ପ୍ରମୁଖ ଖବର

ବିମାନରେ ପାୱାର ବ୍ୟାଙ୍କ ନେବା ମନା
ବିନା ଅନୁମୋଦନରେ ୟୁନିଟ୍ ନିର୍ମାଣ, ପାରାଦୀପ ଆଇଓସିଏଲ୍‌କୁ ସରକାରଙ୍କ ନୋଟିସ୍
ରେଳ କର୍ମଚାରୀଙ୍କୁ ୧୭,୯୫୧ ଟଙ୍କା ବୋନସ୍‌, କ୍ୟାବିନେଟ୍‌ର ମଞ୍ଜୁରି
୨୦୨୯ରେ ବିରୋଧୀଙ୍କ ପରାଜୟ ସୁନିଶ୍ଚିତ: ଅମିତ ଶାହା
ମମତା ବାନାର୍ଜୀଙ୍କୁ ଛୁରିରେ ଆକ୍ରମଣ ଉଦ୍ୟମ, ମହିଳା ଅଟକ
ବୋମା ଧମକ ପରେ ଜୟପୁରରେ ଏୟାର ଇଣ୍ଡିଆ ବିମାନର ଜରୁରୀ ଅବତରଣ
ବିହାରରେ ଡଙ୍ଗା ବୁଡ଼ି ଚାଲିଗଲା ୧୧ ଜୀବନ

ବୁଷ୍ଟର ଡୋଜ ନେଇଥିବା ବ୍ୟକ୍ତିମାନଙ୍କୁ ନାଜାଲ ଭାକ୍ସିନ ମନା

0

ନୂଆଦିଲ୍ଲୀ: ମହାମାରୀ କରୋନା ସଂକ୍ରମଣ ପୁଣି ବଢ଼ିବାରେ ଲାଗିଲାଣି। ଭାରତରେ ନାଜାଲ ଟିକା ବା ନାକରେ ପଡ଼ି ପାରୁଥିବା ଟିକାର ପ୍ରଚଳନ କରାଯାଇଛି। କୋୱିନ ଆପ୍‌ ଜରିଆରେ ପଞ୍ଜୀକରଣ କରି ଜଣେ ପ୍ରାପ୍ତ ବୟସ୍କ ଏହି ଟିକାକୁ ନେଇ ପାରିବେ। କିନ୍ତୁ କରୋନା ବିରୋଧରେ ବୁଷ୍ଟର ବା ତୃତୀୟ ଡୋଜ୍‌ ନେଇ ସାରିଥିବା ଲୋକମାନେ ନାଜାଲ ଟିକାକୁ ବ୍ୟବହାର କରିପାରିବେ ନାହିଁ।

ସୂଚନାଯୋଗ୍ୟ; ବୁଷ୍ଟର ଡୋଜ କିମ୍ବା ଆଗୁଆ ସତର୍କତାମୂଳକ ଡୋଜ ନେଇଥିବା ବ୍ୟକ୍ତିମାନେ ନେଇପାରିବେ ନାହିଁ ନାଜାଲ ଭାକ୍ସିନ । ଏନେଇ ସୂଚନା ଦେଇଛନ୍ତି ଭାକ୍ସିନ ଟାସ୍କଫୋର୍ସ ମୁଖ୍ୟ ଡାକ୍ତର ଏନକେ ଅରୋରା। ନାଜାଲ ଟିକାକୁ କରୋନା ବିରୋଧରେ ପ୍ରଥମ ବୁଷ୍ଟର ଭାବେ ବ୍ୟବହାର କରିବାକୁ ଅନୁମତି ମିଳିଛି। ଉଦାହରଣ ସ୍ୱରୂପ, ଯଦି ଜଣେ ବ୍ୟକ୍ତି ବୁଷ୍ଟର ଡୋଜ୍‌ ନେଇ ସାରିଛନ୍ତି, ତା’ହେଲେ ସେ ନାଜାଲ ଟିକା ନେଇ ପାରିବେ ନାହିଁ। ଯେଉଁମାନେ ବୁଷ୍ଟର ଡୋଜ୍‌ ନେଇ ନାହାନ୍ତି, ସେମାନଙ୍କ ପାଇଁ ନାଜାଲ ଟିକାର ବ୍ୟବସ୍ଥା ହୋଇଛି। ଏହି କାର୍ଯ୍ୟକ୍ରମ ଜରିଆରେ କୋ ୱିନ ଆପ୍‌ରେ ୪ର୍ଥ ଡୋଜ୍‌ ପାଇଁ ମଧ୍ୟ ପଞ୍ଜୀକରଣ ପାଇଁ ଅନୁମତି ମିଳିବ ନାହିଁ।

୧୮ ବର୍ଷରୁ ଅଧିକ ବୟସ୍କମାନେ ନାଜାଲ ଟିକା ନେଇପାରିବେ। ଏହା ଅତ୍ୟନ୍ତ ସହଜ। ୨ଟି ଯାକ ନାକ ପୁଡ଼ାରେ ୪ ଡ୍ରପ୍‌ ଲେଖାଏ ମୋଟ ୦.୫ ଏମଏଲର ଟିକା ନେବାକୁ ହେବ। ଏହାର ପାର୍ଶ୍ୱପ୍ରତିକ୍ରିୟା ମଧ୍ୟ ନାହିଁ। ନାକରେ କିଛି ସମୟ ପାଇଁ ବ୍ଲକେଜ ଆସିପାରେ। କିନ୍ତୁ ଏହା ଅତ୍ୟନ୍ତ ସୁରକ୍ଷିତ ଟିକା ବୋଲି ପରୀକ୍ଷାରୁ ଜଣାପଡ଼ିଛି। ନର୍ଥ ଆମେରିକା ଓ ୟୁରୋପରେ ଲୋକମାନେ ୫ଟି ଡୋଜ୍‌ ନେଇଥିଲେ ମଧ୍ୟ କରୋନାରେ ଆକ୍ରାନ୍ତ ହେଉଛନ୍ତି। ତେଣୁ ଆଗକୁ ଆଉ ବୁଷ୍ଟର ଡୋଜ ନେବାକୁ ପଡ଼ିବ କି ନାହିଁ, ତା’ର ନିଷ୍ପତ୍ତି ହୋଇ ନଥିବା ଡାକ୍ତର ଅରୋରା କହିଛନ୍ତି।

Leave A Reply

Your email address will not be published.