ର ରାଜ୍ୟରେ ବୁଷ୍ଟର ଡୋଜ୍ ଟିକାକରଣ ତ୍ୱରାନ୍ବିତ କରାଯିବ । ଅନ୍ୟପଟେ କୋଭିଡ ମୁକାବିଲା ମକଡ୍ରିଲର ଅନୁଧାନ ପାଇଁ କଟକ ବଡ଼ ମେଡିକାଲରେ ବ୍ୟବସ୍ଥା କରାଯାଇଛି। SCB ପରିସରରେ ଥିବା କୋଭିଡ ହସ୍ପିଟାଲକୁ ପ୍ରସ୍ତୁତ କରାଯାଉଛି। ପ୍ରଥମ ପର୍ଯ୍ୟାୟରେ ମୋଟ ୨୦ଟି ବେଡ୍ ବିଶିଷ୍ଟ ଓ୍ବାର୍ଡ ସହିତ ଆଇସିୟୁ ବେଡ ମଧ୍ୟ ରହିବ। କୋଭିଡ ଓ୍ୱାର୍ଡ଼ର ପରିଚାଳନା ପାଇଁ ଏସସିବି ପଲ୍ୟୁମନାରୀ ବିଭାଗର ବିଭାଗୀୟ ମୁଖ୍ୟଙ୍କୁ ଦାୟିତ୍ୱ ଦିଆଯାଇଛି। ତାଙ୍କୁ ସହଯୋଗ କରିବା ପାଇଁ ଜଣେ ଡାକ୍ତରଙ୍କୁ ନୋଡାଲ ଅଫିସର ଭାବେ ନିୟୋଜିତ କରାଯାଇଛି।

କେନ୍ଦ୍ର ସରକାରଙ୍କ ପକ୍ଷରୁ ମକଡ୍ରିଲ ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଆଜି କ୍ୟାପିଟାଲ ହସ୍ପିଟାଲରେ କୋଭିଡ ମକଡ୍ରିଲ କରାଯାଇଛି। ଏନେଇ କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁ କହିଛନ୍ତି ଯେ, କେନ୍ଦ୍ରର ନିର୍ଦ୍ଦେଶ ଅନୁଯାୟୀ ଜାତୀୟ ପୋର୍ଟାଲରେ ଆମେ ଆମର ପ୍ରସ୍ତୁତି ନେଇ ସମସ୍ତ ତଥ୍ୟ ଅପଲୋଡ କରିଛୁ।

କ୍ୟାପିଟାଲ ହସପିଟାଲ ଏକ କୋଭିଡ ହସ୍ପିଟାଲ୍ ନୁହେଁ। ମୁଖ୍ୟତଃ ଏଠି କରୋନା ପରୀକ୍ଷା କରାଯାଏ। ଏଇଠୁ କରେନା ରୋଗୀଙ୍କୁ ବିଭିନ୍ନ ହସ୍ପିଟାଲକୁ ପଠାଯାଇଥାଏ। ପରିସ୍ଥିତିକୁ ଦେଖି ଏଠାରେ କରୋନା ରୋଗୀଙ୍କ ପାଇଁ ୧୦ଟି ଆଇସୋଲେଶନ ବେଡ୍ ପ୍ରସ୍ତୁତ ରହିଛି। ବର୍ତ୍ତମାନ ଦିନକୁ ମାତ୍ର ୨୦ ରୁ ୨୫ କୋଭିଡ ଟେଷ୍ଟ କରାଯାଉଛି। ଅଧିକ ଆବଶ୍ୟକ ପଡ଼ିଲେ ଆମେ ପରୀକ୍ଷା ସଂଖ୍ୟା ବଢ଼ାଇବୁ। ତେଣୁ ଏଥିପାଇଁ ଟେଷ୍ଟ କିଟର ଆବଶ୍ୟକତା ବଢ଼ିବା ସହ କୋଭିଡ ସୁପରିଚାଳନା ପାଇଁ ଅଧିକ ମ୍ୟାନ ପାୱାରର ଆବଶ୍ୟକତା ମଧ୍ୟ ରହିବ ବୋଲି କହିଛନ୍ତି କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ।

Leave A Reply

Your email address will not be published.