ପ୍ରମୁଖ ଖବର

ସ୍ବର୍ଗତଃ ମନ୍ତ୍ରୀ ନବ ଦାସଙ୍କ ପୁଅ ବିଶାଳ ଦାସଙ୍କୁ ପଚରାଉଚରା ସୂଚନା। ଆୟକର ବିଭାଗର ପଚରାଉଚରା ସୂଚନା। ପ୍ରାୟ ୪ ଘଣ୍ଟା ଧରି ପଚରାଉଚରା କରାଯାଇଥିବା ପ୍ରାଥମିକ ସୂଚନା
।ବିଜେପିରୁ ବରିଷ୍ଠ ନେତା ବିଜୟ ମହାପାତ୍ର ବହିଷ୍କୃତ, ଦଳ ବିରୋଧୀ କାର୍ଯ୍ୟ ଓ ଅନୁଶାସନ ଭଙ୍ଗ ଅଭିଯୋଗରେ ବହିଷ୍କୃତ
ବିଜେଡି କର୍ମୀଙ୍କ ଆକ୍ରମଣ ବିଜେପି କର୍ମୀଙ୍କ ମୃତ୍ୟୁ, ୩ ଜଣ ଗୁରୁତର ଆହତ
ସ୍ଥିତି ଅଣାୟତ୍ତ ହେଉଥିବା ଦେଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ୧୪୪ ଧାରି ଜାରି, ଗଞ୍ଜାମ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି
ପୁରୀରେ ସଫେଇ କର୍ମଚାରୀଙ୍କ ଉପରେ ବୋମା ମାଡ଼, ଘଟଣାରେ ଦୁଇ ଜଣ ସଫେଇ କର୍ମଚାରୀ ଆହତ

ଭିତରକନିକାରେ ଆରମ୍ଭ ହେଲା ପକ୍ଷୀ ଗଣନା

0

ରାଜନଗର; ଭିତରକନିକା ଜାତୀୟ ଉଦ୍ୟାନରେ ଆରମ୍ଭ ହେଲା ପକ୍ଷୀ ଗଣନା । ଏଥିରେ ମୋଟ ୧୭ ଟି ଟିମ୍ ସାମିଲ ହୋଇଛନ୍ତି । ପ୍ରତ୍ୟେକ ଟିମ୍ ରେ ୪ରୁ୬ ଜଣ ଲେଖାଏଁ ସଦସ୍ୟ ରହିଛନ୍ତି । ସକାଳ ୬ଟାରୁ ଦିନ ୧ଟା ପର୍ଯ୍ୟନ୍ତ ଏହି ଗଣନା କାର୍ଯ୍ୟ ଚାଲିବ । ଗତବର୍ଷ ପକ୍ଷୀ ୧୪୪ ପ୍ରଜାତିର ମୋଟ ୧ଲକ୍ଷ ୩୮ହଜାର ୧୦୭ ଟି ପକ୍ଷୀ ଆସିଥିଲେ ।

ଚଳିତ ବର୍ଷ ଅଧିକ ପକ୍ଷୀ ଗଣନା କରାଯିବା ନେଇ ଆଶା ରଖିଛି ବନବିଭାଗ । ବିଦେଶାଗତ ପକ୍ଷୀ ଗଣନା ପାଇଁ ୧୭ଟି ଟିମ୍ ଗଠନ କରାଯାଇଥିବା ବେଳେ ପ୍ରତି ଟିମ୍ ରେ ୪ ରୁ ୫ଜଣ କର୍ମଚାରୀ ନିୟୋଜିତ ଅଛନ୍ତି । ଏହି ଗଣନା ପାଇଁ ଗତକାଲି ରାଜନଗର ବନଖଣ୍ଡ କାର୍ଯ୍ୟାଳୟରେ ପ୍ରାଣୀ ବିଜ୍ଞାନୀ ଡଃ ଶିବ ପ୍ରସାଦ ପରିଡା ଙ୍କ ନେତୃତ୍ୱରେ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଥିଲା । ରାଜନଗର ବନଖଣ୍ଡ ର ୫ଟି ରେଞ୍ଜରେ ଗଣନା କରାଯାଉଛି। ଭିତରକନିକା,ଗହୀରମଥା ଖୋଳା,ସାତଭାୟା ,ରାଜନଗର,ଚିଞ୍ଚିରି ମୁହାଣ, ଧାମରା ମୁହାଣ ଓ ପାରାଦୀପ ଆଦି ବିଭିନ୍ନ ସ୍ଥାନରେ ପକ୍ଷୀ ଗଣନା କରାଯାଉଛି ।

ସେପଟେ ସାତକୋଶିଆ ବନଖଣ୍ଡର ମହାନଦୀ ଓ ଆଖପାଖ ଅଞ୍ଚଳରେ ଆଜିଠୁ ଆରମ୍ଭ ହୋଇଛି କୁମ୍ଭୀର ଗଣନା । ତିନି ଦିନ ଧରି ଚାଲିବାକୁ ଥିବା ଏହି ଗଣନାରେ ମୋଟ ୧୨ ଟି ଟିମ ସାମିଲ ହୋଇଛନ୍ତି । ସେହିପରି ମୟୂରଭଞ୍ଜ କରଞ୍ଜିଆରେ କୁମ୍ଭୀର ଗଣନା ଆରମ୍ଭ । ଜିଲ୍ଲାର ସମୁଦାୟ ୧୮ଟି ଜାଗାରେ ଗଣନା ଆରମ୍ଭ ହେବ । କୁମ୍ଭୀର ଗଣନା ପାଇଁ ମୋଟ ୧୮ଟି ଟିମ୍ ନିୟୋଜିତ ହୋଇଛନ୍ତି

Leave A Reply

Your email address will not be published.